ସମଲପୁରି/କୋସଲିକୁ ସ୍ୱୀକୃତି ଦାବୀରେ ଗାଇସିଲଟରେ ରାଲି
ପଦ୍ମପୁର ରୁ ନୀଳ ଦୀପ : ସମଲପୁରି/କୋସଲି ଭାଷାର ସ୍ୱୀକୃତି ଦାବୀରେ ଲଗାତାର ଚାଳିଥିବା ଆନେ୍ଦାଳନ ଆଜି ଗାଇସିଲାଟ ବ୍ଲକରେ ପହଂଚି ଦାବୀ ଜଣାଇଛି । ଭାଷାକର୍ମୀମାନେ ମାଁ ବହଲତଲିଏନ ଗୁଡି ଠାରେ ଏକତି୍ରତ ହୋଇ ସେଠାରୁ ବ୍ଲକ ଅଫିସ ପର୍ଯ୍ୟନ୍ତ ଏକ ରେଲି ରେ ପ୍ଲାକାର୍ଡ ଓ ସ୍ଲୋଗାନ ସହିତ “ସମଲପୁରି/କୋସଲି ଭାଷା ଜିନ୍ଦାବାଦ” ନାରା ଦେଇ ପହଂଚିଥିଲେ । ବିଡ଼ିଓଙ୍କ ଅନୁପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକାଉଂଟ ଅଫିସର ଦାବୀପତ୍ରକୁ ଔପଚାରିକ ଭାବେ ଗ୍ରହଣ କରିଥିଲେ ।
ପରେ ସମ୍ବିଳିତ ହୋଇଥିବା ଭାଷାକର୍ମୀମାନେ ଡାକବଂଗଳା ଠାରେ କବିତା ପରିବେଷଣ କରିଥିଲେ ଓ ପ୍ରଫେସର କେଶରଂଜନ ପଧାନ, ଉତ୍ପର୍ଣ୍ଣ ଭୋଇ, ଅଶୋକ ପୁଜାହାରୀ, ସୁବାସ ମେହେର, ସୁଶାନ୍ତ ମିଶ୍ର, ସାକେତ ଶ୍ରୀ ଭୂଷଣ ସାହୁ ପ୍ରମୁଖ ଉଦବୋଧନ ଦେଇଥିଲେ । ଏହି ରେଲିରେ ଆଦିତ୍ୟ ପଣ୍ଡା, ରସିକ ବେହେରା, ନିରଂଜନ ପଣ୍ଡା, ରୁକ୍ମଣ ଦିସରି, ଦେବେନ୍ଦ୍ର ଦାଶ, ଗୋକୁଲାନନ୍ଦ ମାହାପାତ୍ର, ଇଶ୍ୱର ମେହେର, ହରିଲାଲ ସାହୁ, ନବୀନ କୁମାର ସାହୁ, ଇଶ୍ୱର ସାହୁ, ବଲ୍ଲବ ସାହୁ, ଦିଲ୍ଲିପ କୁମାର ସରାପ, ରାଜକୁମାର ପଧାନ, ରାଜକିଶୋର ବେହେରା, ଯଦୁମଣି ସାହୁ, କେଦାରନାଥ ସାହୁ, ବୈରାଗୀ ସାହୁ, ରବି ବାଗ, ହୃଷିକେଶ ସାହୁ, କ୍ଷମାନିଧି ସାହୁ, ପ୍ରମୋଦ ଜନେକ କଲେତ, ମନୋରଂଜନ ରାଉତ, ସୁସାନ୍ତ କୁମାର ସାହୁ ଆଦି ଯୋଗଦେଇଥିଲେ ।