ହେଡଲାଇନସ୍:

ଚୋରା ଚାଲାଣ ବେଳେ ବିପୁଳ ନିଶା ଦ୍ରବ୍ୟ ଧରିଲା ପୋଲିସ, ତିନିଜଣ କୋର୍ଟ ଚାଲାଣ ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର-ଲକଡାଉନର ସୁଯୋଗ ନେଇ ବିଭିନ୍ନ ନିଶା ବ୍ୟାପାରି ମାନେ ତାଙ୍କର ନିଶା ବ୍ୟବସାୟ କାରବାର ଜାରି ରଖିଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ସ୍ଥାନରୁ ନିଶା ବଟିକା, ନିଶା ଇଂଜେକସନ ତଥା କପସିରପ ଆଣି ବିକ୍ରି କରି ବିପୁଲ ମାତ୍ରାରେ ଟଙ୍କା ରୋଜଗାର କରୁଛନ୍ତି । କୋଲକାତା ରୁ ଏକ ବୋଲେରୋ ଯୋଗେ ନିଶା ଦ୍ରବ୍ୟ ଆଣୁଥିବା କୌଣସି ସୂତ୍ରରୁ ଖବର ପାଇ ବିଜେପୁର ପୋଲିସ ଜଗି ରହିଥିଲା । ବିଜେପୁର ଥାନା ଏମ ଗଣ୍ଡପାଲିର ବାବାମଠ ନିକଟରୁ ସେହି ବୋଲେରୋ ଗାଡିକୁ କାବୁ କରିବାରେ ସକ୍ଷମ ହୋଇଥିଲା। ଏହି ବୋଲେରୋ ଯୋଗେ ପଦ୍ମପୁରର ପ୍ରଦୀପ ସାହୁ ଓରଫ ସଚିନ,ଆଲୋକ ଦାସ ଓ ସମ୍ବଲପୁରର ତାରକ ନାଥ ଦେ ନାମକ ତିନିଜଣ ନିଶା ଦ୍ରବ୍ୟ ବିକ୍ରି କରିବା ପାଇଁ ଆଣୁଥିଲେ । ସେମାନଙ୍କଠୁ ୨୫୦୦ ଗୋଟି ନିଶା ଇଂଜେକ୍ସନ,୯୦୦ ଗୋଟି ନିଶା ବଟିକା, ୫ ଲିଟର ଅପମିଶ୍ରିତ କଫ ସିରଫ,ଚାରିଗୋଟି ମୋବାଇଲ ଫୋନ ଓ (OR17F4196) ଏକ ବୋଲେରୋ ଜବତ କରାଯାଇଛି । ବିଜେପୁର ଥାନା କେଶ ନମ୍ବର 147/20 ରେ କେଶ ରେଜିଷ୍ଟ୍ରେସନ କରି ତିନିଜଣକୁ କୋର୍ଟ ଚାଲାଣ କରାଯାଉଥିବା ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ କୁମାର ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି |

0
0
0
s2sdefault