ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ) : ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଗୁରୁବାର ୩୬ଜଣ ରାଜ୍ୟସ୍ତରୀୟ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ଦେବା ସହ ଦାୟିତ୍ୱ ବଣ୍ଟନ କରିଛନ୍ତି। ଆଜି ଏ ନେଇ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ମର୍ମରେ ପୂର୍ବତନ ବିଧାୟିକା ଡ. ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଆଞ୍ଚଳିକ ବିକାଶ, ଦାୟିତ୍ବ ଦିଆଯାଇଛି l ପୂର୍ବତନ ବିଧାୟିକା ଡ.ରାସେଶ୍ୱରୀ ପାଣିଗ୍ରାହୀ ଙ୍କୁ ଦଳୀୟ ରାଜ୍ୟ ସଭାପତି ଦଳ ର ସାଧାରଣ ସମ୍ପାଦିକା ଦାୟିତ୍ୱ ଦେଇଥିବାରୁ ସମ୍ବଲପୁର ମହାନଗର ନିଗମ ବିଜୁ ଜନତା ଦଳ ପକ୍ଷରୁ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଜ୍ଞାପନ କରାଯିବା ସହିତ ଡ଼.ପାଣିଗ୍ରାହୀ ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଯାଇଛି l
ରାଜ୍ୟ
ପୂର୍ବତନ ବିଧାୟିକା ଡ.ରାସେଶ୍ବରୀ ପାଣିଗ୍ରାହୀ ଆଞ୍ଚଳିକ ବିକାଶ ଦାୟିତ୍ୱ ପାଇଲେ
- Hits: 278