ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ କୁ କରୋନା ପାଇଁ ଦେଇଥିବା ସ୍ୱତନ୍ତ୍ର ୧.୨୫ କୋଟି ର ଖର୍ଚ୍ଚ ବିଷୟରେ ସମୀକ୍ଷା କରିଛନ୍ତି ସାଂସଦ ନିତେଶ ଗଙ୍ଗଦେବ l ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଜିଲ୍ଲାପାଳ ଶୁଭମ ସକ୍ସେନା ଙ୍କ ସହ ଆଲୋଚନା ସମୟରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରି ନାଏକ, ସମ୍ବଲପୁର ଜିଲ୍ଲା ପରିଷଦ ଅଧକ୍ଷ ରାଧେଶ୍ୟାମ ବାରିକ,ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ଥିଲେ । କରୋନା ସଂକ୍ରମଣ ଯୋଗୁଁ ବର୍ତ୍ତମାନ ବୁର୍ଲା ଭୀମସାର ର ଆଉଟ ଡୋର କୁ ବନ୍ଦ କରିଦିଆ ଯାଇଛି । ଏଣୁ ରୋଗୀ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗେଇ ଦେବା ପାଇଁ ନିକଟରେ ଥିବା ଏକ କଲ୍ୟାଣ ମଣ୍ଡପ ରେ ଓ.ପି.ଡ଼ି କୁ ଚଲେଇବା, ଭୀମସାର ର ଓପିଡ଼ି ରେ ଉପର ମହଲା କୁ ଯିବା ପାଇଁ ଲିଫ୍ଟ କିମ୍ବା ରେମ୍ପ ର ବ୍ୟବସ୍ଥା ପାଇଁ ଦାବି ମଧ୍ୟ କରିଥିଲେ ନିର୍ବାଚିତ ପ୍ରତିନିଧିମାନେ । ଏହା ସହିତ ସମ୍ବଲପୁର ମହାନଗର ନିଗମ ର ବିଭିନ୍ନ ସମସ୍ୟା, ରେଙ୍ଗାଲି ଅଞ୍ଚଳ ର କ୍ୟାରେଣ୍ଟlଇନ ସେଣ୍ଟର ର ସମସ୍ୟା ଓ ଅନ୍ୟାନ୍ୟ ବିକାଶ ପ୍ରକଳ୍ପ ସମ୍ବନ୍ଧରେ ଜ଼ିଲ୍ଲାପାଳ ଙ୍କ ଆଲୋଚନା ହୋଇଥିବା ବିଜେପି କ୍ଷେତ୍ରିୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି ।
ରାଜ୍ୟ
ସ୍ବତନ୍ତ୍ର ପାଣ୍ଠି ସମୀକ୍ଷା କଲେ ସାଂସଦ ନିତେଶ ଗଙ୍ଗଦେବ
- Hits: 211