ହେଡଲାଇନସ୍:

ଗୋବିନ୍ଦପୁର ସତ୍ୟସେବକ ସଂଘ ଦ୍ବାରା ବୃକ୍ଷରୋପଣ ।

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଆଗାମୀ ଦିନରେ ଗଛ ବହୁତ ଜରୁରୀ - ଜିଲ୍ଲା ପ୍ରକୃତି ବନ୍ଧୁ ମନୋଜ ପଣ୍ଡା ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁରଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ସୁବଳୟା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଆଜି ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକୃତି ବନ୍ଧୁ ମନୋଜ ପଣ୍ଡା,  ଗୋବିନ୍ଦପୁର ସତ୍ଯ ସେବକ ଯୁବ ସଂଘ ଓ ବୀରମହାରାଜପୁର ବନଖଣ୍ଡ ର ସୁବଳୟା ବନାଞ୍ଚଳର   କର୍ମଚାରୀ ମାନଙ୍କ ମିଳିତ ଆନୁକୁଲ୍ୟରେ ବୃକ୍ଷରୋପଣକାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ୩୦୦ ଶହରୁ ଉର୍ଦ୍ଧ  ନିମ୍ବ , ବରଗଛ, କରଞ୍ଜ,  କୃଷ୍ଣଚୂଡ଼ା, ଜାମ୍ମୁ, ଅଶ୍ବତଥ ଗଛ  ଆଦି ବିଭିନ୍ନ ପ୍ରକାରର ବୃକ୍ଷରୋପଣ କରାଯାଇଥିଲା । ଆଗାମୀ ଦିନରେ ଗଛ ବହୁତ ଜରୁରୀ,  ବୃକ୍ଷ ବିନା ମଣିଷ ସମାଜ ବଞ୍ଚିବା କଷ୍ଟ ବୋଲି ଶ୍ରୀ ପଣ୍ଡା ଜନସାଧାରଣଙ୍କମାନଙ୍କୁ  ଏଭଳି ଉପଦେଷ୍ଟା ସହ ସଚେତନତା କରିଥିଲେ । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଗୋବିନ୍ଦପୁର ଯୁବକ ସଂଘ ର ସଭାପତି ହୃଷିକେଶ ନାଏକ, ଧରଣୀଧର ନାଏକ, ସୁରେନ୍ଦ୍ର ପୁରୋହିତ, ଅଶୋକ ପୁରୋହିତ ସମେତ ଗ୍ରାମର ଶତାଧିକ ଯୁବକ ସାମିଲ ଥିଲେ ।ସୁବଳୟା ବନାଞ୍ଚଳର ଅଧିକାରୀ ଅବିନାଶ ବରୀହା, ଫରେଷ୍ଟର ଜୟକୃଷ୍ଣ ପଟ୍ଟନାୟକ ପ୍ରବୀଣ ରଥ, ବଳରାମ ନାୟକ, ପିଣ୍ଟୁ, ସଞ୍ଜିବ ପ୍ରମୁଖ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

0
0
0
s2sdefault