ହେଡଲାଇନସ୍:

କରୋନା ପ୍ରଭାବ ସତ୍ତ୍ୱେ  ଚାଷୀ ଓ ଚାଷକୁ ସ୍ୱାଭାବିକ କରିବାକୁ ପଦକ୍ଷେପ ନିଆଯାଇଛି : କୃଷି ମନ୍ତ୍ରୀ ଡ଼ ସାହୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ 200 କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ

ଏହି ପ୍ୟାକେଜର ଲାଭ ଉଠାଇ ପାରିବେ  25 ଲକ୍ଷ ଚାଷୀ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ସମଗ୍ର ବିଶ୍ୱକୁ ଥରାଇ ଦେଇଛି କରୋନା | ପ୍ରଭାବିତ କରିଛି ବିଶ୍ୱ ଅର୍ଥନୀତି | ଦୋହଲାଇ ଦେଇଛି ପ୍ରତିଟି ମଣିଷର ଆର୍ଥିକ ମାନଦଣ୍ଡ | ସମ୍ପୂର୍ଣ ଅସହାୟ କରିଦେଇଛି ଆଉ ବ୍ୟାହତ ହୋଇଛି ଜୀବନ ଯାତ୍ରା  ଗତ କିଛି ମାସ  ଧରି ଲକଡାଉନ, ସଟଡାଉନ ଭିତରେ | ହେଲେ ଓଡିଶା ସରକାର ଠିକଣା ସମୟ ଆଗରୁ ଦୁରଦୃଷ୍ଟି ସମ୍ପନ୍ନ ଭାବେ  ସତର୍କତା ମୂଳକ ପଦକ୍ଷେପ ନେବା ଆରମ୍ଭ କରିଥିଲେ ବୋଲି ଆଜି ଏଭଳି ସ୍ଥିତି ରହିଛି  |  ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ରାଜ୍ୟ ସରକାରଏହି ମହାମାରି ସମୟରେ ଚାଷୀଙ୍କ ଚିନ୍ତା କରି  ପାଇଁ 200 କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି, ଯାହାଦ୍ୱାରା କି ପ୍ରାୟ 25 ଲକ୍ଷ ଚାଷୀ ଉପକୃତ ହେବେ । ଚାଷୀମାନଙ୍କୁ କରୋନା ଜନିତ ପରିସ୍ଥିତିର ମୁକାବିଲା କରିବା ସହ କେମିତି ଚାଷବାସ କାମ ପୁଣି ସ୍ୱାଭାବିକ ହୋଇପାରିବ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି   ଇଣ୍ଡିଆନ ଚ୍ୟାମ୍ବର ଅଫ କମର୍ସ ପକ୍ଷରୁ ଆୟୋଜିତ କରୋନା ମହାମାରୀ ଏବଂ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ମତ୍ସ୍ୟ ଓ ଉଦ୍ୟାନ କୃଷିରେ ରହିଥିବା ଚ୍ୟାଲେଞ୍ଜ ସମ୍ପର୍କିତ ଏକ ଆଲୋଚନାଚକ୍ରରେ କୃଷି, କୃଷକ କଲ୍ୟାଣ, ମତ୍ସ୍ୟ ପଶୁ ସମ୍ପଦ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ କହିଛନ୍ତି । 

ମନ୍ତ୍ରୀ ଡ଼ ସାହୁ କହିଛନ୍ତି ଯେ ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର 17 ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ଜୀବନଜୀବିକ ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି । ଏହି ପ୍ୟାକେଜ ଜରିଆରେ ସରକାର କୃଷି, ମତ୍ସ୍ୟ, ମନରେଗାରେ ଅଧିକ ନିଯୁକ୍ତି ସୁଯୋଗ ସହ ଦକ୍ଷତା ବିକାଶ ଜରିଆରେ ଆତ୍ମନିର୍ଭରଶୀଳତା ସୃଷ୍ଟି କରିବାକୁ ଲକ୍ଷ ରଖିଛନ୍ତି ବୋଲି ସେ କହିଛନ୍ତି । ଆମ କୃଷି ହେଲ୍ପଲାଇନ ଜରିଆରେ ଚାଷୀଙ୍କୁ କୃଷି ଓ ବଜାର ସୁବିଧା ସମ୍ପର୍କିତ ସୂଚନା ଓ ସହାୟତା ଦିଆଯାଉଛି । ଏଥିସହ ସରକାର ନିକଟରେ ବଳରାମ ଯୋଜନା ଆରମ୍ଭ କରିଛନ୍ତି । ଏଥିରେ ଭୂମିହୀନ ଭାଗଚାଷୀଙ୍କ ଏହି ଯୋଜନାରେ 1040 କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ। ଏହି ଯୋଜନାରେ 2 ବର୍ଷରେ 7 ଲକ୍ଷ ଚାଷୀ ଉପକୃତ ହେବେ ବୋଲି ସେ କହିଛନ୍ତି । 

କୃଷି ସଚିବ ସୌରଭ ଗର୍ଗ ଏହି ଆଲୋଚନାରେ ଯୋଗଦେଇ କହିଛନ୍ତି ଯେ,  ପାରମ୍ପରିକ ଚାଷରୁ ଲାଭକାରୀ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରିବାକୁ ସରକାର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଆରମ୍ଭ କରିଛନ୍ତି । ଏଥିରେ ଚାଷୀଙ୍କୁ ଟେକ୍ନୋଲୋଜି ସହ ପରିବେଶ ଓ ବିଭିନ୍ନ ସଙ୍ଗଠନ ସହ ଯୋଡ଼ାଯିବ।  ଏହାଦ୍ବାରା କୃଷି ଭିତ୍ତିକ ପ୍ରକ୍ରିୟାକରଣ ଶିଳ୍ପ ଓ ରପ୍ତାନି ଶିଳ୍ପ ମଧ୍ୟ ସଂବୃଦ୍ଧ ହେବ  । କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନାରେ ମଧ୍ୟ ଶୀତଳ ଭଣ୍ଡାର ଓ ପ୍ରାଥମିକ ଷ୍ଟୋରେଜ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ପ୍ରୋତ୍ସାହିତ କରାଯାଉଥିବା ସେ କହିଛନ୍ତି । 

ଏଆଇସିସି ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ଶ୍ରୀକାନ୍ତ ଗୋଏଙ୍କା, ଏଆଇସିସି ଓଡ଼ିଶାର ରାଜ୍ୟ ଆବାହକ ଶ୍ରୀରାମ ପଣ୍ଡା, ଆପିକଲର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ପି କେ ରାଉଳ, ଉଦ୍ୟନକୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ରିଲାଏନ୍ସ ଫେସର ଆଂଚଳିକ ମୁଖ୍ୟ ରୋହିତ ସିଂ, ଫାର୍ମଏକ୍ସ ଇଣ୍ଡିଆର ଉପଦେଷ୍ଟା ସୁବାଷ ପଟ୍ଟନାୟକ, ସଫଳର ବ୍ୟବସାୟିକ ମୁଖ୍ୟ ପ୍ରଦୀପ୍ତ କୁମାର ସାହୁ ପ୍ରମୁଖ ଏହି ଆଲୋଚନାଚକ୍ରରେ ଭାଗନେଇଥିଲେ । 

 

0
0
0
s2sdefault