ହେଡଲାଇନସ୍:

ରେଙ୍ଗାଲି ଆଞ୍ଚଳିକ ଟ୍ରକ ମାଲିକଙ୍କ ଚେତାବନୀ : ଓଭର ଲୋଡିଂ ବନ୍ଦ କର, ନଚେତ୍  ଧାରଣା l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):  ରେଙ୍ଗାଲି ସ୍ଥିତ ଶ୍ୟାମମେଟାଲିକ୍ସ ରୁ ଓଭରଲୋଡ଼ିଂ ବନ୍ଦ ପାଇଁ ରେଙ୍ଗାଲି ଆଞ୍ଚଳିକ  ଟ୍ରକ ମାଲିକ ଙ୍କ ଦାବୀ କୁ ପ୍ରଶାସନ ର  ଅଣଦେଖା l ବାରମ୍ବାର ଦାବୀ କରିବା ସତ୍ୱେ କମ୍ପାନୀ ଜ଼ିଲ୍ଲା ପ୍ରଶାସନ ନା କମ୍ପାନୀ କର୍ତ୍ତୃପକ୍ଷ କେହି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହୋଇଛି l କେଉଁ ଅଦୃଶ୍ୟ ଶକ୍ତି ବଳ ରେ ଜ଼ିଲ୍ଲା ପ୍ରଶାସନ ଟ୍ରକ ମାଲିକ ଙ୍କ ଯଥୋଚିତ  ଦାବୀ କୁ ଚାପି ଦେଉଛି  ତାହା ବୁଝା ପଡ଼ୁ ନାହିଁ ବୋଲି ଟ୍ରକ ମାଲିକ ମାନେ ପ୍ରକାଶ କରିଛନ୍ତି l ରେଙ୍ଗାଲି ସ୍ଥିତ ଶ୍ୟାମ ମେଟାଲିକ୍ସ ରୁ ଓଭରଲୋଡ଼ିଂ ବନ୍ଦ ଏବଂ ବର୍ଦ୍ଧିତ ଡିଜେଲ ଦର ରେ ଭଡା ସ୍ଥିର କରିବା ପାଇଁ ରେଙ୍ଗାଲି ଟ୍ରକ ମାଲିକ ମାନେ ବାରମ୍ବାର  ଦାବୀ କରିଆସୁଛନ୍ତି l 

ମାତ୍ର, ଜ଼ିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇ ଆସୁଛି l  ଏନେଇ ମାଲିକ ମାନଙ୍କ ପକ୍ଷରୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିବା ସହିତ  ଜ଼ିଲ୍ଲାପାଳ ଙ୍କୁ ଗତ ୨୨ ଏବଂ ୨୯ ତାରିଖ ସୂଚନା ଦିଆଯାଇଥିଲା l ପ୍ରଥମେ ଗତ ୨୨ ତାରିଖ ଜ଼ିଲ୍ଲାପାଳ ଙ୍କୁ ଭେଟି ଦାବୀ କରିବା ପରେ  ୩ ଦିନ ଭିତରେ ଏକ ତ୍ରିପାକ୍ଷିକ ବୈଠକ କରି ଏହାର ସମାଧାନ ପାଇଁ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ପ୍ରତିଶୃତି ଦିଆଯାଇଥିଲା l କିନ୍ତୁ  ବୈଠକ ହେବା  ନେଇ କୌଣସି  ସୂଚନା ନ ମିଳିବା ରୁ ୨୯ ତାରିଖ  କର୍ମକର୍ତ୍ତା ପୁଣି ଜ଼ିଲ୍ଲାପାଳ ଙ୍କୁ ସାକ୍ଷାତ କରି ଯଥା ଶୀଘ୍ର ଏହି ବୈଠକ କରିବାକୁ ଦାବୀ କରିଥିଲେ l ୯ ତାରିଖ  ଏହି ମର୍ମ ରେ ଟ୍ରକ ମାଲିକ ମାନେ ପୁଣି ଥରେ ଜ଼ିଲ୍ଲାପାଳଙ୍କ ଠାରେ ଏହି  ଦାବୀ କରିଥିଲେ l  ଅନ୍ୟଥା ଆଗାମୀ  ଦିନରେ କମ୍ପାନୀ ଗେଟ ସମ୍ଭୁଖ ରେ କରୋନା କଟକଣା ସାମାଜିକ ଦୂରତ୍ୱ କୁୁ ଗୁରୁତ୍ୱ ଦେଇ  ଧାରଣା ଦିଆଯିବ ବୋଲି ସେମାନେ ପତ୍ର ରେ ଉଲ୍ଲେଖ କରିଥିଲେ l

       ଆଜି ଟ୍ରକ ମାଲିକ ମାନେ କମ୍ପାନୀ ରେ କାର୍ଯ୍ୟରତ ଟ୍ରାନ୍ସ ପୋଟର ମାନଙ୍କୁ ଓଭର ଲୋଡିଂ ବନ୍ଦ ପାଇଁ ଲିଖିତ  ଦାବୀ କରିଛନ୍ତି l  ଏହା ସହିତ କମ୍ପାନୀ ଗେଟ ସମ୍ଭୁଖ ରେ ପ୍ଲାଏ କାର୍ଡ଼ ଧରି ସ୍ଲୋଗାନ ଦେବା ସହିତ ଆଗାମୀ ଦିନରେ ଆମରଣ ଅନଶନ ଚେତାବନୀ ଦେଇଛନ୍ତି l ଟ୍ରକ ମାଲିକ ଜ୍ୟୋତିର ମୟ ସାହୁ,  ସ୍ୱାଗତ କୁମାର ନାୟକ, ପ୍ରତିମା ମେହେର, ଅର୍ଚନା ସାହୁ, ରୁଦ୍ର ପ୍ରତାପ ମେହେର, ଶେଖ ଆସିଫ, ଇନ୍ଦ୍ର ମେହେର, ପ୍ରଶାନ୍ତ ଦାସ, ଦେବେନ୍ଦ୍ର ମିଶ୍ର ପ୍ରମୁଖ ସାମିଲ ଥିଲେ   l

0
0
0
s2sdefault