ଝାରସୁଗୁଡା/ ସୁବାଷ ସାହାରେ : ଝାରସୁଗୁଡ଼ାର ଅଲ ଓଡ଼ିଶା ପେନ୍ସନେର ସଂଘ ଝାରସୁଗୁଡା ଜିଲ୍ଲା ସଖା ପକ୍ଷରୁ ପ୍ରଧାନ ମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁଙ୍କୁ ପ୍ରଦାନ କରାଯାଇଛି ।ଜିଲ୍ଲା ଶାଖାର ଆବାହକ ପ୍ରଦୀପ କୁମାର ମେହେର ଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରିଥିବା ଇପିଏଫ କର୍ମଚାରୀ ମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଯାଇ ସେମାନଙ୍କ ମାସିକ ପେନସନ ନ ହଜାର ଟଙ୍କା (୯୦୦୦ ) ପ୍ରଦାନ କରିବା, ସୁପ୍ରିମକୋର୍ଟ ଙ୍କ ନିର୍ଦେଶନୁଯାୟୀ ବର୍ଦ୍ଧିତ ପେନସନ ପ୍ରଦାନ, ସମସ୍ତ ଇପିଏଫ ପେନସନ ଭୋଗୀଙ୍କୁ ଚିକିତ୍ସା ଭତ୍ତା କିମ୍ବା ଅୟୁସମାନ ଭାରତ ଯୋଜନାରେ ସାମିଲ କରି ମାଗଣା ଚିକିତ୍ସା ସେବା ଯୋଗେଇବା ,ସମସ୍ତ ଇପିଏଫ ପେନସନ ଭୋଗି ବରିଷ୍ଠ ନାଗରିକଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା ଆଦି ଦାବି କରି ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପ୍ରଧାନ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।ସୂଚନା ଥାଉ କି ଝାରସୁଗୁଡା ଜିଲ୍ଲାର ବିଭିନ୍ନ ବିଭାଗର ତିନି ହଜାର ଇପିଏଫ ପେନସନ ଭୋଗି ରହିଥିବା ବେଳେ ରାଜ୍ୟରେ ପ୍ରାୟ ଏକ ଲକ୍ଷ ବାସଠି ହଜାର କର୍ମଚାରୀ ରହିଛନ୍ତି ସେହିଭଳି ଭାରତରେ ମୋଟ ପେନସନ ଭୋଗୀଙ୍କ ସଂଖ୍ୟା ପ୍ରାୟ ୬୬ ଲକ୍ଷ ରହିଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦେଶ କୁ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ କରାଯାଇ ନାହିଁ ।ଏଣୁ ଉପରକ୍ତ ଦାବି ଗୁଡିକ ଯଥା ଶୀଘ୍ର ପୁରଣ କରିବାପାଇଁ ଏହି ଦାବିପତ୍ର ରେ ଦାବି କରାଯାଇ ଅଛି ।ଦାବିପତ୍ର ପ୍ରଦାନ ସମୟରେ ଆବାହକ ପ୍ରଦୀପ କୁମାର ମେହେର ଙ୍କ ସହିତ,ଅଶୋକ କୁମାର ମହାପାତ୍ର ,ଜଗଦୀଶ ନାୟକ, ବ୍ୟୋମକେଶ ପଟେଲ, ଭବାନୀ ଶଙ୍କର ଘଡ଼ିଆଳ, ଗିରି ଗୋବର୍ଦ୍ଧନ ସାହୁ ,ଜିତେନ୍ଦ୍ର ବେହେରା ,ଅଶୋକ ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
ଓଡ଼ିଶା ଇପିଏଫ ପେନସନର ସଂଘ ତରଫରୁ ଦାବିପତ୍ର ପ୍ରଦାନ ।
- Hits: 609