ହେଡଲାଇନସ୍:

ସରକାର ସୂଚାଇ ଦେଲେ, ଦି ବର୍ଷ ଯାଏ ଏବେ ଆଂଠେଇବାକୁ ହେବ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଲାଗିଲା ଅଷ୍ଟେରିଟି ମେଜର : ବନ୍ଦ ରହିବ ନୂତନ ନିଯୁକ୍ତି, ନୂଆ ସ୍କିମ 

ନେତା ଅଫିସରଙ୍କ ଗାଡି ସଉକ  ବିଳାସପୂର୍ଣ୍ଣ ଯାତ୍ରା ଉପରେ ଲଗାମ

ଭୁୁବନେଶ୍ୱର: କରୋନା ଯୋଗୁ ଅତି କାମରେ ଦି ବର୍ଷ ଆଂଠେଇବାକୁ ହେବ | ଆପାତତଃ ଦି ପର୍ସ ପର୍ଯ୍ୟନ୍ତ ଆର୍ଥିକ ସ୍ଥିତିରେ ସୁଧାର ଆସିନପାରେ | କରୋନା  ସଙ୍କଟ କାରଣରୁ ଦୋହଲି ଯାଇଥିବା ଆର୍ଥିକ ସ୍ଥିତି ପରିପ୍ରେକ୍ଷୀରେ ବିଭିନ୍ନ ବାବଦରେ ଖର୍ଚ କାଟ କରିବା ପାଇଁ ରାଜ୍ୟ ସରକାର ଲାଗୁ  କରିଛନ୍ତି  ଅଷ୍ଟେରିଟି ମେଜର ବା ଆର୍ଥିକ କଟକଣା |  ନୂଆ ନିଯୁକ୍ତି ବି ସିଲ ହେଇଗଲା ଦି ବର୍ଷ ପାଇଁ | ସାମ୍ପ୍ରତିକ ପରିସ୍ଥିତିରେ ଦେଶବ୍ୟାପୀ କରୋନା ଲକଡାଉନ୍ ଯୋଗୁଁ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥିବା କାରଣରୁ କୋଭିଡ୍ ପରିଚାଳନା , ଲୋକଙ୍କ ଜୀବନ ଜୀବିକା ତଥା ଆତ୍ମା ନିଯୁକ୍ତି ପାଇଁ ବିପୁଳ ପରିମାଣର ଅର୍ଥ ଆବଶ୍ୟକତା ରହିଛି | ତେଣୁ ସେରକର ବାଧ୍ୟ ହୋଇ ସରକାରୀ ବିଭାଗଗୁଡ଼ିକରେ ଖର୍ଚ୍ଚକାଟ ଏବଂ କଟକଣା ଲାଗୁ  କରିବାକୁ ନିଷ୍ପତ୍ତି ନେଇଛନ୍ତି ।

 ଦୁଇ ବର୍ଷ ଯାଏ କୌଣସି ନୂଆ ଗାଡ଼ି କିଣାଯିବ ନାହିଁ ଓ ସରକାରୀ ଗସ୍ତ କାର୍ଯ୍ୟକ୍ରମକୁ ଯଥା ସମ୍ଭବ କମ କରି  ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି | ବିଦେଶ ଗସ୍ତ ବି ମନା, ଆଉ ଅନାବଶ୍ୟକ  ବିମାନ ଯାତ୍ରା ଯଥା ସମ୍ଭବ ଏଡାଇବାକୁ ବି ପରାମର୍ଶ ଦେଇଛନ୍ତି ସରକାର |  ଅତ୍ୟାବଶ୍ୟକ ବିମାନ ଯାତ୍ରା ପାଇଁ ଉପରିସ୍ଥ ଅଧିକାରୀଙ୍କ ଅନୁମତି ଅପରିହାର୍ଯ୍ୟ । ଟ୍ରେନରେ ଗଲେ ବି ଫାଷ୍ଟ କ୍ଲାସ୍ ଏସି ଟ୍ରେନ୍ ଯାତ୍ରାକୁ ବାରଣ କରାଯାଇଥିବା ବେଲେ ଅନୁମତି ନେଇ  ନୂଆ ଗାଡ଼ି କିଣାଯାଇପାରିବ ।  ଦିଲ୍ଲୀ, କୋଲକତା, ମୁମ୍ବାଇ ଏବଂ ଚେନ୍ନାଇ ଗସ୍ତ  କଲେ ସରକାରୀ ଅଧିକାରୀ ସେଠାରେ ଥିବା ଓଡିଶା ଭବନ ବା ନିବାସରେ ରହିବେ । ସେଠାରେ ଯଦି ରୁମ ଖାଲି ନଥିବା ତେବେ ହୋଟେଲରେ ଯାଇ ରହିଲେ ସରକାର ସେ ଖର୍ଚ ବହନ କରିବେ | ଏଷ୍ଟାବ୍ଲିସମେଣ୍ଟ ବାବଦ ଖର୍ଚାକୁ ଯଥା ସମ୍ଭବ କମ କରାଯିବ | ସ୍ୱାସ୍ଥ୍ୟ ବିଭାଗ ଛଡା ଅନ୍ୟ ବିଭାଗରେ ନୂଆ ପଦବୀ ସୃଷ୍ଟି ହୋଇପାରିବନି |  ଯଦି ନିହାତି ଜରୁରୀ ପଡେ ଅର୍ଥ ବିଭାଗର ଅନୁମତିକ୍ରମେ ସମ ପରିମାଣର ପଦବୀ ଉଚ୍ଛେଦ କରାଯାଇ ନୂତନ ନିଯୁକ୍ତି ହୋଇପାରିବ । ୫ ବର୍ଷରୁ ଅଧିକ ବର୍ଷ ଧରି ଖାଲି ପଡ଼ିଥିବା ପଦବୀଗୁଡ଼ିକ ଆପେ ଉଚ୍ଛେଦ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି | 

0
0
0
s2sdefault