ପୁରୀ (ଶାସକ ପ୍ରଶାସକ) ଶ୍ରୀମନ୍ଦିର ମନା ଥିଲା, ସିଂହଦ୍ୱାର ମନାଥିଲା | ତାପରେ ବଡ ଦାଣ୍ଡ ବି ହେଲା ବାରଣ | ଏବେ ମନା ବି ହେଲା ସ୍ୱର୍ଗ ଦ୍ୱାର , କରୋନା ସାଜିଛି କାରଣ | କରୋନା ପାଇଁ ଆସନ୍ତାକାଲି ଠାରୁ ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରର କୌଣସି ମୃତକଙ୍କ ଶବ ସତ୍କାର ଉପରେ ଲାଗିଲା କଟକଣା । ଖୋଦ ଜିଲ୍ଲାପାଳ ବଳବନ୍ତ ସିଂ ଦେଇଛନ୍ତି ସୂଚନା | ପୁରୀ ଜିଲ୍ଲା ବାହାରୁ କୌଣସି ବ୍ୟକ୍ତିଙ୍କ ମୃତଦେହ ଓ ତାଙ୍କ ସମ୍ପର୍କୀୟ ପୁରୀ ସ୍ୱର୍ଗଦ୍ବାରକୁ ଆସିପାରିବ ନାହିଁ ।ଏହାସହିତ ସମୁଦ୍ରକୂଳରେ ଅସ୍ଥି ବିସର୍ଜନ ମଧ୍ୟ ହୋଇପାରିବ ନାହିଁ। କରୋନା ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ସୂଚନ ଦେଇଛି ଜିଲ୍ଲା ପ୍ରଶାସନ |
ରାଜ୍ୟ
ସିଂହଦ୍ୱାର ବଡଦାଣ୍ଡ ମନା ଥିଲା, ଏବେ ସ୍ୱର୍ଗଦ୍ୱାର ମହୋଦଧି ବି
- Hits: 650