ହେଡଲାଇନସ୍:

ଆଜି ରାଜ୍ୟରେ ୫୭୧ ପଜିଟିଭ, ଗଲା ୪ ଜୀବନ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 
  • ରେକର୍ଡ ଭାଙ୍ଗି  ପଜିଟିଭ ସଂଖ୍ୟା  ଟପିଲା ୧୦,୦୦୦ 

  • ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ, ଆଜି ସର୍ବାଧିକ ୧୬୮

ଭୁବନେଶ୍ୱର : ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୫୭୧  ଜଣ କରୋନା ପଜିଟିଭ | ସେମାନଙ୍କ ମଧ୍ୟରୁ କ୍ଵାରେଣ୍ଟାଇନରୁ ୪୦୩  ଜଣ ଚିହ୍ନଟ ହୋଇଥିବା ବେଳେ ଉଦବେଗଜନକ ଭାବେ ୧୬୮  ଜଣ ଚିହ୍ନଟ ହୋଇଛନ୍ତି ସର୍ବସାଧାରଣ ଅଂଚଳରୁ | ଫଳରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୦୦୯୭  ରେ ପହଂଚି ଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୬୪୮୬  ରହିଛି | ଆଜିର ନୂତନ ଆକ୍ରାନ୍ତଙ୍କୁ ମିଶାଇ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୫୭   ହୋଇଛି | ଆଜି ୪ ଜଣ ପ୍ରାଣ ହରାଇଛନ୍ତି | ୩ ଜଣ ଗଂଜାମ ଓ ଜଣେ କଟକରୁ ପ୍ରାଣ ହରାଇଛନ୍ତି | କରୋନା ଜନିତ ମୃତ୍ୟୁ ୪୨ ରେ ପହଂଚିଛି |

ଆଜି ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରେ ଗଂଜାମରେ ସର୍ବାଧିକ ୨୭୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗଜପତିରୁ  ୫୬ଜଣ,  ସୁନ୍ଦେରଗଡରୁ  ୫୨ଜଣ, ଅନୁଗୁଳ ୪, ବାଲେଶ୍ୱର ୨୮, ବଲାଙ୍ଗୀର  ୫, କଟକ ୨୯, ଜଗତସିଂପୁର ୧୭, ଯାଜପୁର ୧୬, କେନ୍ଦ୍ରାପଡା ୩, କେନ୍ଦୁଝର  ୭, ଖୋର୍ଦ୍ଧା ୩୭, ମୟୁରଭଞ୍ଜ ୧୪, ନବରଙ୍ଗପୁର  ୭ଜଣ, ପୁରୀ  ୪ , ରାୟଗଡା ୧୦, ସମ୍ବଲପୁର  ୬, ନୟାଗଡ, ଝାରସୁଗୁଡା, ଢେଙ୍କାନାଳ ଓ ଭଦ୍ରକରୁ ଜଣେ ଲେଖାଏ  ଚିହ୍ନଟ ହୋଇଥିବା ଜଣପଡିଛି | 

0
0
0
s2sdefault