ହେଡଲାଇନସ୍:

ମିଳିନି ସ୍ୱାମୀଙ୍କ  ମୃତଦେହ, ହେଲେ ମଥାରୁ ସିନ୍ଦୂର ପୋଛିଲେ  ସ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜାତି ସମାଜ ଲୋକେ ମୃତ ଘୋଷଣା କରି  ଖାଇସାରିଲେଣି ଦଶାହ ଭୋଜି

ରେଢ଼ାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସ୍ୱାମୀ ମୃତ କି ଜୀବିତ ଜଣାପଡି ନାହିଁ, କି ମିଳି ନାହିଁ ମୃତଦେହ। କିନ୍ତୁ ସରିଗଲାଣି ଶୁଦ୍ଧି କ୍ରିୟା । ସାମାଜିକ ପରମ୍ପରା ଚାପରେ ସ୍ତ୍ରୀକୁ ପୋଛିବାକୁ ପଡ଼ିଛି ନିଜ ମଥାର ସିନ୍ଦୂର। ପୁଅକୁ ବି ଲଣ୍ଡା ହେବାକୁ ପଡ଼ିଛି । ନିଖୋଜଙ୍କ ଫେରିବା ବାଟକୁ ଅନାଇ ପରିବାର ଲୋକେ ଲୁହ ଗଡ଼ାଉଥିବା ବେଳେ ଜାତି ସମାଜ ଲୋକେ କିନ୍ତୁ ଖାଇଛନ୍ତି ଦଶାହ ଭୋଜି।  ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କଦଳୀଗଡ଼ ପଞ୍ଚାୟତର ସାମସିଙ୍ଗା ଗ୍ରାମରେ ।

ଗାଁର ୫୮ବର୍ଷୀୟ ଭୀମସେନ ପ୍ରଧାନ ଗତ ଜୁନ ୨୧ରେ ଗାଁ ପାଖ ଏକ ନାଳକୁ ମାଛ ମାରିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ, ପୁଲିସ୍‌, ଦମକଳ ବାହିନୀ, ଗ୍ରାମବାସୀ ମିଶି ଦୁଇ ଦିନ ଖୋଜାଖୋଜି କରିବା ପରେ ବି କୌଣସି ପତ୍ତା ମିଳିନଥିଲା । ୫ ଦିନ ପରେ ଭୀମସେନ ସାଙ୍ଗରେ ନେଇଥିବା ମାଛ ଜାଲ ନାଳରୁ ମିଳିବା ପରେ ପରିବାର ଲୋକେ ଜାଲକୁ ଚିହ୍ନଟ କରିଥିଲେ । ଏହାପରେ ଭୀମସେନଙ୍କୁ ଜାତି ସମାଜ ଲୋକେ ମୃତ ଘୋଷଣା କରିବା ସହ ଶୁଦ୍ଧି ହେବାକୁ ପରିବାର ଲୋକଙ୍କୁ କହିଥିଲେ । ଫଳରେ ନିଖୋଜ ଥିବା ଭୀମସେନଙ୍କ କ୍ରିୟାକର୍ମ କରିବା ସହ ତାଙ୍କ ସ୍ତ୍ରୀ ମଥାରୁ ସିନ୍ଦୁର ପୋଛିଛନ୍ତି। ସାମାଜିକ ବାସନ୍ଦ ଭୟରେ ଶୁଦ୍ଧି କ୍ରିୟା କରିଥିବା ପରିବାର ଲୋକେ କହିଛନ୍ତି। 

 

0
0
0
s2sdefault