ହେଡଲାଇନସ୍:

ସମ୍ବଲପୁର : ୧୩ ନୂଆ ସହ , ୭୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା l 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ):  ଆଜି ସମ୍ବଲପୁର ରେ ପୁଣି  ୧୩  ଜଣ   କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ଆଜି କରୋନା ପଜିଟିଭ ଚି଼ହ୍ନଟ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ  ନାକ୍ଟିଦେଉଳ ରୁ ୫ ଜଣ, ରେଙ୍ଗାଲି ରୁ ୪ ଜଣ,  ମହାନଗର ନିଗମ ଅଂଚଳରୁ ୩ ଜଣ ଏବଂ ମାନେଶ୍ଵର ବ୍ଲକ ରୁ ଜଣେ ଚି଼ହ୍ନଟ ହୋଇଛନ୍ତି l ନାକ୍ଟିଦେଉଳ ରୁ ଚି଼ହ୍ନଟ ୫ ଜଣ ଯାକ  ପୁରୁଷ ରହିଥିବା ବେଳେ ବୟସ ୩୪, ୨୩, ୩୫, ୨୫ ଏବଂ ୨୧ ଯଥାକ୍ରମେ ୨ ଜଣ ମହାରାଷ୍ଟ୍ର, କର୍ଣ୍ଣାଟକ, ଦିଲ୍ଲୀ ଓ ତାମିଲନାଡୁ ଫେରନ୍ତା  l ସମସ୍ତେ  ବ୍ଲକ ର ସରକାରୀ ସଂଘରୋଧ କେନ୍ଦ୍ରରେ ଥିଲେ l ଠିକ ସେହି ପରି ରେଙ୍ଗାଲି ରୁ ଚି଼ହ୍ନଟ ୪ ଜଣ ଯାକ ମଧ୍ୟ ପୁରୁଷ ଏବଂ ବୟସ ୬୩, ୫୩, ୨୯ ଏବଂ ୨୭ ଯଥାକ୍ରମେ ଛତିଶଗଡ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଫେରନ୍ତା l ଏମାନେ  ମଧ୍ୟ ବ୍ଲକ ର ସରକାରୀ ସଂଘରୋଧ କେନ୍ଦ୍ରରେ ଥିଲେ l ତେବେ ମହାନଗର ନିଗମ ଅଂଚଳରୁ ଚି଼ହ୍ନଟ ୩ ଜଣ ମଧ୍ୟରୁ  ଜଣେ ୨୨ ବୟସ ମହିଳା ଏବଂ ସେ ଛତିଶଗଡ ଫେରନ୍ତା ହୋଇଥିବା ବେଳେ ଅନ୍ୟ ୨ ଜଣକ ମଧ୍ୟରୁ ୧୭ ବର୍ଷ ବୟସ ପୁରୁଷ ଜଣକ ପଂଜାବ ଓ ୩୨ ବର୍ଷ ବୟସ ପୁରୁଷ ଜଣକ ବିହାର ଫେରନ୍ତା l  ମହାନଗର ନିଗମ ଅଂଚଳରୁ ଚି଼ହ୍ନଟ ୨ ଜଣ ସରକାରୀ ସଂଘରୋଧ କେନ୍ଦ୍ରରେ ଥିବା ବେଳେ ବିହାର ଫେରନ୍ତା ଜଣକ ନିଜସ୍ୱ ଘରେ ସଂଘରୋଧ ରେ ଥିଲେ l ଠିକ ସେହିପରି ମାନେଶ୍ଵର ବ୍ଲକ ଅଂଚଳରେ କରୋନା ଆକ୍ରାନ୍ତ ଚି଼ହ୍ନଟ ଜଣକ ୨୯ ବର୍ଷ ବୟସ ପୁରୁଷ ଗୁଜୁରାଟ ଫେରନ୍ତା ଏବଂ ସେ ମଧ୍ୟ ବ୍ଲକର ସରକାରୀ ସଂଘରୋଧ କେନ୍ଦ୍ରରେ ଥିଲେ l  କରୋନା ଆକ୍ରାନ୍ତ ଚି଼ହ୍ନଟ ସମସ୍ତ ଙ୍କୁ  କୋଭିଡ ଡାକ୍ତରଖାନା କୁ ଆଜି  ପଠାଇ ଦିଆଯାଇଛି l  

         ତେବେ ଏ ସମସ୍ତ  ବ୍ୟକ୍ତି ଙ୍କ ସସ୍ପର୍ଶରେ ଆସିଥିବା ଲୋକଙ୍କୁ ଚି଼ହ୍ନଟ କରାଯାଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l ସମ୍ବଲପୁର ରେ ଆଜି ପୁଣି ୧୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଜ଼ିଲ୍ଲା ରେ ଆକ୍ରାନ୍ତ ଙ୍କ ସଂଖ୍ୟା ୭୭ ରେ  ପହଞ୍ଚିଛି l

0
0
0
s2sdefault