ଝାରସୁଗୁଡ଼ା/ ସୁବାଷ ସାହରେ : ଝାରସୁଗୁଡ଼ା ଜିଲ୍ଲା ଲଇକେରା ତହସିଲରେ "ମୋ ସରକାର" ଯୋଜନା ଯୋଗୁଁ ଆବେଦନର ଦିନକ ଭିତରେ ଜମିପଟ୍ଟା ମିଳିପାରୁଛି । ମୋ ସରକାର ଯୋଜନା ଲାଗୁ ହେବା ଦ୍ୱାରା ଲଇକେରା ତହସିଲ ପକ୍ଷରୁ ବର୍ତ୍ତମାନ ଗୋଟିଏ ଦିନରେ ଜମିପଟ୍ଟା ମିଲି ପାରୁଛି । ବର୍ତ୍ତମାନ ତହସିଲରେ ଅନଲାଇନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଦିନକରେ ଜମିପଟ୍ଟା ପ୍ରଦାନ ସମ୍ଭବ ହୋଇପାରୁଛି । ଅଇତାପାଳି ମୌଜାର ରୋହିତ କୁମାର ବେହେରା ଶୁକ୍ରବାର ଦିନ ଜମିପଟ୍ଟା ଆବେଦନ କରିଥିବା ବେଳେ ସେହିଦିନ ହିଁ ତାଙ୍କୁ ଲଇକେରା ତହସିଲ ପକ୍ଷରୁ ପଟ୍ଟା ପ୍ରଦାନ କରାଯାଇଛି । ଦିନକରେ ଜମିପଟ୍ଟା ପ୍ରଦାନ କରି ଲଇକେରା ତହସିଲଦାର ତପନ ଦେବ ଚକ୍ରବର୍ତ୍ତୀ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ସଂଶୋଧିତ ନୂତନ ନିୟମ ଦ୍ୱାରା ସାଧାରଣ ଲୋକ ଅତି କମ ସମୟରେ ଜମି ପଟ୍ଟା ପାଇପାରିବେ । ଅନେକ ଲୋକ ଉପକୃତ ହେବେ ବୋଲି ଲଇକେରା ତହସିଲଦାର ତପନ ଦେବ ଚକ୍ରବର୍ତ୍ତୀ କହିଛନ୍ତି । ଆଜି ପଟ୍ଟା ପ୍ରଦାନ ସମୟରେ ତହସିଲଦାରଙ୍କ ସହ ବରିଷ୍ଠ ରାଜସ୍ୱ ସହାୟକ ବିଭୁତି ଭୂଷଣ ନାଏକ, ରେଭେନ୍ୟୁ ସୁପରଭାଇଜର ଶ୍ରୀମାରାଣୀ ନାଏକ ଉପସ୍ଥିତ ଥିଲେ ।
ରାଜ୍ୟ
"ମୋ ସରକାର"ର ସୁଫଳ : ଦିନକରେ ମିଳିଲା ପଟ୍ଟା
- Hits: 291