ହେଡଲାଇନସ୍:

ସରକାରଙ୍କ ଘୋଷଣା : ଆରମ୍ଭ ହେବ ୪୫ ଦିନିଆ ଡୋର ଟୁ ଡୋର ସର୍ଭେ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) :ରାଜ୍ୟରେ କରୋନା ଭୟାବହତା ବୃଦ୍ଧି ପାଇଥିବା ବେଳେ ରାଜ୍ୟ ସରକାର ୪୫ ଦିନ ପର୍ଯ୍ୟନ୍ତ ଡୋର ତୋ ଡୋର ସର୍ଭେ କରିବା ପାଇଁ ନିଷ୍ପତ୍ତି  ନେଇଛନ୍ତି  | ରାଜ୍ୟର ସବୁ ଗାଁ ଓ ସହରରେ ହେବ ଏହି ସର୍ବେକ୍ଷଣ | ଏହି ଅବସରରେ କରୋନା ରୋଗୀଙ୍କୁ ଟ୍ରେସ କରି ଟେଷ୍ଟ କରି ଟ୍ରିଟମେଣ୍ଟ କରିବାରେ ସହାୟକ ହେବ ବୋଲି କହିଲେ କୋବିଦ ମୁଖ୍ୟ ମୁଖପାତ୍ର  ସୁବ୍ରତୋ ଵାଗଚୀ|

ଆଶା ଦିଦି ସହାୟତାରେ କୋବିଦ ଲକ୍ଷଣ ସର୍ଭେ କରାଯିବ ତଥା ବୟସ ଜନିତ ରୋଗର ସର୍ଭେ କରାଯିବ | ଯଦି ଲକ୍ଷଣ ଦେଖାଯାଉଥିବା ସେମାନଙ୍କୁ କୋବିଦ ସେଣ୍ଟରକୁ ନେଇ ପରୀକ୍ଷା କରାଯିବ | ସମସ୍ତେ ସହଯୋଗ କରିବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଛି | ସାମାନ୍ୟତମ ଲକ୍ଷଣ ଥିଲେ ଲୁଚାନ୍ତୁ ନାହିଁ | ଯଦି କାହାକୁ ସାମାନ୍ୟତମ ଲକ୍ଷଣ ଦେଖାଯାଉଛି ତେବେ  କ୍ଵାରେଣ୍ଟାଇନରୁ ରହିବା ସହ ଯାଞ୍ଚ କରିବାକୁ ଆସୁଥିବା ଆଶାମାନଙ୍କୁ ସହଯୋଗ କରିବା ପାଇଁ ସରକାର ଅନୁରୋଧ କରିଛନ୍ତି | ଆଶଙ୍କା ବଢିଛି, ତେଣୁ ଆମକୁ ସର୍ତକ ରହିବାକୁ ପଡିବ ବୋଲି ଶ୍ରୀ ଵାଗଚୀ କହିଛନ୍ତି | 

0
0
0
s2sdefault