ଟିଟିଲାଗଡ (ଗୌରବ ଦର୍ଜି)-ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ଚୋରମରା ଗାଁ ନିକଟସ୍ଥ ଡୁଙ୍ଗରିରାସ୍ତାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହେବା ଅଞ୍ଚଳରେ ଚାଞ୍ଚଲ୍ୟ ଖେଲିଯାଇଛି । ମୃତକ ଚୋରମରା ଗାଁର ଗର୍ଯୁ ରଣା ( ୫୪ ) ବୋଲି ଜଣାପଡ଼ିଛି । ମୃତକ ଙ୍କ ଗଳାରେ କ୍ଷତ ଚିହ୍ନ ଥିବା ନେଇ କେହି ତାଙ୍କ ଗଳା କାଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଖବର ପାଇ ଟିଟିଲାଗଡ ପୁଲିସ ଘଟଣାସ୍ଥଳ ରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ କରିଛନ୍ତି । ମୃତକ ଚାଷ ସହ ଚଣା ବିକ୍ରି କରି ପରିବାର ଚଳାଉଥିଲେ । ତାଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁସାରେ ସକାଳୁ ସେ ବିଜେପୁର ବଜାରକୁ ଚଣା ବିକ୍ରି କରିବାକୁ ଯାଇଥିଲେ ଓ ସେଠୁ ସେ ଟିଟିଲାଗଡ଼ ସହରକୁ ଚଣା କିଣିବାକୁ ଯାଇ ସନ୍ଧ୍ୟାରେ ସାଇକେଲ ଯୋଗେ ଘରକୁ ଫେରୁଥିଲେ । ଚୋରମରା ଗାଁରୁ ପ୍ରାୟ ୧ କିଲୋମଟିର ପୁର୍ବରୁ ଜାତୀୟ ରାଜପଥ ୫୯ ରେ ରହିଥିବା ପେପର ମିଲ ସାମ୍ନାରେ ପାହାଡ ତଳେ ତାଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କ ପରିବାର ସଦସ୍ୟ ଓ ପୁଲିସ କୁ ଖବର କରିଥିଲେ । ତାଙ୍କ ସାଇକଲଟି ରାସ୍ତା ସଂଲଗ୍ନ ପାହାଡ ଉପରେ ଠିଆ ହୋଇଥିବା ଦେଖୁବାକୁ ମିଳିଛି । ସାଇକଲର ପଛ କ୍ୟାରିୟରରେ ଏକ ବସ୍ତା ବନ୍ଧା ଯାଇଥିବା ବେଳେ ଆଗ ହେଣ୍ଡିଲରେ ଏକ ମୁଣା ଥିବା ଦେଖାଯାଇଛି । ସମ୍ପୃକ୍ତ ବ୍ୟକ୍ତି ନିଜ କାମ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ମୁଣ୍ଡ ପରାଉ ନଥିବା ଗାଁ ଲୋକେ କହିଛନ୍ତି । ତିନି ଝିଅ ମଧ୍ୟ ରୁ ଦୁଇ ଜଣଙ୍କ ବିବାହ ହୋଇ ସାରିଥିବା ବେଳେ ପରିବାରରେ ସ୍ତ୍ରୀ ଓ ଜଣେ ଅବିବାହିତ ଝିଅ ଅଛନ୍ତି । ବହୁଁଙ୍କୁ କିଏ କାହିଁକି ହତ୍ୟା କଲା ସେ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ଆଲୋଚନା ହେଉଛି । ହତ୍ୟା ଟି ଜମି ବିବାଦ କୁ ନେଇ ହୋଇଥିବା ସର୍ମ୍ପର୍କିୟ କହିଛନ୍ତି।
ଘଟଣା ସମ୍ପର୍କରେ ଖବର ପାଇ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ , ଥାନା ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି , ଏସଆଇ ମନୋଜ ମୁଣ୍ଡା, ଓ ତାଙ୍କ ସହିତ ବଲାଙ୍ଗୀର ରୁ ଏକ scientific team ପହଞ୍ଚି ଘଟଣା ସମ୍ପର୍କରେ ତନାଘନା କରୁଛନ୍ତି ।