ହେଡଲାଇନସ୍:

କେନ୍ଦ୍ରରୁ ଫେରିବା ପରେ ସତ୍ୟବ୍ରତଙ୍କୁ ଏମଏସଏମଇ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ)  କେନ୍ଦ୍ରୀୟ ଡେପୁଟେସନ ସାରି ଫେରିଥିବା ବରିଷ୍ଠ  ଆଇଏଏସ୍‌ ଅଫିସର ସତ୍ୟବ୍ରତ ସାହୁଙ୍କୁ ରାଜ୍ୟ ସରକାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ(ଏମଏସଏମଇ) ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅବସ୍ଥାପିତ କରିଛନ୍ତି |  ଏହି ଦାୟିତ୍ୱଟି  ଆଇଏଏସ୍‌  ହେମନ୍ତ ଶର୍ମାଙ୍କ ହାତରେ ରହିଥିଲା  |  ସେହିଭଳି ଯୋଜନା ଓ ସଂଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ ଗୋପବନ୍ଧୁ ଶତପଥୀ ଓଡ଼ିଶା ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ  ସେଠାରେ ଥିବା ଦେବେନ୍ଦ୍ର ଜେନାଙ୍କୁ ହଜାନ ଓ ସଂଯୋଜନା ବିଭାଗକୁ ବଦଳି କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଏଏସ ଓ ଓଏଏସ ଅଦଳବଦଳ ସମ୍ପର୍କିତ ବିଜ୍ଞପ୍ତି ସାଧାରଣ ପ୍ରଶାସନ ବିଭାଗ ତରଫରୁ ପ୍ରକାଶ ପାଇଛି।

ସେହିପରି ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗରେ ଯୁଗ୍ମ ସଚିବ ଓଏଏସ୍‌ ଦୁର୍ଗା ପ୍ରସାଦ ମହାପାତ୍ରଙ୍କୁ ଢେଙ୍କାନାଳ ଏଡିଏମ୍‌ ଭାବେ ବଦଳି କରାଯାଇଥିବା ବେଳେ ଓଡ଼ିଶା ଷ୍ଟାଫ ସିଲେକସନ କମିସନର ଯୁଗ୍ମ ସଚିବ ଓଏଏସ୍‌ ଲୋପାମୁଦ୍ରା ମହାପାତ୍ରଙ୍କୁ ଲୋକସଂପର୍କ ବିଭାଗର ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯାଇଛି |  ଢେଙ୍କାନାଳ ଏଡିଏମ୍‌ ଭୁବେଶ କୁମାର ନାୟକଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗରେ ଯୁଗ୍ମ ସଚିବ ଭାବେ ବଦଳି ହୋଇଛି। କେନ୍ଦୁଝର ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓଏଏସ ନିରଞ୍ଜନ ଜେନାଙ୍କୁ ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ରାଜସ୍ୱ କମିସନରଙ୍କ କାର୍ଯ୍ୟାଳୟକୁ ଡେପୁଟି ସେକ୍ରେଟାରୀ ଭାବେ ବଦଳି ହୋଇଥିବା ବେଳେ ଓଏଏସ୍‌ ଜୀବନ ଚନ୍ଦ୍ର ମଲ୍ଲିକଙ୍କୁ ସମବାୟ ବିଭାଗକୁ ଡେପୁଟି ସଚିବ ଭାବେ ବଦଳି ହୋଇଛି।ପୁରୀ ଜିଲ୍ଲା ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନଙ୍କୁ ଓଡ଼ିଶା ଷ୍ଟାଫ ସିଲେକସନ କମିସନରେ ଡେପୁଟି ସଚିବ ଓ ଗଂଜାମ ବିଡିଓ ଜ୍ୟୋତି ଶଙ୍କର ରାୟଙ୍କୁ ଗଂଜାମ ଡିଆରଡିଏରେ ଅତିରିକ୍ତ ପିଡି ଭାବେ ବଦଳି ହୋଇଛି। ସେହିପରି ଓଏଏସ୍‌ ଦେବୀ ପ୍ରସାଦ ମହାନ୍ତିଙ୍କୁ ଜଗତ୍‌ସିଂହପୁର ଉପଜିଲ୍ଲାପାଳ, ଜ୍ୟୋତି ଶଙ୍କର ସାହୁଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗରେ ଯୁଗ୍ମ ସଚିବ ଭାବେ ବଦଳି ହୋଇଛି। ମୟୂରଭଂଜ ଜିଲ୍ଲାର ବଡ଼ସାହି ବିଡିଓ ଦିଲୀପ କୁମାର ମହାରଣାଙ୍କୁ ଅନୁଗୁଳ ଡିଆରଡିଏରେ ଅତିରିକ୍ତ ପିଡି ଭାବେ ବଦଳି ହୋଇଛି।

0
0
0
s2sdefault