ନୂଆଦିଲ୍ଲୀ : ଦିନକୁ ଦିନ ଦେଶରେ କୋବିଦ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁ ଦେଶବ୍ୟାପୀ ଲକଡାଉନ (ମାନେ ଅନଲକ-୧ ସ୍ୱରୂପ) କୁ ଜୁଲାଇ ୩୧ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ନିଷ୍ପତ୍ତି ନେଇଛନ୍ତି | ଅର୍ଥାତ ଅନଲକ-୨ ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ | ହେଲେ କିଛିଟା ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର | କର୍ଫ୍ୟୁ ସମୟ ପରିବର୍ତ୍ତନ ହୋଇ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କରାଯଇହ୍ହି | କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରୀ ହୋଇଥିବା ଅନଲକ୍-୨ ର ଗାଇଡଲାଇନ୍ ଅନୁଯାୟୀ ଜୁଲାଇ ୩୧ ପର୍ଯ୍ୟନ୍ତ ଦେଶର ସବୁ ଶିକ୍ଷାନୁଷ୍ଠାନ ଖୋଲିବା ନାହିଁ । ସାରାଦେଶରେ ଅନଲାଇନ କ୍ଳାସକୁ ପ୍ରୋତ୍ସାହିତ କରାଯିବ | ଆନ୍ତର୍ଜାତିକ ବିମାନ ଓ ମେଟ୍ରୋ ରେଳ ସେବା ଆରମ୍ଭ ହେବନାହିଁ । ସର୍ବସାଧାରଣ ଆମୋଦପ୍ରମୋଦ ସ୍ଥଳ ଯଥା ସିନେମା ହଲ୍, ପାର୍କ, ଜିମ୍, ସୁଇମିଂ ପୁଲ୍, ଥିଏଟର, ବାର୍ ବନ୍ଦ ରହିବ । ସାମାଜିକ, ରାଜନୈତିକ କାର୍ଯ୍ୟକ୍ରମ ସମେତ କ୍ରୀଡ଼ା ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଆଯିବନି । କଣ୍ଟେନମେଣ୍ଟ ଜୋନ୍ ରେ ଲକଡାଉନ୍ କଟକଣା ବଳବତ୍ତର ରହିବ । ସ୍ଥାନୀୟ ପ୍ରଶାସନ କଣ୍ଟେନମେଣ୍ଟ୍ ଜୋନ୍ ସମ୍ପର୍କରେ ନିଷ୍ପତ୍ତି ନେବେ । ଆନ୍ତଃରାଜ୍ୟ ଟ୍ରେନ ଚଳାଚଳ ଓ ବିମାନ ଚଳାଚଳରେ କଟକଣା ରହିବନାହିଁ | ଜୁନ ୩୦ ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଷରେ ବାର୍ତ୍ତା ଦେଇ କାଲି ସବିଶେଷ ଘୋଷଣା କରିବେ |
ରାଜ୍ୟ
ଜୁଲାଇ ୩୧ ଯାଏ ଅନଲକ-୨ : ଶିକ୍ଷାନୁଷ୍ଠାନ ବନ୍ଦ, କର୍ଫ୍ୟୁ ରାତି ୧୦ରୁ ସକାଳ ୫
- Hits: 479