ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ତହସିଲ ଅନ୍ତର୍ଗତ ସୁନାମୁହିଁ ଗ୍ରାମରୁ ରବିବାର ଦିନ ଜଣେ ବ୍ୟବସାୟୀ ବାହ୍ୟ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣର ସମ୍ଭାବନା ସୃଷ୍ଟି ହୋଇଥିଲା । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କର ଦେହ ଖରାପ ହେବାରୁ ସେ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାଇବେଟିସ ଟେଷ୍ଟ କରିଥିଲେ । ପରେ ସୁନାମୁହିଁ ସ୍ବାସ୍ଥ୍ୟକେନ୍ଦ୍ରରେ ସାଲାଇନ ନେବାପରେ ଜ୍ବର ନକମିବାରୁ ଭୁବନେଶ୍ୱର ସମ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ । ସେଠାରେ ତାଙ୍କର କରୋନା ଟେଷ୍ଟ ପଜିଟିଭ ବାହାରିଥିବା ସରପଞ୍ଚ ସୂଚନା ଦେଇଥିଲେ । ଫଳରେ ପ୍ରଶାସନ ଗତକାଲି ତାଙ୍କ ସଂସ୍ପର୍ଶରେ ଆସିଥିବା ପରିବାର ୩ଜଣ ଓ କୁରାଳର ୩ଜଣ ଏପରି ୬ଜଣଙ୍କୁ କୁରାଳ ସଙ୍ଗରୋଧରେ ରଖିବା ସହିତ ୯୦ଜଣଙ୍କର ସ୍ବାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲେ । ଆଜି ଆସିଥିବା ରିପୋର୍ଟ ରେ ତାଙ୍କର ଜଣେ ସମ୍ପର୍କୀୟ ମହିଳାଙ୍କ ଠାରେ ପଜେଟିଭ ଚିହ୍ନଟ ଜଣାପଡିବା ପରେ ପ୍ରଶାସନ ତାଙ୍କୁ ଚିକିତ୍ସା ନିମିତ୍ତ ଭୂବନେଶ୍ୱର ସ୍ଥାନାନ୍ତର କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି । ବାହ୍ୟ ସଂକ୍ରମିତ ଫଳରେ ଆଗାମୀ ଦିନରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସମ୍ଭାବନା କାରଣରୁ ସ୍ଥାନୀୟ ଜନସାଧାରଣ କୋଭିଡ ନୀୟମକୁ କଡାକଡି ଭାବରେ ପାଳନ ପାଳନ କରିବାକୁ ପଞ୍ଚାୟତ ଏବଂ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି ।
ରାଜ୍ୟ
ସୁନାମୁହିଁ ବାହ୍ୟ ଆକ୍ରାନ୍ତଙ୍କ ସମ୍ପର୍କୀୟଙ୍କ ଠାରେ କରୋନା ଚିହ୍ନଟ
- Hits: 413