# ପୂର୍ବତଟ ରେଳପଥ ୬୩୬ ରୁ ଅଧିକ ଶ୍ରମିକ ସ୍ପେସିଆଲ ଟ୍ରେନ ପରିଚାଳନା କରିଛି
# ପୂର୍ବତଟ ରେଳ ପଥ କୁ ବିଭିନ୍ନ ରାଜ୍ୟ ରୁ ୨୫୦ ଟି ଶ୍ରମିକ ସ୍ପେସିଆଲ ଟ୍ରେନ ଆସିଥିଲା, ସେଥିରୁ ଓଡିଶା ପାଇଁ ୨୪୭ ଟି ଓ ଆନ୍ଧ୍ର ପ୍ରଦେଶ ପାଇଁ ୩ ଟି ଥିଲା
# ପୂର୍ବତଟ ପକ୍ଷରୁ ୧୪ ଟି ଶ୍ରମିକ ସ୍ପେସିଆଲ ଏକ୍ସପ୍ରେସ ଟ୍ରେନ ବିଭିନ୍ନ ରାଜ୍ୟକୁ ପଠାଯାଇଥିଲା
#ପୂର୍ବ ତଟ ରେଳପଥ ଅନ୍ତର୍ଗତ ମାର୍ଗ ଦେଇ ବିଭିନ୍ନ ରାଜ୍ୟକୁ ୩୭୨ ଟି ଶ୍ରମିକ ଏକ୍ସପ୍ରେସ୍ ଯାତାୟତ କରିଥିଲା
# ଆଇ.ଆର.ସି.ଟି.ସି ସହାୟତାରେ ପୂର୍ବ ତଟ ପଥ ପକ୍ଷରୁ ଶ୍ରମିକ ସ୍ପେସିଆଲ ଟ୍ରେନ ଗୁଡିକରେ ୧୨ଲକ୍ଷ ରୁ ଅଧିକ ନିଃଶୁଳ୍କ ଖାଦ୍ୟ ଓ ପାଣି ବୋତଲ ଯାତ୍ରୀ ମାନଙ୍କୁ ଯୋଗାଇ ଦିଆ ଯାଇଥିଲା
ଭୁବନେଶ୍ୱର (ଶାସକ ପ୍ରଶାସକ) ଏହି କୋଭିଡ-୧୯ ମହାମାରୀ ସଂକ୍ରମଣ ଯୋଗୁ ଲକ୍ ଡାଉନ୍ ଫଳରେ ବଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକ,ପର୍ଯଟକ,ଛାତ୍ରଛାତ୍ରୀମାନେ ନଜର ଗୃହକୁ ଫେରିବା ନିମନ୍ତେ ଶ୍ରମିକ ଟ୍ରେନ୍ ଗୁଡିକର ଛଳାଚଳ ମଇ ପହିଲା ୨୦୨୦ ଠାରୁ ଆରମ୍ଭ ହୋଇଛି।ରାଜ୍ୟ ସରକାରଙ୍କ ଚାହିଦା ଅନୁସାରେ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ ଯେତେବେଳେ ଯେଉଁ ମୁହୂର୍ତ୍ତରେ ଆବଶ୍ୟକ ଅନୁସାରେ ପ୍ରଦାନ କରାଯାଉଛି।
ସୁପ୍ରିମ କୋର୍ଟ ଙ୍କ ନିର୍ଦେଶନୁଯାୟୀ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରେ ପଂହଁଚାଇବା କାର୍ଯ୍ୟ ୨୪ ଜୁନ, ୨୦୨୦ ସୁଦ୍ଧା ସମାପ୍ତ ହୋଇଯିବାର ଥିଲା l ପୂର୍ବ ତଟ ରେଳପଥ ରେ ଏହି କାର୍ଯ୍ୟ ସମୟ ସୀମା ମଧ୍ୟରେ ପ୍ରାୟ ସମାପ୍ତ ହେଇଯାଇଛି, ଯେହେତୁ ବିଭିନ୍ନ ରାଜ୍ୟ ରୁ ପୂର୍ବ ତଟ ରେଳପଥ କୁ ଆସିବା ପାଇଁ ଥିବା ଶ୍ରମିକ ସ୍ପେସିଆଲ ଟ୍ରେନ ଗୁଡିକ ର ସଂଖ୍ୟା ଅତି କମ l ପୂର୍ବ ତଟ ରେଳପଥ ମଧ୍ୟ ଓଡିଶା, ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ ରାଜ୍ୟ ରୁ ବିଭିନ୍ନ ରାଜ୍ୟକୁ ଶ୍ରମିକ ସ୍ପେସିଆଲ ଟ୍ରେନ ପଠେଇବାର ଆବଶ୍ୟକତା କୁ ପୂରଣ କରିପାରିଛି l
ପୂର୍ବତଟ ରେଳପଥ ମେ, ୨୦୨୦ ର ପ୍ରଥମ ସପ୍ତାହ ରୁ ଏହାର ଅଧିକାର କ୍ଷେତ୍ର ଆଧିନ ରୁ ପାଖାପାଖି ୬୩୪ ଟି ଶ୍ରମିକ ସ୍ପେସିଆଲ ଟ୍ରେନ ପରିଚାଳନା କରିଛି l ଏଥି ମଧ୍ୟରୁ ୨୫୦ଟି ଶ୍ରମିକ ସ୍ପେସିଆଲ ଟ୍ରେନ ବାହାର ରାଜ୍ୟ ରୁ ପୂର୍ବତଟ ରେଳପଥ ଅଧିକାର କ୍ଷେତ୍ର କୁ ଆସିଛି l ୧୪ ଟି ଶ୍ରମିକ ସ୍ପେସିଆଲ ଟ୍ରେନ ଗୁଡିକୁ ପୂର୍ବ ତଟ ଅଧିନ ରେ ଥିବା ବିଭିନ୍ନ ସ୍ଥାନରୁ ଯଥା ସମ୍ବଲପୁର ରୁ ଗୋଟିଏ, ଭୁବନେଶ୍ୱର ରୁ ଦୁଇଟି ଅନ୍ୟ ସବୁ ବିଶାଖାପାଟଣା ରୁ ବିଭିନ୍ନ ସ୍ଥାନ ମାନଂକୁ ପଠା ଯାଇଛି l ଗୁଜୁରାଟ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, ଦିଲ୍ଲୀ ଓ ଆନ୍ଧ୍ର ପ୍ରଦେଶ ରୁ ଏହି ଟ୍ରେନ ଗୁଡିକ ଓଡିଶା କୁ ଆସିଥିଲା l ପ୍ରାୟ ୩୭୨ ଟି ଶ୍ରମିକ ସ୍ପେସିଆଲ ଟ୍ରେନ ମଧ୍ୟ ପୂର୍ବ ତଟ ରେଳପଥ ର ମାର୍ଗରେ ସୁରକ୍ଷିତ ରୂପେ ଚଳାଚଳ କରିଥିଲା, ଯେଉଁଗୁଡିକରେ ପୂର୍ବ ତଟ ରେଳପଥର ବିଭିନ୍ନ ଷ୍ଟେସନମାନଙ୍କରେ ଖାଦ୍ୟ ତଥା ଅନ୍ୟାନ୍ୟ ସୁବିଧା ପ୍ରଦାନ କରା ଯାଇଥିଲା ।
ଯେତେବେଳେ ବି ଆବଶ୍ୟକତା ହେବ ଶ୍ରମିକ ସ୍ପେସିଆଲ ଟ୍ରେନ ଯୋଗାଇ ଦେବା ନିମନ୍ତେ ସମସ୍ତ ରାଜ୍ୟ ସରକାର ମାନଙ୍କୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଆଶ୍ୱାସନା ଦିଆ ଯାଇଛି l ଆଇ.ଆର.ସି.ଟି.ସି ସହଯୋଗ ରେ ଶ୍ରମିକ ସ୍ପେସିଆଲ ଟ୍ରେନ ମାନଂକରେ ପୂର୍ବ ତଟ ରେଳପଥ ପକ୍ଷରୁ ୧୨ ଲକ୍ଷ ରୁ ଅଧିକ ନିଃଶୁଳ୍କ ଖାଦ୍ୟ ଓ ପାଣି ବୋତଲ ଯାତ୍ରୀମାନଙ୍କୁ ଯୋଗାଇ ଦିଆ ଯାଇଥିଲା l ଏହି ଶ୍ରମିକ ଟ୍ରେନ ଗୁଡିକ ଯାତ୍ରା କରୁଥିବା ସମୟରେ ରେଳପଥର ଡାକ୍ତର ଓ କର୍ମଚାରୀମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ସୁରକ୍ଷିତ ରୂପେ ପ୍ରସବ ହୋଇ ଅନେକ ନବଜାତ ଶିଶୁ ଙ୍କ ଜନ୍ମ ହେବାର ଆନନ୍ଦମୟ ସ୍ମରଣୀୟ ଘଟଣାମାନ ଘଟିଥିଲା l