ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) ସମ୍ବଲପୁର ଜ଼ିଲ୍ଲା ରେଙ୍ଗାଲିରେ କରୋନା ଯୋଦ୍ଧାଙ୍କୁ ଆଜି ସଂମ୍ବର୍ଦ୍ଧିତ କରାଯାଇଛି l ଉତ୍କଳୀୟମ ଫାଉଣ୍ଡେସନ ଇଣ୍ଡିଆ ଏବଂ ବୈଦ୍ଯୁତିକ ସାମ୍ବାଦିକ ସଂଘ ରେଙ୍ଗାଲି ମିଲିତ ଭାବରେ କୋଭିଡି -୧୯ ମହାମାରି କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ପାଇଁ କାଯ୍ୟ କରୁଥିବା ରେଙ୍ଗାଲି ବ୍ଲକର ଵ୍ୟକ୍ତି ବିଶେଷଙ୍କୁ କରୋନା ଯୋଦ୍ଧା ଭାବରେ ସମ୍ମାନୀତ କରାଯାଇଥିଲା ।
ଉତ୍କଳୀୟମ ଫାଉଣ୍ଡେସନ ଇଣ୍ଡିଆର ପଶ୍ଚିମ ଓଡ଼ିଶା ମୁଖ୍ୟ ସଂଯୋଜକ ରମାକାନ୍ତ ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କରାନା ଯୋଦ୍ଧା ସମ୍ମାନ କାଯ୍ୟକ୍ରମ ରେ ବ୍ଳକର ତହସିଲଦାର, ବିଡ଼ିଓ ପୋଲିସ ଅଧିକାରୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ସାମ୍ବାଦିକ , ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ସ୍ୱେଚ୍ଛାସେବୀ ତଥା ବ୍ଳକର ବିଭିନ୍ନ ସାମାଜିକ ଅନୁଷ୍ଠାନ ମାନଙ୍କୁ ଉପଢ଼ୋକନ ସହ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ସ୍ଥାନୀୟ ହୋଟେଲ ସ୍ପାଇସି ସ୍ଥିତ ସଂମ୍ବିଳନୀ କକ୍ଷରେ ଆୟୋଜିତ ଏହି କରୋନା ଯୋଦ୍ଧା ସମ୍ମାନ କାଯ୍ୟକ୍ରମ ରେ ରେଙ୍ଗାଲି ବିଧାୟକ ନାଉରି ନାୟକ (ମୁଖ୍ୟଅତିଥି), ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଶୈଳେସ ଦାନୀ (ମୁଖ୍ୟ ବକ୍ତା), ରେଙ୍ଗାଲି ବ୍ଲକ ସାଂସଦ ପ୍ରତିନିଧି ଯୁଗଳ କିଶୋର ଅଗ୍ରୱାଲ (ସମ୍ବାନୀତ ଅତିଥି ) ଭାବରେ ଯୋଗଦେଇ କରୋନା ଯୋଦ୍ଧା ଙ୍କୁ ସମ୍ମାନିତ କରିଥିଲେ l ଏଥିରେ ଉତ୍କଳୀୟମ ଫାଉଣ୍ଡେସନ ଇଣ୍ଡିଆ ର ଅଧ୍ୟକ୍ଷ ରାଜିବ ଲୋଚନ ପ୍ରଧାନ, ମହାସଚିବ ଡାକ୍ତର ରାଜାରାମ ଷଡ଼ଙ୍ଗୀ , ସମ୍ପାଦିକା ସୁଚିତ୍ରା ବେହେରା, ଉପ ସଭାନେତ୍ରୀ ସବିତା ପୃଷ୍ଟି ପ୍ରମୁଖ ଉପସ୍ଥିତ ରହିଥିଲେ । ରେଙ୍ଗାଲି ତହସିଲଦାର ସୁନୀଲ କୁମାର ମେହେର, ରେଙ୍ଗାଲି ଥାନାଧିକାରୀ ଧବଳେଶ୍ୱର ସାହୁ, କତରବଗା ଥାନାଧିକାରୀ ଅଜୟ ଜେନା, ଶାସନ ଥାନାଧିକାରୀ ଜୟରଶ୍ମି ସେଠୀ, ଠେଲକୋଲେଇ
ଥାନାଧିକାରୀ ସୁରୁ ବାବୁ ଛତ୍ରିଆ, ବିଡ଼ିଓ ଶଙ୍କର ପ୍ରସାଦ ସାହୁ, ଡ଼. ସଚ୍ଚିଦାନନ୍ଦ ମହାନ୍ତି, ଫାର୍ମାସିଷ୍ଟ ସୁରେନ୍ଦ୍ର ମୋହନ ବେହେରା, ଆଶା କର୍ମୀ ମଞ୍ଜୁକ୍ତl ନାୟକ, ନନ୍ଦିନୀ ମହାପାତ୍ର, ସାବିତ୍ରୀ ବିଶ୍ୱାଳ, ଅଙ୍ଗନବାଡି କର୍ମୀ ଜୟନ୍ତୀ ମିଶ୍ର, ସୁଷମା ସାହୁ, ମିନି ପଣ୍ଡା, ପ୍ରଭାସିନୀ ବିଶ୍ୱାଳ, ସାବିତ୍ରୀ ଓରାମ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ପାର୍ଟି ଫର ଆଣ୍ଟି କରପସନ, ମାତୃଭୂମି, ସ୍ୱାଧୀନ ଏକତା ସଂଗଠନ, ସ୍ୱେଚ୍ଛାସେବୀ ଚିନ୍ତାମଣି ବାଘ, ଚିତ୍ତ ରଞ୍ଜନ ବାଘ, ସରପଞ୍ଚ ଯୁଗଳ କିଶୋର ସାହୁ, ଦିଲୀପ କୁମାର ନାୟକ, କୁମୋଦିନୀ ସାହୁ, ଲଷ୍ମୀ ଓରାମ, ନୀଳାବତୀ ଓରାମ, ସନାତନ ସାହୁ, ସାମ୍ବାଦିକ ସନ୍ଦୀପ ଶର୍ମା, ଅଙ୍କିତ ସାହୁ, ସୁରଜ ପୋଦ୍ଧାର, ସରୋଜ ଛୁରିଆ, ଦୀନେଶ ମାହାନା ପ୍ରମୁଖ ସମୁଦାୟ ୩୫ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏଭଳି କରୋନା ଯୋଦ୍ଧା ସମ୍ମାନ କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରୀ ରହିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।