ହେଡଲାଇନସ୍:

ଯୁବକଙ୍କ ପ୍ରେମ ଜନିତ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ ଆଣିଲେ ପରିବାର

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଘଟଣାର ତନାଘନା ଆରମ୍ଭ କଲା ସାଇଣ୍ଟିଫିକ ଟିମ

ଟିଟିଲାଗଡ (ଗୌରବ ଦର୍ଜି)-ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ ଗୋପବନ୍ଧୁ ପଡାରେ ଏକ ଅଭାବନୀୟ ଘଟଣା ଘଟିଛି।ଯୁବକ ଙ୍କ ମୃତ ଦେହଙ୍କୁ ଜବତ କରି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ପୋଲିସ।ସୂଚନା ଅନୁଯାଇ ନୟାଗଡ଼ ଜିଲ୍ଲା ସିକାରାଡ଼ା ଗ୍ରାମର ଅବକାଶ ପରିଡା(୨୩)ଯୁବକ ଜଣକ ଦୀର୍ଘ ଦିନ ହେଲା ସଇଁନ୍ତଳା ଗୋପବନ୍ଧୁ ପଡାରେ ଏକ ଭଡା ଘରେ ରହୁଥିଲେ।ସେ ଜିଓ କେୟାର ରେ କାମ କରୁଥିଲେ।ହେଲେ ତାଙ୍କ ଘରଲୋକେ ଯୁବକ ଙ୍କୁ ଫୋନ ବାରମ୍ବାର କରିଥିଲେ ହେଲେ ଯୁବକ ଜଣକ ଫୋନ ଉଠାଇ ନ ଥିଲେ ।ଶେଷରେ ବାଧ୍ୟ ହୋଇ ସଇଁନ୍ତଳା କୁ ଆସିଲେ ।କିନ୍ତୁ ଦେଖିବାକୁ ଥିଲେ ଯୁବକଙ୍କ ମୃତ ଦେହ ପଡି ରହିଛି। ପରେ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ ଯେ ତାଙ୍କ ପୁଅ ଙ୍କ ହତ୍ୟା କରାଯାଇଛି।ପ୍ରକାଶ ଥାଉକି ନବଗରଙ୍ଗ ପୁରରେ ଜଣେ ଝିଅଙ୍କୁ ପ୍ରେମ କରୁଥିଲେ ଯୁବକ ଜଣକ।ଖବର ପାଇ ବା ପରେ ସେହି ଜାଗାକୁ ଯାଇ ଅନ୍ତିମ ସଂସ୍କାର କରି ଘରକୁ ଫେରି ଥିଲେ।କିନ୍ତୁ ଯୁବକ ଜଣକ ପ୍ରେମକାଙ୍କ କଥା ଭାବି ଚିନ୍ତା ରେ ଭାଂଗି ପଡ଼ୁଥିଲେ।ଶେଷରେ ପେମିକା ପାଇଁ ପ୍ରେମିକଙ୍କ ଜୀବନ ଚାଲିଗଲା।କେସ ନମ୍ବର ୧୮୮/୨୦ଅନୁଯାୟୀ ଆଇପିସି ୩୦୨/୩୪ରେ ଏକ ମାମଲା ରୁଜୁ କରି ସଇଁନ୍ତଳା ଥାନା ଅଧିକାରୀ ବାରିଣୀ ଦାସ ଓ ମାଜିଷ୍ଟ୍ରେଟ ଭାବରେ ସଇଁନ୍ତଳା ତହସିଲଦାର ସୁମନ କିଶୋର ଡୁଙ୍ଗ ଡୁଙ୍ଗ ଘଟଣା ସ୍ଥାଲରେ ପହଁଚି ତଦନ୍ତ କରିଛନ୍ତି। ଏକ ସାଇଣ୍ଟିଫିକ ଟିମ ଆସି ଯୁବକଙ୍କ ହତ୍ୟା ନା ଆତ୍ମହତ୍ୟା ଘଟଣା ସମ୍ପର୍କରେ ତଦନ୍ତ କରୁଛନ୍ତି।

0
0
0
s2sdefault