ହେଡଲାଇନସ୍:

"ଗୁଣ୍ଡିଚା ଯାତ୍ରା ଭଳି ଶୃଙ୍ଖଳାରେ ଅନ୍ୟ ବିଧି ପାଳନ ହେଉ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାହୁଡ଼ା, ସୁନାବେଶ, ଅଧରପଣା ଓ ନିଳାଦ୍ରୀ ବିଜେ ନୀତି ସମ୍ପର୍କିତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ 

ଭୁବନେଶ୍ବର :ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନାପୂର୍ବକ ଯେଉଁଭଳି ଭାବେ  ଶ୍ରୀଜୀଉଙ୍କ ରଥଯାତ୍ରା  ଶୃଙ୍ଖଳିତ ଭାବେ ହେଲା, ଅନୁରୂପ ଭଙ୍ଗରେ ଠାକୁରଙ୍କ ବାକି ନୀତି ଯଥା  ବାହୁଡ଼ା, ସୁନାବେଶ, ଅଧରପଣା ଓ ନିଳାଦ୍ରୀ ବିଜେ  କରିବାକୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି | ଭିଡ଼ିଓ କନଫରେନ୍ସିଂ ଯୋଗେ ମହାପ୍ରଭୁଙ୍କ ରଥଯାତ୍ରାର ବାକି ଦିନଗୁଡିକ ନୀତିକାନ୍ତି ସଂପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀଜୀଉଙ୍କ ଶୃଙ୍ଖଳିତ ବିଧି ସମ୍ପନ୍ନ କରାଯିବା ଉପରେ ଗୁରୁତ୍ଵ ଆରୋପ କରିଛନ୍ତି |

ମୁଖ୍ୟମନ୍ତ୍ରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବାହୁଡ଼ା, ସୁନାବେଶ, ଅଧରପଣା ଓ ନୀଳାଦ୍ରୀ ବିଜେ ଆଦି କାର୍ଯ୍ୟକ୍ରମର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। କେବଳ କୋଭିଡ଼ ନେଗେଟିଭ ଥିବା ସେବାୟତଙ୍କୁ ନେଇ ଠିକ୍ ସମୟରେ ଶୃଙ୍ଖଳିତ ଭାବେ ନୀତିକାନ୍ତି ସମ୍ପନ୍ନ କରିବାପାଇଁ ସେ ପରାମର୍ଶ ଦେଇଛନ୍ତି।  ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସାରା ବିଶ୍ୱର ନଜର ଏବେ ପୁରୀ ଉପରେ ରହିଛି। ତେଣୁ କୋଭିଡ଼ ନିୟମାବଳୀକୁ ଠିକ୍ ଭାବେ ପାଳନ କରିବା ସହ ପୁରୀ ସହରରେ କୋଭିଡ଼ ସଚେତନତା ଓ କୋଭିଡ଼ ପରୀକ୍ଷା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହିଁ ବୈଠକ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଗୁଣ୍ଡିଚା ଯାତ୍ରାର ସଠିକ୍ ପରିଚାଳନା ପାଇଁ ପୁଣି ଠାରେ ସେବାୟତ, ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ,ପୁଲିସ, ସ୍ବାସ୍ଥ୍ୟ ବିଭାଗକୁ ଧନ୍ୟବାଦ ଜଣାଇଥିଲେ। ଏଥସିହତ ଅନ୍ୟନୀତିରେ ମଧ୍ୟ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ବାହୁଡା, ସୁନାବେଶ ନୀତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଠିକ୍ ସମୟରେ ହେବା ସହିତ କୋଭିଡ଼୍ ନେଗେଟିଭ୍ ଥିବା ସେବାୟତମାନଙ୍କୁ ନେଇ କେବଳ ନୀତି ସଂପାଦନ କରାଯିବା ଦରକାର। ପୁରୀ ସହରରେ କୋଭିଡ୍ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଲାଗି ସେ ନିର୍ଦେଶ ଦେଇଥିଲେ। କୋଭିଡ଼୍ ସର୍ଭେ ଓ ପରୀକ୍ଷା କାର୍ଯ୍ୟ ଆହୁରି ବ୍ୟାପକ କରିବା ଲାଗିପରାମସ୍ୱଗ ଦେଇଥିଲେ |

ବାହୁଡା, ସୁନାବେଶ, ଅଧରପଣା, ନିଳାଦ୍ରୀ ବିଜେ କାର୍ଯ୍ୟକ୍ରମକୁ ଜନସାଧାରଣ ଯେପରି ଘରେ ବସି ସୁବିଧାରେ ଦର୍ଶନ କରିପାରିବେ, ସେଥିପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ତତ୍ତ୍ବାବଧାନରେ ବିଭିନ୍ନ ଚ୍ୟାନେଲରେ ସିଧା ପ୍ରସାରଣ ପାଇଁ ପରାମର୍ଶ ନବୀନ ପରାମର୍ଶ ଦେଇଥିଲେ।   ଆଇନ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ, ପୁଲିସ ମହାନିର୍ଦେଶକ ଶ୍ରୀ ଅଭୟ , ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ କ୍ରିଷନ କୁମାର,  ରଥଯାତ୍ରାର ବିଭିନ୍ନ ସଫଳ ଦିଗ ସଂପର୍କରେ ଆଲୋଚନା କରିବା ସହ ବାହୁଡା ଏବଂ ସୁନାବେଶର ପ୍ରସ୍ତୁତି ସଂପର୍କରେ ଅବଗତ କରିଥିଲେ। ଏହି ଆଲୋଚନାରେ ପୁରୀ ରଥଯାତ୍ରା ଦାୟିତ୍ବରେ ଥିବା ମନ୍ତ୍ରୀ, ଯୋଜନା ବୋର୍ଡ ଉପାଧ୍ୟକ୍ଷ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପୁରୀ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault