ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ : କରୋନା ମହାମାରୀକୁ ନେଇ ସହରବାସୀ ଏକ ପ୍ରକାର ଆତଙ୍କିତ ରହିଥିବା ବେଳେ ସ୍ଥାନୀୟ ଡେଙ୍ଗିଭାଡ଼ି ଏବଂ ସାଇ ବିହାର କଲୋନୀରେ ପୁଷ୍ପ ବ୍ରହ୍ମକମଳ ଫୁଟିବା ଘଟଣା ସହରରେ ଚର୍ଚ୍ଚା ଓ ଧାର୍ମିକ ସମାଜ ପାଇଁ ଆନନ୍ଦର ସନ୍ଦେଶ ଆଣିଦେଇଛି । ମିଳିଥିବା ସୂତ୍ରରୁ ପ୍ରକାଶ, ବ୍ରହ୍ମକମଳ ପୁଷ୍ପ କେବଳ ହିମାଳୟରେ ଦେଖାଯାଉଥିବା ବେଳେ ଏହା ଏକ ବିରଳ ପୁଷ୍ପ ଭାବେ ପରିଚିତ | ମାତ୍ର ଏହି ପୁଷ୍ପକୁ ନେଇ ବହୁ ଧାର୍ମିକ କିମ୍ବଦନ୍ତୀ ରହିଥିବାରୁ ଏହାକୁ ଦର୍ଶନ କଲେ କୁଆଡ଼େ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି । ରାତିରେ ଫୁଟି ସୁଗନ୍ଧ ପ୍ରଦାନ କରିବା ପରେ ସୂର୍ଯ୍ୟ ଉଦୟ ପୂର୍ବରୁ ଏହା ମଉଳି ଯାଇଥାଏ । ଏବେ ସୁନ୍ଦରଗଡ଼ ସାଇବିହାର ଅଞ୍ଚଳର ବାଳଗୋପାଲ ମିଶ୍ର ଓ ସମିତା ମିଶ୍ରଙ୍କ ଘରେ ସାତୋଟି ବ୍ରହ୍ମକମଳଫୁଟିଛି ସେହିପରି ଡେଙ୍ଗିଭାଡ଼ି ସ୍ଥିତ ବନମାଳୀ ନାଏକଙ୍କ ଘରେ ୫ଟି ଓ ପତ୍ରାପଡ଼ାର ବାସନ୍ତୀ ପଟେଲଙ୍କ ଘରେ ମଧ୍ୟ ବ୍ରହ୍ମକମଳ ପୁଷ୍ପ ଫୁଟିଥିବାର ସୂଚନା ମିଳିଛି ।
ରାଜ୍ୟ
କରୋନା ଆତଙ୍କ ବେଳେ ଫୁଟିଲା ବ୍ରହ୍ମକମଳ
- Hits: 287