ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଉପ-ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଯୁବ ସମାଜସେବୀ
ପାଟଣାଗଡ (ସ୍ୱତନ୍ତ୍ର ପ୍ରତିନିଧି); ବଲାଙ୍ଗିର ଜିଲ୍ଲା ପାଟଣାଗଡ ସବଡିଭିଜନରେ ସରକାରୀ ଯୋଜନା ବାଟବଣା ହୋଇଛି । ସବୁଠି ମାଳ ମାଳ ଦୁର୍ନୀତିର ଅଭିଯୋଗ । ଜିଲ୍ଲାରେ ଦୁର୍ନୀତି ଚରମସୀମାକୁ ପହଚିଂଛି । ସ୍ୱଚ୍ଚ ଭାରତ ମିଶନ ତରଫରୁ ପାଇଖାନା ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଛି । ଏସବୁର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଜିଲ୍ଲାପାଳ ବଲାଙ୍ଗିର, ପିଡିଡିଆଡିଏ, ଦୁର୍ନିତି ନିବାରଣ ଶାଖା ବଲାଙ୍ଗିର, ମୁଖ୍ୟ ଶାସନ ସଚିବ ଓଡିଶା ସରକାର ଓ ୫ଟି ସଚିବ ଓଡିଶା ସରକାରଙ୍କ ଉଦେ୍ଧଶ୍ୟରେ ସମାଜସେବୀ ସୈରୀ କୁମାର ସାହୁ ପାଟଣାଗଡ ଉପ-ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କୁ ଆଜି ଦାବି ପତ୍ର ଦେଇଛନ୍ତି । ସୈରୀ କୁମାର ସାହୁ ଦେଇଥିବା ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଭାରତ ସରକାର ଲୋକଙ୍କ ସ୍ୱଚ୍ଚତା ଓ ସବୁଧା ପାଇଁ ସ୍ୱଚ୍ଚ ଭାରତ ମିଶନ ଆରମ୍ଭ କରିଥିଲେ । ଏହି ମହତ୍ ଉଦ୍ଦେଶ୍ୟ ନେଇ ସ୍ୱଚ୍ଚ ଭାରତ ମିସନ ଆରମ୍ଭ ହୋଇଥିଲା ହେଲେ ପାଟଣାଗଡ ସବଡିଭିଜନ ଅର୍ନ୍ତଗତ ପାଟଣାଗଡ, ବେଲପଡା ଓ ଖପ୍ରାଖୋଲ ବ୍ଲକରେ ସ୍ୱଚ୍ଚ ଭାରତ ମିଶନ ରେ ସ୍ୱଚ୍ଚତା ନାହିଁ । କାରଣ ଏହି ମିଶନରେ ତଆରି ହେଉଥିବା ପାଇଖାନା ଏନଜିଓ ଏବଂ ଏସଏଜଜି ଗୃପ ମାନଙ୍କ ନାମରେ ଟଙ୍କା ଉଠାଣ ହୋଇ ଆତ୍ମସାଥ କରାଯାଉଛି । କେଉଁଠି ଅଧା କାମ ତ କେଉଁଠି ନିମ୍ନମାନର କାମ ଏବଂ କେଉଁଠି ଖାଲି ଫାଇଲରେ କାମ ଦେଖାହୋଇଛି । ଏଠି ଖାଲି ଠିକାଦାର ଏବଂ ସରକାରୀ କର୍ମଚାରୀ ମାଲାମାଲ ହେଉଛନ୍ତି ନା ସେ ପାଇଖାନା କେବେ ବ୍ୟବହାର ଯୋଗ୍ୟ ହୋଇପାରୁଛି ନା ହିତାଧିକାରୀ ଜାଣିପାରୁଛନ୍ତି ତାଙ୍କ ନା ରେ ମଧ୍ୟ ଟଙ୍କା ଉଠାଣସରିଛି । ସେହିପରି ସ୍ୱଚ୍ଚ ଭାରତ ପାଇଖାନା ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଛି । କୋଟି କୋଟି ଟଙ୍କାର ଅନୁଦାନରୁ ବାଟମାରଣା ହୋଇଛି । ଅନିୟମିତତା କରାଯାଇ ହରିଲୁଟ ହୋଇଛି ସରକାରୀ ଅନୁଦାନ । ଯେଉଁ ସବୁ ଏନଜିଓ ଓ ଏସଏଜଜି ଗୃପ ପାଇଖାନା ନିର୍ମାଣ କରିଥିଲେ ସେମାନେ ସବୁ ଦୁର୍ନୀତିରେ ଲିପ୍ତ ରହିଛନ୍ତି । ସରକାରୀ ଯୋଜନାରୁ ଅର୍ଥ ହରିଲୁଟ ହୋଇଛି । ଗଣମାଧ୍ୟମରେ ଏନେଇ ବହୁ ଖବର ବି ପ୍ରକାଶିତ ହେଲାଣି । ଏଣୁ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଦିଗରେ ପଦକ୍ଷେପ ନେବାକୁ ସମାଜସେବୀ ଶ୍ରୀ ସାହୁ ଅନୁରୋଧ କରିଛନ୍ତି ।