ଜିଆରଏସଙ୍କୁ ବଳି ପକାଇବାକୁ ଚକ୍ରାନ୍ତ, ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି.
ହାଟଡିହି / ମକରଧ୍ବଜ ଜେନା : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତ ରେ ଏମଜିଏନଆରଇଜିଏସ ରେ ବିନା କାର୍ଯ୍ୟ ରେ ପ୍ରାୟ 25 ଜଣ ପ୍ରବାସୀ, ବୃଦ୍ଧ,ମୃତ ବ୍ୟକ୍ତି ଓ ଚାକିରୀ କରିଥିବା ବ୍ୟକ୍ତି ଙ୍କୁ କାର୍ଯ୍ୟ ଯୋଗାଇ ଦିଆଯାଇ ଲକ୍ଷାଧିକ ଟଙ୍କା ବିଲ ହୋଇଥିବା ନେଇ ଅଭିଯୋଗ ହୋଇଥିଲା. ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ଅଧିକାରୀ ଙ୍କ ଦ୍ୱାରା ଘଟଣା ର ତଦନ୍ତ ହୋଇଥିଲା | ବିଡ଼ିଓ ଜୟଦେବ ଦାସ ଘଟଣା ଦିଗରେ ଶାଳନିଆ ପଞ୍ଚାୟତ ଜିଆରଏସ ସସ୍ମିତା ବେହେରାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ | ବିଡ଼ିଓଙ୍କ ନୋଟିସର ଜବାବ ଜିଆରଏସ ଦେବା ପରେ ବିଡ଼ିଓ ନିଜେ କିପରି ଖସିବେ ସେଇ ଚିନ୍ତା ରେ ପଡି ଯାଇଛନ୍ତି. ପିଏସ ସେୟାର ରେ ବ୍ଲକ ତରଫରୁ କାର୍ଯ୍ୟାଦେଶ ବାହାର କରି କାର୍ଯ୍ୟ ର ଜିଇଓ ଟ୍ୟାଗ, ଅଣ କୁଶଳୀ ଶ୍ରମିକ କାର୍ଯ୍ୟ ପାଇଁ ଆବେଦନ, ଲେବର ଡିମାଣ୍ଡ ଦେଇ ମଷ୍ଟର ରୋଲ ବାହାର କରିବା, ମଜୁରୀ ପ୍ରଦାନ କରିବା ପ୍ରଭୃତି କାର୍ଯ୍ୟ ତାଙ୍କ ଅଗୋଚର ରେ ବ୍ଲକ ତରଫରୁ କରାଯାଇଛି | ଯାହା ଫଳରେ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ କରାଯାଇ ପାରୁନାହିଁ ବୋଲି ଜିଆରଏସ ବେହେରା ନିଜ ଜବାବ ଚିଠି ରେ ଉଲେଖ କରିଥିଲେ | ଏପରିକି ଅତିରିକ୍ତ ପ୍ରୋଗ୍ରାମ ଅଧିକାରୀ ଙ୍କୁ ପୂର୍ବରୁ ଜଣାଇଥିବା ଏବଂ ପିଛିଲା ତାରିଖ ପକାଇ ଜବକାର୍ଡ ବାହାର କରାଯାଉଥିବା ମଧ୍ୟ ସେ ଦର୍ଶାଇ ଥିଲେ| ଜିଆରଏସଙ୍କ ଏପରି ଜବାବ ଦିଗରେ ତଦନ୍ତ କରା ନ ଯାଇ ଜିଆରଏସ କୁ ବଳି ପକାଇବା କୁ ଚକ୍ରାନ୍ତ କରୁଛନ୍ତି ବିଡ଼ିଓ. ଖୋଦ ବିଡ଼ିଓ ଙ୍କ ପ୍ରରୋଚନା ବ୍ଲକ ର ସିପି (ସୁବ୍ରତ )ଲେବର ଡିମାଣ୍ଡ ଦେଇ ମଷ୍ଟର ରୋଲ ବାହାର କରି ପେମେଣ୍ଟ ପକାଇ ଥିଲେ.ଏଥିସହ ମଷ୍ଟର ରୋଲ ପଛ ପଟେ ବିଡ଼ିଓ ନିଜେ ପାସ ଫର ପେମେଣ୍ଟ ଲେଖି ଥିଲେ. ଯେତେବେଳେ ବିଡ଼ିଓ ମଷ୍ଟର ରୋଲ ପଛ ପଟେ ପାସ ଫର ପେମେଣ୍ଟ ଲେଖି ଦସ୍ତଖତ କଲେ ସେତେବେଳେ ଜିଆରଏସ ମଷ୍ଟର ରୋଲ ରେ ଦସ୍ତଖତ କରିଛନ୍ତି କି ନାହିଁ କିପରି ଦେଖିଲେନି| କୋଉ କ୍ଷମତା ବଳ ରେ ବିଡ଼ିଓ ଏପରି କଲେ. ନିଜେ ବିଡ଼ିଓ ଭୁଲ କରି ନିଜେ ଖସିବା ପାଇଁ ଅନ୍ୟ କୁ ଫସେଇବା କୋଉ ସମ୍ବିଧାନ ରେ ରହିଛି, ଯାହାକି ମୁଖ୍ୟ ଆଲୋଚନାର ବିଷୟ ସାଜିଛି. ଜିଲ୍ଲାପାଳ ବିଡ଼ିଓ ଙ୍କ ଭୂମିକା ଦିଗରେ ଦୃଷ୍ଟି ଦେଇ ତଦନ୍ତ କରିବାକୁ ଦାବି ହେଉଛି. ଏପରିକି ବିଡ଼ିଓ ଙ୍କ ଭୂମିକା କୁ ନେଇ ସନ୍ଦେହ ପ୍ରକଟ ହୋଇଛି. ପ୍ରକାଶ ଥାଉକି, ଶାଳଣିଆଁ ପଞ୍ଚାୟତ ସୋଲପଟା ଗ୍ରାମର 70 ବର୍ଷୀୟ ବୃଦ୍ଧ ଅଧିକାରୀ ନାୟକ ଙ୍କ ନାମରେ ଚଳିତ 2020-2021 ଆର୍ଥିକ ବର୍ଷ ରେ ଦେଢ଼ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳ ମୂଲ୍ୟ ରେ ଗତ ମେ ମାସ 27 ତାରିଖ ରୁ ଜୁନ 9 ତାରିଖ ଦୁଇ ସପ୍ତାହ ପାଇଁ ଲେବର ଡିମାଣ୍ଡ ଦିଆହୋଇ ମଷ୍ଟର ରୋଲ ବାହାରି ବିଲ ହୋଇଥିଲା | କିନ୍ତୁ 2015-16 ରେ ଅଧିକାରୀ ଙ୍କ ପୁଅ ସରୋଜ ନାୟକ ପାଇଥିବା ଫାର୍ମ ପଣ୍ଡ ପ୍ରକଳ୍ପ କୁ ଦେଖାଇ ଏବେ ବାପା ଅଧିକାରୀ ଙ୍କ ନାମରେ ଲକ୍ଷାଧିକ ଟଙ୍କା ବିଲ କରାଯାଇଛି. ଯାହାକୁ ନେଇ ଅଭିଯୋଗ ହୋଇଥିଲା |