ହେଡଲାଇନସ୍:

ଜାମ୍ମୁ ଓ କାଶ୍ମୀରରୁ ବିମାନଯୋଗେ ଫେରିଲେ ନୟାଗଡ଼ର ୯୩  ପ୍ରବାସୀ ଓଡ଼ିଆ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବିମାନ ବନ୍ଦରରେ ଉପସ୍ଥିତ ରହି ସବୁ ବ୍ୟବସ୍ଥା କରାଇଲେ ମନ୍ତ୍ରୀ ଅରୁଣ 

 ଭୁବନେଶ୍ୱର /ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର) : ବାହାର ରାଜ୍ୟକୁ କାମଧନ୍ଦା ପାଇଁ ଯାଇ ଦେଶର ଲକଡାଉନ କାରଣରୁ ଫସିରହିଥିବା ପ୍ରବାସୀ ମାନଙ୍କୁ ପ୍ରଥମେ ବସ, ଟ୍ରେନ ଯୋଗେ ରାଜ୍ୟକୁ ଫେରାଇ ଆଣୁଥିବା ବେଳେ ପ୍ରଥମକରି ରାଜ୍ୟ ସରକାର ଉଡ଼ାଜାହାଜ ସହାୟତାରେ ୩୬୬ଜଣ ପ୍ରବାସୀଙ୍କୁ ରାଜ୍ୟକୁ ଫେରାଇ ଆଣିଛନ୍ତି ।  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ  କ୍ରମେ ଦେଶରେ ବିଭିନ୍ନ ଅଗମ୍ୟ(ଯେଉଁଠାକୁ ସଡକ ବା ରେଳ ଯୋଗାଯୋଗ ବ୍ୟବସ୍ଥା ନାହିଁ)  ଅଂଚଳରେ ଫସି ରହିଥିବା ଓଡିଆମାନଙ୍କୁ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ଫେରାଇ ଆଣିବା ପାଇଁ ଐତିହାସିକ ନିଷ୍ପତ୍ତି ନିଆଯାଇଛି | ଆଉ ଏହି ପରିପ୍ରେକ୍ଷୀରେ ଗତ ୩ ତାରିଖରେ ୨୫୦ ଜଣ ଓଡ଼ିଆ ଉତ୍ତର ପୂର୍ବାଂଚଳ ରାଜ୍ୟରୁ ଫେରି ଆସିଥିବା ବେଳେ ଗତକାଲି ଫେରିଛନ୍ତି ୩୬୬ ଜଣ | ଆଉ ସେହିକ୍ରମରେ  ଜାମ୍ମୁ ଓ କାଶ୍ମୀରରୁ ଭିଟାମାଟିକୁ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ପାଇଛନ୍ତି ନୟାଗଡ ଜିଲ୍ଲତା ୯୩ ଜଣ | ସେମାନଙ୍କ ଲେଉଟାଣି ପାଇଁ ଲଗାତାର ଯୋଗାଯୋଗରେ ଥିବା ନୟାଗଡ ବିଧାୟକ ତଥା ରାଜ୍ୟ କୃଷି, କୃଷକ କଲ୍ୟାଣ, ମତ୍ସ୍ୟ ପଶୁପାଳନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଉପସ୍ଥିତ ରହି ପ୍ରବାସୀମାନଙ୍କୁ ଭେଟିବା ସହିତ ସେମାନଙ୍କର ନିଜ ନିଜ ଅଞ୍ଚଳକୁ ପହଞ୍ଚାଇବା ଦିଗରେ ସମସ୍ତ ପ୍ରକାର ବନ୍ଦୋବସ୍ତ ର ତଦାରଖ କରିଥିଲେ ।

 ଜାମ୍ମୁ ଓ କାଶ୍ମୀରରୁ ପହଁଚିଥିବା ୩ ଗୋଟି ବିମାନରୁ ଦ୍ୱିତୀୟ ବିମାନରେ ୬୮ ଜଣ ଏବଂ ତୃତୀୟ ବିମାନରେ ୨୫ ଜଣ ନୟାଗଡ଼ର ପ୍ରବାସୀ ଓଡ଼ିଆ ପହଞ୍ଚିଥିଲେ । ଫେରୁଥିବା ପ୍ରବାସୀମାନେ ସରକାରଙ୍କ କ୍ୱାରେଣ୍ଟାଇନ ନିୟମକୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ସହିତ ସାମାଜିକ ଦୂରତ୍ୱକୁ ସର୍ବଦା ବଜାୟ ରଖିବାକୁ ମନ୍ତ୍ରୀ ଡ଼ଃ ସାହୁ ପରାମର୍ଶ ଦେଇଥିଲେ । ସେମାନଙ୍କ ପ୍ରତ୍ୟାବର୍ତ୍ତନ ଓ ଥଇଥାନ ବିଷୟରେ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିଥିଲେ | 

ଅପରପକ୍ଷରେ  ଜିଲ୍ଲାରେ ପ୍ରବାସୀମାନେ ପହଂଚିବା ପରେ  ଜିଲ୍ଲାପାଳଙ୍କ ସହିତ ଜିଲ୍ଲାର ସମସ୍ତ ଉଚ୍ଚପଦସ୍ଥ କର୍ମଚାରୀମାନେ ସେମାନଙ୍କୁ ସ୍ୱାଗତ ଜଣାଇଥିଲେ । ଓଡଗାଁ ବ୍ଲକର ଫେରିଥିବା ପ୍ରବାସୀଙ୍କ ମଧ୍ୟରୁ  ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ ଗୃହରେ ୧୭ଜଣକୁ ରଖାଯାଇଥିବା ବେଳେ ଅନ୍ୟମାନଙ୍କୁ ପ୍ରଶାସନ ଦ୍ୱାରା ବିଭିନ୍ନ ସଙ୍ଗରୋଧ ଗୃହରେ ରଖାଯାଇଥିବା ବ୍ୟବସ୍ଥା କରାଯାଇଛି ।  

0
0
0
s2sdefault