ହେଡଲାଇନସ୍:

ପରୀକ୍ଷା ବାତିଲ କରିବାକୁ ଛାତ୍ର କ୍ରିୟାନୁଷ୍ଠାନ କମିଟିର ଦାବି ପତ୍ର।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଟିଟିଲାଗଡ(ଗୌରବ ଦର୍ଜି) - କୋରୋନା ମହାମାରୀ ପରି ଏକ ବିପଦ ସମୟରେ ଓଡିଶା ସରକାର ୬ଷ୍ଠ ସେମିଷ୍ଟର ପରୀକ୍ଷା କରିବା ପାଇଁ ନେଇଥିବା ନିଷ୍ପତ୍ତି କୁ ତୀବ୍ର ନିନ୍ଦା କରି ଟିଟିଲାଗଡ଼ ଛାତ୍ର କ୍ରିୟାନୁଷ୍ଠାନ କମିଟିର ସଭାପତି ଶୁଭମ୍ ଆଚାର୍ଯ୍ୟ ଙ୍କ ନେତୃତ୍ଵ ରେ ଏକ ପ୍ରତିନିଧି ମଣ୍ଡଳୀ ସ୍ଥାନୀୟ ବିଧାୟିକା ଟୁକୁନୀ ସାହୁ , ସ୍ଥାନୀୟ ଉପ ଜିଲ୍ଲାପାଳ ସୁଧାକର ନାୟକ ଏବଂ ଡିଏଭି ସ୍ଵୟଂଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ସୁଶୀଲ ପାଢ଼ୀ ଙ୍କୁ ସାକ୍ଷାତ୍ କରି ଦାବୀପତ୍ର ପ୍ରଦାନ କରିଛନ୍ତି ।

ଛାତ୍ର ସମାଜର ଦାବୀ ହେଲା ବର୍ତ୍ତମାନ ଏହି କୋରୋନା ମହାମାରୀ ଯୋଗୁଁ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି ସରକାର୍ ଏବଂ ବର୍ତ୍ତମାନ ଏହି କୋରୋନା ଆହୁରି ବ୍ୟାପକ ହେବା ସହ ଗଡାଉଛି ହଜାର ହଜାର ମୁଣ୍ଡ ।କିନ୍ତୁ ଏହି ଭଳି ସାଙ୍ଘାତିକ ପରିସ୍ଥିତି ରେ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି ୬ଷ୍ଠ ସେମିଷ୍ଟାର ପରୀକ୍ଷା କରିବା ପାଇଁ , ଯାହାକୁ ସମଗ୍ର ଛାତ୍ର ସମାଜ ଦୃଢ଼ ନିନ୍ଦା କରିଛନ୍ତି । ଏବଂ ଟିଟିଲାଗଡ଼ ରେ ମଧ୍ୟ ପରିସ୍ଥିତି ସଙ୍ଗୀନ ହେବାକୁ ବସିଛି । ବର୍ତ୍ତମାନ ଟିଟିଲାଗଡ଼ ରେ ପରୀକ୍ଷା ଦେବାକୁ ଥିବା ପ୍ରାୟ ୬୦୦ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ ରୁ ପାଖାପାଖି ୪୦୦ ଛାତ୍ରଛାତ୍ରୀ ପାଖ ୧୧ ଟି ଜିଲ୍ଲା ର ନିବାସୀ । ତେବେ ବର୍ତ୍ତମାନ ପରିସ୍ଥିତି ରେ ସେମାନେ ସମସ୍ତେ ଟିଟିଲାଗଡ କୁ ଆସିବା ବିପଦ ଜନକ , କାହିଁକି ନା ଏଥି ମଧ୍ୟରୁ କିଛି  ରେଡ୍ ଜୋନ୍ ଜିଲ୍ଲା ମଧ୍ୟ ଅନ୍ତର୍ଭୁକ୍ତ । ଏବଂ ଟିଟିଲାଗଡ଼ କଲେଜ ରେ ନା ରହିଛି ଛାତ୍ରାବାସ ନା ରହିଛି ସମସ୍ତଙ୍କ ରହିବା ପାଇଁ ଆଉ କିଛି ସୁବିଧା । ଏବଂ ସ୍ଥାନୀୟ ଘର ମାଲିକ ମାନେ ମଧ୍ୟ ଏହି ଛାତ୍ରଛାତ୍ରୀମାନଙ୍କୁ ଘରେ ରଖିବାକୁ ନାରାଜ । ତେଣୁ ବର୍ତ୍ତମାନ ପରିସ୍ଥିତି ରେ ପରୀକ୍ଷା ହେବା ସମ୍ଭବପର ନୁହେଁ ।

ତେବେ ସ୍ଥାନୀୟ ବିଧାୟିକା ପ୍ରତିଶ୍ରୁତି ଦେଇଛନ୍ତି ସେ ଖୁବଶୀଘ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କ ସହ ଆଲୋଚନା କରି ଉଚିତ୍ ପଦକ୍ଷେପ ନେବେ ।

ଛାତ୍ର ମାନଙ୍କର ଏହି ଦାବିକୁ ଟିଟିଲାଗଡ ବିକାଶ ସେନା ସଭାପତି ଅମ୍ଳାନ ଷଡ଼ଙ୍ଗୀ ମଧ୍ୟ ସମର୍ଥନ କରିଛନ୍ତି ଏବଂ ଅନ୍ୟ ଜିଲ୍ଲା ର ଛାତ୍ରନେତା ମାନଙ୍କ ସହ କଥା ହୋଇ ଏହି ଦାବୀକୁ ସମର୍ଥନ କରିବା ପାଇଁ ଆହ୍ବାନ ଦେଇଛନ୍ତି । ଏବଂ ଆହ୍ବାନ କରିଛନ୍ତି ସୋସିଆଲ ମିଡ଼ିଆ ରେ #Cancel_UG_Exam_Odisha ଲେଖି ପୋଷ୍ଟ୍ କରି ସରକାରଙ୍କୁ ଅନୁରୋଧ କରାଯାଉ।  ଏହି ସମୟରେ ସେଠାରେ ଛାତ୍ର କ୍ରିୟାନୁଷ୍ଠାନ କମିଟିର ସଭାପତି ଶୁଭମ୍ ଆଚାର୍ଯ୍ୟଙ୍କ ସହ ଉପସ୍ଥିତ ଥିଲେ କମିଟିର ଉପ ସଭାପତି ମେହେରାଜ୍ ଖାଁ , ପ୍ରଜ୍ଞା ଯାଦବ ,ଆଶୁତୋଷ ମିଶ୍ର , ତ୍ରିବିକ୍ରମ ଛତର୍ , ପୀୟୂଷ ପିତ୍ରୋଡା ଏବଂ ସଦସ୍ୟ ମାନଙ୍କ ମଧ୍ୟ ରେ ପୃଥିବୀ ସାହୁ , ଅରବିନ୍ଦ ସାହୁ , ବିକି ଛୁରା , ରାଘବ୍ ସାହୁ , ଠାକୁର୍ ଅଗ୍ରୱାଲ , ସୈାରଭ ଗୁପ୍ତା , ରାକେଶ ବାରିକ , କୁଷଦେବ ଆଡଜୁଆଡ୍ , ଲମ୍ବୋଦର ଖଡଙ୍ଗା ପ୍ରମୁଖ ।

0
0
0
s2sdefault