ହେଡଲାଇନସ୍:

ଓଡ଼ିଶାରେ ଆଉ ୭୫ ନୂଆ କରୋନା, ଜଣକର ପ୍ରାଣ ହାନି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଓଡ଼ିଶାରେ ଆଉ ୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି| ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଲା ୨୮୫୬ରେ | ଜଣକର ପ୍ରାଣ ହାନି ଘଟିଛି ଏଇ ରୋଗରେ |  ଆଉ ସେ ହେଉଛନ୍ତି ଗଂଜାମ ଜିଲ୍ଲାର | ମୃତ୍ୟୁ ସଂଖ୍ୟା ପହଂଚିଛି ୮ରେ |  ଗଂଜାମ ଜିଲ୍ଲାରେ ମୃତକଙ୍କ ସଂଖ୍ୟା ୪ରେ ପହଂଚିଛି | 

ଆଜି  ଆକ୍ରାନ୍ତଙ୍କ ମଧ୍ୟରେ ସବୁଠୁ ଅଧିକ ୧୮ ଜଣ ଖୋର୍ଦ୍ଧା ଓ ସୁନ୍ଦରଗଡରେ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ ୭ଜଣ , କଟକ ଓ ବଲାଙ୍ଗୀରରେ  ୫ଜଣ ଲେଖାଏ  ଏବଂ ନୟାଗଡ ଜିଲ୍ଲାରୁ ୪ ଜଣ, ସୋନପୁର ଓ କେନ୍ଦ୍ରାପଡାରେ ୩ ଜଣ ଲେଖାଏ,  ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ ଓ କୋରାପୁଟରେ  ୨ ଜଣ ଲେଖାଏ, କେନ୍ଦୁଝର, ଗଂଜାମ,  ପୁରୀ ଓ  ନୂଆପଡାରେ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି | 

 
 
0
0
0
s2sdefault