ହେଡଲାଇନସ୍:

କରୋନା ସଚେତନତା ପାଇଁ ସାଇକେଲରେ ଶିଳ୍ପ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜୁନାଗଡ଼ / ଆଦିତ୍ୟ ମହାନ୍ତି : ଲାକଡାଉନ ପରେ ରାଜ୍ୟରେ ଅନଲକ ୧ ରେ ସରକାର କିଛି କଟକଣାକୁ କୋହଳ କରିଥିବା ବେଳେ ସାମାଜିକ ଦୁରତା ଓ ମାସ୍କ ପିନ୍ଧିବା କୁ ବାଧ୍ୟତାମୂଳକ କରିଛନ୍ତି ଲୋକଙ୍କୁ | ଏହି ବିଷୟରେ ଲୋକଙ୍କ ପାଖରେ ସଚେତନତାର ବାର୍ତ୍ତା ଦେବା ପାଇଁ  ଜୁନାଗଡ଼ ବିଧାୟକ ରାଜ୍ୟ ଗୃହ ଶିଳ୍ପ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି |  ଲୋକଙ୍କୁ ସଚେତନ କରିବା ପାଇଁ ଭବାନୀପାଟଣା ମହିଳା ମହାବିଦ୍ୟାଳୟ ଠାରୁ ଜୁନାଗଡ଼ ବିଜୁ ମିନି ଷ୍ଟାଡିୟମ ପର୍ଯ୍ୟନ୍ତ 25 କିଲୋମିଟର ସାଇକେଲ ରେ ଯାତ୍ରା କରି ଆଉ ବିଭିନ୍ନ ସ୍ଥାନରେ ଅଟକି ଲୋକଙ୍କୁ ସାମାଜିକ ଦୁରତା ଓ ମାସ୍କ ବ୍ୟବହାର କରିବାକୁ ସଚେତନ କରୁ ଥିବା ଦେଖିବାକୁ ମିଳୁଛି | ଏହା ସହ ନିଜକୁ ଫିଟ ରଖିବା ପାଇଁ ମନ୍ତ୍ରୀ କ୍ୟାପଟେନ ମିଶ୍ର ବ୍ଯାଡମିନ୍ଟନ ଖେଳୁ ଥିବା ଦେଖିବାକୁ ମିଳିଛି।।

0
0
0
s2sdefault