ହେଡଲାଇନସ୍:

କରୋନା ଲଢ଼େଇରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରଦେଶ କଂଗ୍ରେସ କମିଟିର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତିର ପର୍ଦ୍ଦାଫାଶ କରାଯିବ

କଂଗ୍ରେସ ସାଧାରଣ ଜନତାଙ୍କ ପାଖରେ ରହି ଲଢ଼େଇ ଜାରି ରଖିଛି

 ଭୁବନେଶ୍ୱର(ଶାସକ ପ୍ରଶାସକ)–  କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର କରୋନା ମୁକାବିଲା ଏବଂ ନିୟନ୍ତ୍ରଣରେ ସଂପୂର୍ଣ୍ଣରୂପେ ବିଫଳ ହୋଇଛନ୍ତି । ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ହେଉଥିବା ନୀତି ନିଷ୍ପତିରେ ତାଳ ମେଳ ରହୁନାହିଁ ।  ଏଭଳି ବିପତ୍ତି  ସମୟରେ କେବଳ ସାଧାରଣ ଜନତାଙ୍କୁ ଭୂଆଁ ବୁଲାଯାଉଛି । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ବହୁପୂର୍ବରୁ କରୋନା ଭୟାବହତା ସଂପର୍କରେ ସୂଚାଇଥିଲେ ମଧ୍ୟ  ମୋଦି ସରକାର ଏହାକୁ କର୍ଣ୍ଣପାତ ନକରି ଗୁଜୁରାଟରେ ନମସ୍ତେ ଟ୍ରମ୍ପ, ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଭାଙ୍ଗିବା ଏବଂ ବିଶେଷ କରି ଦଳୀୟ କାର୍ଯ୍ୟରେ ବ୍ୟସ୍ତ ରହିଲେ । କରୋନା କଥା ଭାବିଲାବେଳକୁ ଦେଶରେ କରୋନା ବ୍ୟାପିଗଲାଣି । ଏବେ ପରିସ୍ଥିତିର ମୁକାବିଲା ପାଇଁ ମୋଦିଙ୍କର ୨୦ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଏକ ପ୍ରହଳିକା । ଏହା ମାଧ୍ୟମରେ ସାଧାରଣ ଜନତା ପରିସ୍ଥିତିକୁ ମୁକାବିଲା କରିବାରେ କୌଣସି ନିର୍ଦ୍ଦିଷ୍ଟ  ବ୍ୟବସ୍ଥା ନାହିଁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତିର ପର୍ଦ୍ଦାଫାଶ  କରାଯିବ ।  କଂଗ୍ରେସ ସାଧାରଣ ଜନତାଙ୍କ ପାଖରେ ରହି ଲଢ଼େଇ  ଜାରି ରଖିଛି ଏବଂ ରଖୁଥିବ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରଶିକ୍ଷଣ ଇନ୍‌ଜାର୍ଜ ଶ୍ରୀ ଶୁଭେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ଦିନିକିଆ ପ୍ରଶିକ୍ଷଣ ଶିବିରକୁ ଉଦ୍ଘାଟନ କରିବା ଅବସରରେ  ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ ମତବ୍ୟକ୍ତ କରିଛନ୍ତି | 

ଅଖିଳ ଭାରତ କଂଗ୍ରେସ କମିଟିର ଟ୍ରେନିଂ ଇନ୍‌ଚାର୍ଜ ଶ୍ରୀ ସଚିନ୍ ରାଓ ଅନଲାଇନ୍ ଭିଡ଼ିଓ କନଫ୍ରେନ୍ସ ମାଧ୍ୟମରେ ତାଙ୍କ ଅଭିଭାଷଣରେ ପ୍ରମାଣିତ କରିଥିଲେ ଯେ ଦେଶରେ ବ୍ୟାପିଥିବା କରୋନା ଏକ ମୋଦି ନିର୍ମିତ ବିପତି (ଗକ୍ଟୟସ ଗବୟର ଊସଗ୍ଦବଗ୍ଦଗ୍ଧରକ୍ସ) । ସେ ମୋଦି ସରକାରଙ୍କର ବିଫଳତାର ଚିତ୍ର ପ୍ରଦାନ କରିବା ସହ ପ୍ରବାସୀ ଶ୍ରମିକଙ୍କର ଦୟନୀୟ ଅବସ୍ଥାର କରୁଣ ଚିତ୍ର ବର୍ଣ୍ଣନା କରିଥିଲେ ।  

ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ବରିଷ୍ଠ ସାମ୍ବାଦିକ ଶ୍ରୀ ରବିଦାସ, ପୂର୍ବତନ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନ୍‌ଗୋ, ପୂର୍ବତନ ମନ୍ତ୍ରୀ ଶ୍ରୀ ଗଣେଶ୍ୱର ବେହେରା, ରାଜୀବଗାନ୍ଧୀ ପଂଚାୟତିରାଜ ସଂଗଠନର ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସ ଏବଂ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଜ୍ଞାନଦେବ ବେଉରା, ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ଶ୍ରୀ ଅଭିଷେକ ମହାନନ୍ଦ ନିମ୍ନୋକ୍ତ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । 

ପ୍ରସଙ୍ଗ ଗୁଡ଼ିକ ହେଲା : 

- ମୋଦୀ ସରକାରଙ୍କର ୨୦ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଦେଶବାସୀଙ୍କ ପାଇଁ ଏକ ଉପହାସ । 

-କରୋନା ମହାମାରୀ, ତାଲାବନ୍ଦ ଓ ପ୍ରବାସୀ ଶ୍ରମିକ

- ରାଜ୍ୟ ସରକାରଙ୍କ ୧୭ହଜାର କୋଟି ଟଙ୍କାର ପ୍ୟାକେଜ ଏକ ପ୍ରହଳିକା 

- କରୋନା ମୁକାବିଲାରେ ରାଜ୍ୟ ସରକାର କେତେ ସମର୍ଥ?

- କେନ୍ଦ୍ର ସରକାରଙ୍କର ୨୦ଲକ୍ଷ କୋଟି ଟଙ୍କା ଆର୍ଥିକ ପ୍ୟାକେଜ ଘୋଷଣାର ବାସ୍ତବତା । 

- କରୋନା  ମହାମାରୀ ନିୟନ୍ତ୍ରଣରେ କେନ୍ଦ୍ର ସରକାରଙ୍କର ବିଫଳତା ଓ କଂଗ୍ରେସର ଦାୟିତ୍ୱ । 

କୋଭିଡ-୧୯ର ନୀତିନିୟମ ଅନୁସାରେ ଏହି ଶିବିରରେ ସାମାଜିକ ଦୂରତା ପାଳନ ସହ ମାକ୍ସ ଏବଂ ସାନିଟାଇଜର ମଧ୍ୟ ବ୍ୟବହାର କରାଯାଇଥିଲା । ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ପ୍ରଦୀପ ପ୍ରଜ୍ଜ୍ୱଳନ  ପରେ କରୋନା ମହାମାରୀରେ ମୃତ୍ୟୁବରଣ କରିଥିବା ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ  ପ୍ରାର୍ଥନା କରାଯାଇଥିଲା । 

ପ୍ରଦେଶ କଂଗ୍ରେସ କମିଟି ଟ୍ରେନିଂ ବିଭାଗର ଓଳାସୁଣୀରେ ଅନୁଷ୍ଠିତ ହୋଇଥିବା ୬ ଦିନିଆ ଟ୍ରେନିଂ କ୍ୟାମ୍ପପରେ ଏହା ଦ୍ୱିତୀୟ ଟ୍ରେନିଂ କ୍ୟାମ୍ପ | ଏଥିରେ ସାରା ରାଜ୍ୟର ୩୩ଟି ସାଂଗଠନିକ ଜିଲ୍ଲାର ପ୍ରତନିଧିମାନେ ଅଂଶଗ୍ରହଣ କରିଥିଲେ । 

 

0
0
0
s2sdefault