ହେଡଲାଇନସ୍:

ସମବାୟ ସୂତ୍ରରେ ଲୁଟ : ମିଳିମିଶି ଖାଇଯାଇଛନ୍ତି ୫କୋଟିରୁ ଉର୍ଧ୍ଵ ଟଙ୍କା!!!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁରାଳ ସେବା ସମବାୟ ସମିତି ଜମାଅର୍ଥ ହଡପ ଘଟଣା

୫କୋଟିରୁ ଉର୍ଦ୍ଧ ଜମାଅର୍ଥ ହେରଫେର ନେଇ ତଦନ୍ତ ଆରମ୍ଭ 

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ସହବନ୍ଧିତ କୁରାଳ କୃଷି ସମବାୟ ସମିତିରେ ପ୍ରାୟ ୭ଶହ ଜମାକାରୀଙ୍କ ୫କୋଟିରୁ ଉର୍ଦ୍ଧ ଜମାଅର୍ଥ ହେରଫେର ହୋଇଥିବା ନେଇ ସମବାୟ ବିଭାଗ ମନ୍ତ୍ରୀ ଓଡ଼ିଶା ସରକାର, କମିଶନର ତଥା ସଚିବ ଓଡ଼ିଶା ସରକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ସମସ୍ତ  ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ନିକଟରେ ତା.୬/୨/୨୦୧୫ରିଖ ଠାରୁ ତା. ୧୧/୭/୨୦୧୮ରିଖ ମଧ୍ୟରେ ସମିତିର ଜମା ଅର୍ଥର ବ୍ୟାପକ ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ସମ୍ବନ୍ଧରେ ଓଡ଼ିଶା ସମବାୟ ଆଇନ୧୯୬୨ଅନୁଯାୟୀ ତଦନ୍ତ ଆରମ୍ଭ ହୋଇଛି । ପୂର୍ବତନ ସମ୍ପାଦକ କାଳୁଚରଣ ରାଉତ ସମିତି ବ୍ୟାଙ୍କ ଚେକବୁକର ଅପବ୍ୟବହାର କରି ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଓଡ଼ଗାଁ ଶାଖାରେ ଥିବା କୁରାଳ କୃଷି ସମବାୟ ସମିତିର ଜମାଖାତାରୁ କୋଟି କୋଟି ଟଙ୍କା ଏବଂ ସମିତିରେ ଜମାକାରୀଙ୍କ ନଗଦ ଟଙ୍କାକୁ ଆତ୍ମସାତ କରିଥିବା ନେଇ ନିଲମ୍ବନ କରାଯାଇଥିଲା । ଏହି କୃଷି ସମବାୟ ସମିତିରୁ ଟଙ୍କା ଉଠାଣ ପାଇଁ ବ୍ୟବହୃତ ହୋଇଥିବା ଚେକରେ ଉଭୟ ସଭାପତି ଏବଂ ସମ୍ପାଦକଙ୍କ ଦସ୍ତଖତ ରହିଥିବା ଜଣାଯାଇଛି । ତେବେ ପ୍ରାଥମିକ କୃଷି ସମବାୟ ସମିତିରେ ‘ଡିପୋଜିଟ କାଉଣ୍ଟର’ ପାଇଁ ସମବାୟ ସମିତି ନିବନ୍ଧକ ଓଡ଼ିଶାଙ୍କ ଦ୍ୱାରା ପତ୍ର ସଂଖ୍ୟା ୧୧୦୯୯ ତା.୩୦/୫/୨୦୧୧ରିଖରେ ନିଦେ୍ର୍ଧଶ ଜାରି ହୋଇଥିଲା । ଏହି ନିୟମ ଅନୁସାରେ ପ୍ରାଥମିକ କୃଷି ସମବାୟ ସମିତି ସ୍ତରରେ ଡିପୋଜିଟ ଅର୍ଥ ହେରଫେର ନେଇ ତତ୍କାଳୀନ  ମ୍ୟାନେଜିଙ୍ଗ ବୋଡ ତାଙ୍କର ନିଜର ଦାୟିତ୍ୱ ସମ୍ପାଦନ କରିବାରେ ଅବହେଳା କିମ୍ବା ତୃଟି କାରଣରୁ ଟଙ୍କା ଆତ୍ମସାତ ନେଇ ସେମାନେ ମଧ୍ୟ ଦାୟୀ  ହୋଇପାରନ୍ତି ବୋଲି ବୋର୍ଡର ସଭାପତିଙ୍କ ସହିତ ସମସ୍ତ ସଭ୍ୟ ସଭ୍ୟାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଆସନ୍ତା ତା, ୪/୬/୨୦୨୦ରିଖ ମଧ୍ୟରେ ନିଜ ସମନ୍ଧରେ ଲିଖିତ ବୟାନ ପ୍ରଦାନ ପାଇଁ ତଦନ୍ତ ଅଧିକାରୀଙ୍କ କାର୍ଯ୍ୟାଳୟ, ସେବାସମବାୟ ସମିତି କୁରାଳ ତରଫରୁ ସମବାୟ ନିରିକ୍ଷକ ବିଜୟ କୁମାର ସ୍ୱାଇଁ ସମସ୍ତ ୧୫ଜଣ ସଭ୍ୟ ସଭ୍ୟାଙ୍କୁ ଚିଠି ମାଧ୍ୟମରେ ନୋଟିସ ପ୍ରଦାନ କରିଥିବା ଜଣାଯାଇଛି । 

 

0
0
0
s2sdefault