ହେଡଲାଇନସ୍:

ନବୀନଙ୍କ ଡ଼ାକରାରେ ଗୋଟିଏ ସ୍ୱରରେ କରୋନା ଯୋଦ୍ଧାଙ୍କୁ ସମ୍ମାନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବନ୍ଦେ ଉତ୍କଳ ଜନନୀ ଗାୟନରେ  ସାମିଲ ହେଲେ ସଭିଏଁ

ପଲ୍ଲୀରେ ଗାଇଲେ , ପ୍ରବାସରେ ବି ଶୁଭିଲା

ବିଦେଶରେ ବି ଗୁଂଜରିତ ଜେଲ ବନ୍ଦେ ଉତ୍କଳ ଜନନୀ 

ଭୁବନେଶ୍ୱର : ଡାକରା ଦେଇଥିଲେ ମୁଖ୍ୟମନ୍ତ୍ରୀ | କରୋନା ବିରୋଧରେ ଲଢେଇ କରୁଥିବା ଅଗଣିତ  କରୋନା ଯୋଦ୍ଧାଙ୍କୁ ଜଣାଇବାକୁ ସମ୍ମାନ ଓଡ଼ିଶାର ପ୍ରାଦେଶିକ ସଂଗୀତ ବନ୍ଦେ ଉତ୍କଳ ଜନନୀ ମାଧ୍ୟମରେ |  ଆଉ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ  ଡ଼ାକରାରେ ସାମିଲ ହୋଇଥିଲେ ଓଡ଼ିଶାର ଜଣ ସାଧାରଣ ଭୁବନେଶ୍ୱର ଠାରୁ ପାଳି ପର୍ଯ୍ୟନ୍ତ  | କେବଳ ଓଡ଼ିଶାରେ କାହିଁକି, ଓଡିଶା ବାହାରେ ଥିବା ଓଡ଼ିଆମାନେ ସାମିଲ ହୋଇଛନ୍ତି ଏହି ଅଭିଯାନରେ |  ବନ୍ଦେ ଉତ୍କଳ ଜନନୀ ଗାୟନରେ  ସାମିଲ ହେଲେ ସଭିଏଁ | ପଲ୍ଲୀରେ ଗାଇଲେ , ପ୍ରବାସରେ ବି ଶୁଭିଲା | ବିଦେଶରେ ବି ଗୁଂଜାରିତ ଜେଲ ବନ୍ଦେ ଉତ୍କଳ ଜନନୀ | କେବଳ ଓଡ଼ିଆ ନୁହନ୍ତି, ଓଡିଶାକୁ ଭଲ ପାଇଥିବା ଅଣଓଡ଼ିଆ ତଥା ବିଦେଶୀ ଏହି ଗାୟନରେ ସାମିଲ ହୋଇଛନ୍ତି |

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ପରେ ସଂଧ୍ୟା ସାଢ଼େ ୫ଟାରେ ଓଡ଼ିଶାର କୋଣ ଅନୁକୋଣରେ ଯନ୍ତ୍ରସଂଗୀତରୁ ଭାସି ଆସିଥିଲା ବନ୍ଦେ ଉତ୍କଳ ଜନନୀ ଜନନୀ । ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ଏହି ସଂଗୀତ ମାଧ୍ୟମରେ କରୋନା ଯୋଦ୍ଧାମାନକୁ ସମ୍ମାନ ପ୍ରଦର୍ଶନ କରିଥିଲେ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ଠିକ୍ ସାଢ଼େ ୫ଟାରେ ବନ୍ଦେ ଉତ୍କଳ ଜନନୀ ଗାୟନରେ ସାମିଲ ହୋଇଥିଲେ | ଆଉ ସେଠାରେ ତାଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ମଧ୍ୟ ସାମିଲ ହୋଇଥିଲେ | 

ସେହିପରି ଦିଲ୍ଲୀରେ ସପରିବାର ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ବନ୍ଦେ ଉତ୍କଳ ଜନନୀ ଗାୟନରେ ସାମିଲ ହେବ ପରେ ସାମାଜିକ ଗଣମାଧ୍ୟମରେ ନିଜ ପ୍ରତିକ୍ରିୟାରେ ଉଲ୍ଲେଖ କରିଛନ୍ତି "ଆଜି ସପରିବାର ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି ଆମ ରାଜ୍ୟର କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ କରିବା ସହ ସେମାନଙ୍କୁ ଉତ୍ସାହିତ କଲି  । କରୋନା ମହାମାରୀର ଭୟାବହ ପରିସ୍ଥିତି ସମୟରେ ନିଜ ଜୀବନକୁ ପାଣି ଛଡାଇ ଦେଶବାସୀଙ୍କ ଜୀବନ ରକ୍ଷା କରିବାକୁ ଆସୁଥିବା କରୋନା ଯୋଦ୍ଧା ମାନେ ପ୍ରଶଂସାର ପାତ୍ର  ।"

ସେପଟେ ସରକାରୀ-ବେସରକାରୀ କାର୍ଯ୍ୟାଳୟ, ରାସ୍ତାଘାଟ, ବିଲବାଡି, ଘର-ବଜାର ଯେଉଁଠାରେ ଥିଲେ ସେଠାରେ ସମସ୍ତେ ନିଜ ସ୍ଥାନରେ ଛିଡ଼ା ହୋଇ ବନ୍ଦେ ଉତ୍କଳ ଜନନୀ ଗାଇଥିବା ଦେଖିବାକୁ ମିଳିଛି । ଏହି ସଂଗୀତ ଗାନ କରିବା ପାଇଁ ଲୋକସେବା ଭବନରେ ବିଶେଷ ବ୍ୟବସ୍ଥା କରାଯାଇଥିଲା । ସେହିପରି ପୋଲିସ ସେବା ଭବନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ଆୟୋଜନ କରାଯାଇ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ବନ୍ଦେ ଉତ୍କଳ  ଜନନୀ ଗାୟନରେ ସାମିଲ ହୋଇଛନ୍ତି  କମିସନରେଟ୍ ପୋଲିସର ସମସ୍ତ ପୋଲିସ୍ କର୍ମଚାରୀ ।

0
0
0
s2sdefault