ହେଡଲାଇନସ୍:

ଦୁତିକେଶ୍ୱର ମହାଦେବଙ୍କ ପୀଠରେ ଶିବ ବିବାହ ଉତ୍ସବ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ସନ୍ନିକଟ ଜାମୁପାଟଣାର ଶୁଳିଆ ପାଦଦେଶରେ ବିଜେ  ପ୍ରଭୁ ଶ୍ରୀଶ୍ରୀ ଦୁତିକେଶ୍ୱର ମହାଦେବଙ୍କ ପୀଠରେ ପ୍ରଥା ଓ ପରମ୍ପରାକୁ ରକ୍ଷାକରିବା ପାଇଁ ସାମାଜିକ ଦୁରତା ମଧ୍ୟରେ ଶିବ ବିବାହ ଉତ୍ସବ  ବିଧି ପାଳିତ ହୋଇଯାଇଛି । ଆଜିର ପବିତ୍ର ଜ୍ୟେଷ୍ଠ  ଶୁକ୍ଳ ପଂଚମୀ ତିଥିରେ ଦେବଦମ୍ପତ୍ତିଙ୍କ ବିବାହ ପାଇଁ ଚଳିତ ବର୍ଷ ବରପିତା ଭାବେ ବିଭୁତି ରଞ୍ଜନ ଷଡଙ୍ଗୀ ଏବଂ କନ୍ୟାପିତା ରୁପେ ତ୍ରିନାଥ ମିଶ୍ର ଦାୟିତ୍ୱ ସମ୍ପାଦନ କରିଥିଲେ । ମନ୍ଦିର ପୁରୋହିତ ରବିନାରାୟଣ କର ପ୍ରଥମ ବରଣ, ଦିତୀୟ ବରଣ, ଅଧିବାସ, ଲବଣି ଚଉରୀ, କନିଷ୍ଟବେଦି, ଶଡାର୍ଘ୍ୟ, ହସ୍ତଗଣ୍ଠି ଆଦି କର୍ମ ସମ୍ପାଦନ କରିଥିଲେ । ପରେ ଦେବଦମ୍ପତ୍ତିଙ୍କ ମନ୍ଦିର ପରିକ୍ରମା ସାରି ମନ୍ଦିର ପ୍ରବେଶ କରାଇଥିଲେ । ମନ୍ଦିର ଟ୍ରଷ୍ଟି ଗୋଦାବରୀଶ ମିଶ୍ର, ସମସ୍ତ ପାଳିଆସେବାସୀ, ସାମ୍ବାଦିକ ଆଦର୍ଶ ପଟ୍ଟନାୟକ, ଅଶୋକ କୁମାର ମହାପାତ୍ର, ସାରସ କୁମାର ମିଶ୍ର, ମନ୍ଦିର କମିଟି ସଭ୍ୟ ତଥା କବି ପ୍ରଫୁଲ୍ଲ ମାଝି ଓ ସ୍ଥାନୀୟ କିଛି ଗ୍ରାମବାସୀଙ୍କ ଉପସ୍ଥିତିରେ କୋଭିଡ-୧୯ ଲକଡାଉନ ନିୟମ ଅନୁସାରେ ସାମାଜିକ ଦୁରତା, ମାସ୍କ ସହିତ ନିରାଡମ୍ବରରେ ଦେବଦମ୍ପତିଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । 

0
0
0
s2sdefault