ହେଡଲାଇନସ୍:

ଜିଲ୍ଲାପାଳ କଲେ ଘୋଷଣା : ଆଜି ଠାରୁ ବୋୖଦ୍ଧ ରେ କୋହଳ ହେଲା କଟକଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସକାଳ ୭ ରୁ ସଂଧ୍ୟା ୭ ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ

ବୌଦ୍ଧ(ଦୋଳଗୋବିନ୍ଦ ନାଏକ) : ଚତୁର୍ଥ ପର୍ଯ୍ୟାୟର ଲକ୍‌ଡାଉନ ସରିବାକୁ ଆଉ ୫ଦିନ ସମୟ ବାକିଥିବାବେଳେ ବିଭିନ୍ନ ଦୋକାନ ବଜାର ଖୋଲିବାକୁ ନେଇ ପ୍ରଶାସନ ଲଗାଇଥିବା ପ୍ରତିବନ୍ଧକ ଏବେ ହଟାଯାଇଛି । କେବଳ ମଦ ଦୋକାନ ବ୍ୟତୀତ ଅନ୍ୟ ସଂସ୍ତ ଦୋକାନ ପ୍ରତିଦିନ ସକାଳ ୭ଘଣ୍ଟାରୁ ସନ୍ଧ୍ୟା ୭ଘଣ୍ଟା ଯାଏଁ ଖୋଲାଯାଇପାରିବ ବୋଲି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସୂଚନା ଦେଇଛନ୍ତି । ସମସ୍ତେ ମାସ୍କ ପିନ୍ଧିବାସହ ସାମାଜିକ ଦୂରତାକୁ ପାଳନ କରିବାକୁ ବାଧ୍ୟ କରାଯାଇଛି । ପ୍ରତ୍ୟେକ ଦୋକାନ ଆଗରେ ପାଣି ଓ ସାବୁନ ଗ୍ରାହକଙ୍କ ହାତଧୋଇବା ପାଇଁ ଦୋକାନୀ ରଖିବେ । ଏସବୁ ନୀତିନିୟମରେ ଯେଉଁମାନେ ଖିଲାପ କରିବେ ସେ ଦୋକାନୀ ହେଉକି ଗ୍ରାହକ ସେମାନଙ୍କୁ ଜୋରିମାନା ଦେବାକୁ ପଡିବ । ଏହାସହିତ ତାଙ୍କ ନାମରେ ମାମଲା ମଧ୍ୟ ଦାଏର କରାଯିବ ବୋଲି ପ୍ରଶାସନ ଚେତାବନୀ ଦେଇଛି । ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଲକଡାଉନ ବଳବତ୍ତର ରହିବ ।

0
0
0
s2sdefault