ହେଡଲାଇନସ୍:

ଘୁ.ଉଦୟଗିରି : ଶବ ବ୍ୟବଚ୍ଛେଦ ଗୃହର ପୁନଃରୁଦ୍ଧାର ପାଇଁ ଦାବୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି (ଗଗନ କୁମାର ପ୍ରଧାନ ):କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ମୂର୍ସ ହେଡ ଖ୍ରୀଷ୍ଟିଆନ ହସ୍ପିଟାଲରେ ଥିବା ଶବ ବ୍ୟବଚ୍ଛେଦ ଗୃହର ପୁନଃ ରୁଦ୍ଧାର ନିମନ୍ତେ ଦାବୀ ହୋଇଛି I ବର୍ତ୍ତମାନ ଏହି ଗୃହକୁ ଯିବା ପାଇଁ ରାସ୍ତା ନାହିଁ I ଏହା ସହ ଗୃହର ଚତୁଃର ପାର୍ଶ୍ୱ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଛି I ଯାହା ପାଇଁ ଶବ ବ୍ୟବଚ୍ଛେଦ ପାଇଁ ନେବା ସମୟରେ ବହୁ ସମସ୍ୟା ଦେଖା ଦେଉ ଥିବା ସ୍ଥାନୀୟ ବାସିନ୍ଧା ପ୍ରକାଶ କରିଛନ୍ତି I ଏହି ଶବ ବ୍ୟବଚ୍ଛେଦ ଗୃହରେ ମେଡିକାଲ ସ୍ଥାପନ ହେବା ଦିନରୁ ଶବ ବ୍ୟବଛେଦ କରା ଯାଉଛି I ସମଗ୍ର ଜିଲ୍ଲାର ଶବ ବ୍ୟବଚ୍ଛେଦ କରା ଯାଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ I ହେଲେ ଏହା ଆଜି ଜର୍ଣ୍ଣାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି I ବର୍ତ୍ତମାନ ଶବ ବ୍ୟବଚ୍ଛେଦ ଗୃହର ରକ୍ଷଣାବେକ୍ଷଣ ହେଉନ ଥିବା ଦେଖା ଦେଇଛି I ତେଣୁ ଶବ ବ୍ୟବଚ୍ଛେଦ ଗୃହର ରକ୍ଷଣାବେକ୍ଷଣ କରିବା ସହ ଜନସାଧରଣଙ୍କୁ ସେବା ଯୋଗାଇବା ପାଇଁ ଦାବୀ ହେଉଛି I ପ୍ରାପ୍ତ ସୂଚନା ଅନୁସାରେ ୧୯୪୦ ମସିହାରୁ ମୂର୍ସ ହେଡ ମେମୋରିଆଲ ଖ୍ରୀଷ୍ଟିଆନ ହସ୍ପିଟାଲରେ ଖ୍ରୀଷ୍ଟିଆନ ମିଶନାରୀ ଡାକ୍ତଙ୍କ ଦ୍ୱାରା ଶବ ବ୍ୟବଛେଦ ଆରମ୍ଭ କରାଯାଇ ଥିଲା I ଯାହା ଦ୍ୱାରା ସମଗ୍ର ଜିଲ୍ଲାର ଜନସାଧରଣ ଉପକୃତ ହୋଇ ଆସୁଛନ୍ତି I କିନ୍ତୁ ଏହି ଗୃହ ଆଜି ଜର୍ଣ୍ଣାଜୀର୍ଣ୍ଣ ଅବସ୍ଥାରେ ରହିଅଛି I କେବଳ ଶବ ବ୍ୟବଚ୍ଛେଦ ପାଇଁ ଆସିଲେ ସଫା କରାଯାଉଛି ବୋଲି ଅଞ୍ଚଳ ବାସୀ କହିଛନ୍ତି I ଶବ ବ୍ୟବଚ୍ଛେଦ ଗୃହରେ ବିଦ୍ୟୁତ ସଂଯୋଗ, ପାଣି ଇତ୍ୟାଦି ବ୍ୟବସ୍ଥା ମଧ୍ୟ କରା ଯାଇ ନାହିଁ I ଯାହା ପାଇଁ ଶବ ବ୍ୟବଚ୍ଛେଦ ସମୟରେ ସମସ୍ୟା ଦେଖାଦେଉ ଥିବା ମତ ପ୍ରକାଶ ପାଇଛି I ୨୦୦୫-୬ ଅର୍ଥିକ ବର୍ଷରେ କେନ୍ଦୁଲିପି ଗ୍ରାଣ୍ଡରୁ ୫୦,୦୦୦ ହଜାର ଏବଂ ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ ୪୦,୦୦୦ ହଜାର ଟଙ୍କା ଅନୁଦାନରୁ ଶବ ବ୍ୟବଛେଦ ଗୃହର ଉନ୍ନତି କରଣ କରା ଯାଇ ଥିଲା I ଏହା ସହ ଏନଏଚଆରଏମ ପକ୍ଷରୁ ମଧ୍ୟ ୨୦୧୪-୧୫ ଅର୍ଥିକ ବର୍ଷରେ ନୂତନ ଶବ ବ୍ୟବଚ୍ଛେଦ ଗୃହର ନିର୍ମାଣ କରାଯାଇଥିଲା I ହେଲେ ନିର୍ମାଣ କରାଗଲା କିନ୍ତୁ ବିଦ୍ୟୁତ କିମ୍ବା ପାଣି ସଂଯୋଗ କରାଗଲା ନାହିଁ I ଏହା ସହ ଶବ ବ୍ୟବଚ୍ଛେଦ ଗୃହକୁ ଯିବା ପାଇଁ ରାସ୍ତା ମଧ୍ୟ ତିଆରି କରାଯାଇ ନାହିଁ I ଯାହା ପାଇଁ ଜନସାଧରଣ ବହୁ ସମସ୍ୟାର ସମ୍ମୁଖିନ ହେଉ ଥିବା ପ୍ରକାଶ କରିଛନ୍ତି I ତେଣୁ ଶବ ଶବ ବ୍ୟବଚ୍ଛେଦ ଗୃହରେ ବିଦ୍ୟୁତ,ପାଣି ସଂଯୋଗ ସହ ଗୃହକୁ ଶବ ନେବା ସକାଶେ ନୂତନ ରାସ୍ତା ତିଆରୀ ପାଇଁ ସାଧାରଣରେ ଦାବୀ ହେଉଛି I

0
0
0
s2sdefault