ହେଡଲାଇନସ୍:

 କଣ୍ଟେନମେଣ୍ଟ ଜୋନରେ ବିଶୃଙ୍ଖଳା ତୁଷ୍ଟିକରଣ ବ୍ୟବସ୍ଥାର ପ୍ରତିଫଳନ - ଭିଏଚପି  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼/ ହୋରଚାନ୍ଦ ଦେଉରିଆ  - ରାଉରକେଲା ମୁଖ୍ୟ ମାର୍ଗ କଣ୍ଟେନମେଣ୍ଟ ଜୋନରେ ଆଜି ପୋଲିସ ଉପରକୁ ହୋଇଥିବା ପଥରମାଡ ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପଶ୍ଚିମ ଓଡିଶା ଧର୍ମପ୍ରସାର ସମ୍ପାଦକ ଶାନ୍ତନୁ କୁସୁମ | ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟଙ୍କ ପ୍ରତି ପ୍ରଶାସନର ଅହେତୁକ ତୁଷ୍ଟିକରଣ ମନୋଭାବ ଏଭଳି ବିଶୃଙ୍ଖଳାକୁ ପ୍ରୋତ୍ସାହିତ କରିଛି ବୋଲି ସେ ସଙ୍ଗୀନ ଅଭିଯୋଗ ଆଣିଥିବା ବେଳେ ଧର୍ମ ଆଧାରରେ ଆଇନର ଗତିପଥ ବଦଳି ଯିବା ଗଣତନ୍ତ୍ର ପାଇଁ ଅତ୍ୟନ୍ତ ଚିନ୍ତାଜନକ ଅଟେ ବୋଲି କହିଛନ୍ତି | ଏହି ଅବସରରେ ଭିଏଚପି ନେତା ଶ୍ରୀ କୁସୁମ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ଏହା ପୂର୍ବରୁ ଉକ୍ତ କଣ୍ଟେନମେଣ୍ଟ ଜୋନରେ ଅନେକ ଥର ବିଶୃଙ୍ଖଳା ହୋଇଥିବା ବେଳେ ପୋଲିସ ପ୍ରଶାସନ ବିଶୃଙ୍ଖଳାକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ତାଙ୍କ ପ୍ରତି ଅହେତୁକ କୋହଳ ମନୋଭାବ ପୋଷଣ କରିଥିଲା | ଯାହା ଦ୍ଵାରା ବ୍ୟବସ୍ଥା ପ୍ରତି ବିଶୃଙ୍ଖଳାକାରୀଙ୍କ ଭୟ ହେବା ପରିବର୍ତ୍ତେ ଓଲଟା ସାହସ ବୃଦ୍ଧି ପାଇଲା | ଯଦି ପ୍ରଥମ ଦିନରୁ ହିଁ ପୋଲିସ ପ୍ରଶାସନ ବିଶୃଙ୍ଖଳାକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତା ତାହେଲେ ଆଜି ଏଭଳି  ପରିସ୍ଥିତି ଉପୁଜିବାର କେବେ ଅବସର ଆସିନଥାନ୍ତା | ତେଣୁ କଣ୍ଟେନମେଣ୍ଟ ଜୋନରେ ବାରମ୍ବାର ବିଶୃଙ୍ଖଳା ତୁଷ୍ଟିକରଣ ବ୍ୟବସ୍ଥାର ପ୍ରତିଫଳନ ବୋଲି ଶ୍ରୀ କୁସୁମ କହିଥିବା ବେଳେ ଧର୍ମ ଆଧାରରେ ଆଇନ ବାଟ ହୁଡ଼ିଯିବା ଦୁର୍ଭାଗ୍ୟଜନକ ବୋଲି ସେ କ୍ଷୋଭ ପ୍ରକଟ କରିଛନ୍ତି | ତାସହିତ ପୋଲିସ ପ୍ରଶାସନ ତୁଷ୍ଟିକରଣ ମନୋଭାବରୁ ନିବୃତ ରହି ବିଶୃଙ୍ଖଳାକାରୀଙ୍କ ବିରୁଦ୍ଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭିଏଚପି ନେତା ଶ୍ରୀ କୁସୁମ ଦାବୀ କରିଛନ୍ତି |

0
0
0
s2sdefault