ହେଡଲାଇନସ୍:

ପ୍ରଶାସନର ଭିଡ ପରିଚାଳନା ଗତ ଦକ୍ଷତାକୁ ସମସ୍ତଙ୍କ ସାବାସୀ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ମନ୍ତ୍ରୀ ସୁଶାନ୍ତ ସିଂ ବି  ଚେକ ପଏଂଟରେ ଉପସ୍ଥିତ ରହି ବଢ଼ାଇଲେ ସହଯୋଗର ହାତ 

  ସୋହେଲା :- କାଲି ଯେଉଁଠି ରଥଯାତ୍ରାର ଭିଡ ଥିଲା , ଆଜି ପ୍ରବାସୀ ଶୂନ୍ୟ ସୀମାନ୍ତ କରୋନା ଚେକ ପଏଂଟ ଲୁହୁରାଚଟି । ଏତେ ଲୋକ ଦେଖି ସ୍ଥାନୀୟ ଅଂଚଳର ଅଧିବାସୀ ଆତଙ୍କିତ ହୋଇ ପଡିଥିବା ବେଲେ ସେଇ ସୀମା ଫାଟକରେ ନିୟୋଜିତ ଅଧିକାରୀମାନେ ଏତେ ସୁନ୍ଦର ଦକ୍ଷତା ଓ ସଂଜମତାର ସହ ଭିଡକୁ ନିୟନ୍ତ୍ରଣ କରି ସେମାନଙ୍କ ସବୁ ବ୍ୟବସ୍ଥା କରାଇ ସେମାନଙ୍କୁ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପ୍ରେରଣା କଲେ ତାହା ବାସ୍ତବିକ ପ୍ରଶଂସନୀୟ | ଆଉ ଖୋଦ ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ସୁଶାନ୍ତ ସିଂ  ଚେକ ପଏଂଟରେ ଉପସ୍ଥିତ ରହି ଜଣେ ସାଧାରଣ ସ୍ବେଛାସେବୀ ଭଳି ଭିଡ ନିୟନ୍ତ୍ରଣ ଓ ପ୍ରେରଣରେ ପ୍ରଶାସନକକୁ ସହାୟତା କଲେ ତାହା ବି ଅତି ପ୍ରଶଂସନୀୟ | ଆଉ ପ୍ରଶାସନ ଓ  ସ୍ଥାନୀୟ ଲୋକ ପ୍ରତିନିଧି ତଥା ମନ୍ତ୍ରୀ ଶ୍ରୀ ସିଂହ ଙ୍କ କାର୍ଯ୍ୟକୁ ସ୍ଥାନୀୟ ଜନସାଧାରଣଙ୍କ ମୁହଁରେ ଭାରି ପ୍ରଶଂସା |

 ମୁମ୍ବାଇ-କୋଲକାତାକୁ ସଂଯୋଗ କରୁଥିବା ୬ ନମ୍ବର ଜାତୀୟ ରାଜପଥରେ କିଛିଦିନ ହେଲା ଗୁଜରାଟ,ମହାରାଷ୍ଟ୍ର, ତେଲେଙ୍ଗାନା,ରାଜସ୍ଥାନ  ମଧ୍ୟପ୍ରଦେଶ ,ହରିୟାଣା, ଉତ୍ତର ପ୍ରଦେଶ, ଏବଂ ଅନ୍ୟାନ୍ୟ ରାଜ୍ୟ ରୁ ପ୍ରବାସୀଙ୍କ ଘର ବାହୁଡା ପର୍ବ ଚାଲିଛି । ଏହି କ୍ରମରେ ଗତକାଲି ପ୍ରବାସୀଙ୍କ ଅସମ୍ଭାଳ ଭିଡ଼ ଦେଖା ଦେଇଥିଲା । ପ୍ରଶାସନ ଓ ପୋଲିସ ସେମାନଙ୍କୁ ସମ୍ଭାଳିବାକୁ ନାକେ ଦମ ହୋଇଥିଲେ । ଅନ୍ୟ ଦିନ ମାନଙ୍କରେ ପ୍ରବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା,ରହିଣୀ ଓ ଖାଦ୍ୟପେୟ ବ୍ୟବସ୍ଥା କରାଯାଉଥିଲା । ଗତକାଲି ମଧ୍ୟ ପ୍ରବାସୀଙ୍କ ପାଇଁ ଖାଇବା ଓ ପିଇବା ପାଇଁ ପାଣିର ବ୍ୟବସ୍ଥା କରାଯାଇ ସେମାନଙ୍କୁ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଗାଡିର ବ୍ୟବସ୍ଥା କରାଯାଇ ପଠାଯାଇଥିଲା । ଏପରିକି କିଛି ପ୍ରବାସୀ ଅପେକ୍ଷା କରି ନ ପାରି ଜାତୀୟ ରାଜପଥରେ ଚାଲି ଚାଲି ଯାଉଥିବାର ଦେଖା ଯାଇଥିଲା । ସେ ଯାହାହେଉ ଏ ସବୁକୁ ଠିକ ଭାବରେ ପରିଚାଳନା କରିବା ପାଇଁ ସୋହେଲା ବିଡ଼ିଓ ବିଶ୍ୱରଂଜନ କର,ସହକାରୀ ଯନ୍ତ୍ରୀ ନରେଶ କୁମାର ଅଗ୍ରୱାଲ,ଆରଡବ୍ଲୁଏସଏସ ର କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର କୁମାର ବେହେରା ଓ ଜିଆରଏସ ତପୋବନ୍ତ ମହାପାତ୍ର ରାତି ଦିନ ସଜାଗ ରହି ଚେକ ପଏଣ୍ଟ ବ୍ୟବସ୍ଥା ଲାଗୁ ହେଲା ଦିନଠୁ କାମ କରି ଆସୁଛନ୍ତି । ସେମାନଙ୍କ ସୁପରିଚାଳନା ପାଇଁ ଉପଜିଲ୍ଲାପାଳ ପଦ୍ମପୁର ଶ୍ରୀ ତନ୍ମୟ କୁମାର ଦରୱାନଙ୍କୁ ମଧ୍ୟ   ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ଏଥି ସହିତ ଚେକ ପଏଂଟରେ ନିୟୋଜିତ ଡାକ୍ତର ,ପାରା ମେଡିକଲ ଷ୍ଟାଫ ତଥା ଅନ୍ୟାନ୍ୟ କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ପ୍ରବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଆଦି କରି ନିଜର କର୍ତବ୍ୟ ସମ୍ପାଦନ କରିଛନ୍ତି । ଆଜି ଏହି ଚେକ ପଏଂଟରେ କେବଳ ପଶ୍ଚିମବଙ୍ଗର ପ୍ରବାସୀ ଥିଲେ । ସେମାନଙ୍କ ପାଇଁ ବସର ବ୍ୟବସ୍ଥା କରାଯାଇ ବିଦାୟ ଦିଆଯାଇଛି । ଆଜି ମଧ୍ୟାହ୍ନ ସୁଦ୍ଧା  ଓଡିଶାକୁ ଅନ୍ୟ ରାଜ୍ୟରୁ ପ୍ରବାସୀ ଆସି ନ ଥିବା ଜଣା ପଡ଼ିଛି । ସମସ୍ତ କରୋନା ଯୋଧ୍ୟାମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାର ସଚେତନ ନାଗରିକ।  ସର୍ବୋପରି ସମସ୍ତ ପରିଚାଳନା ପଛରେ ଦିଗ ଦର୍ଶନ ଓ ପ୍ରତ୍ୟକ୍ଷ ଭାବରେ ନିଜେ ଜଡିତ ରହି ପ୍ରବାସୀଙ୍କ ସେବା କରିଥିବା  ମନ୍ତ୍ରୀ ସୁଶାନ୍ତ ସିଂହ ମଧ୍ୟ ଧନ୍ୟବାଦ  ଜଣାଇଛନ୍ତି ଜନସାଧାରଣ । ତାଙ୍କ ସ୍ବାସ୍ଥ୍ୟଗତ ଅସୁବିଧା ଥିଲେ ମଧ୍ୟ ସେ ଭ୍ରୁକ୍ଷେପ ନ କରି ପ୍ରତ୍ୟକ୍ଷ ଭାବରେ ନିଜେ ପ୍ରବାସୀଙ୍କ ସେବା କରିଛନ୍ତି । ତାଙ୍କ ଏହି ସେବା ମନୋଭାବକୁ ରାଜ୍ୟ ତଥା ରାଜ୍ୟ ବାହାରେ ସବୁ ବର୍ଗର ଲୋକେ ପ୍ରଶଂସା କରୁଛନ୍ତି ।

0
0
0
s2sdefault