ହେଡଲାଇନସ୍:

ରେଙ୍ଗାଲି "ବୈଦୁତିକ ଗଣମାଧ୍ୟମ ୟୁନିଅନ" ସଭାପତି ହେଲେ ରମାକାନ୍ତ ବିଶ୍ୱାଳ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ସମ୍ବଲପୁର (ଶାସକ ପ୍ରଶାସକ) : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ହୋଟେଲ ସ୍ପାଇସି ପରିସରରେ ଆଜି ରେଙ୍ଗାଲି ବୈଦୁତିକ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ନେଇ "ବୈଦୁତିକ ଗଣମାଧ୍ୟମ ୟୁନିଅନ" ରେଙ୍ଗାଲି ବ୍ଲକ ଜିଲ୍ଲା-ସମ୍ବଲପୁରରୁ ଗଠିତ ହୋଇଛି । ବୈଠକରେ ସର୍ବ ସମ୍ମତି କ୍ରମେ ବରିଷ୍ଠ ସାମ୍ବାଦିକ ରମାକାନ୍ତ ବିଶ୍ବାଳଙ୍କୁ ୟୁନିନର ସଭାପତି ଭାବରେ ମନୋନୀତ କରାଯାଇଛି ।

ଅନ୍ୟ ମାନଙ୍କ ମଧ୍ୟରେ ଅଂକିତ ସାହୁ-ସାଧାରଣ ସଂପାଦକ ,ସନ୍ଦିପ ଶର୍ମା-କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରୀ କମିଟିକୁ ସରୋଜ ଛୁରୀଆ, ଜଗନ୍ନାଥ ମେହେର, ଦିନେଶ ମାହାଣା, ଉତ୍ତମ କୁମାର ବିଶ୍ବାଳ ସଭ୍ୟ ଭାବେ ମନୋନୀତ ହୋଇଛନ୍ତି | ଆଗାମୀ ଦିନରେ ସାମ୍ବାଦିକ ମାନଙ୍କର ସାମାଜିକ ନିରାପତ୍ତା, ଅଞ୍ଚଳର ବିକାଶ, ନିରପେକ୍ଷ ଖବର ବିତରଣ ଦିଗରେ ୟୁନିୟନ କାମକରିବାକୁ ଶପଥ ଗ୍ରହଣ କରାଯାଇଥିଲା ।

0
0
0
s2sdefault