ହେଡଲାଇନସ୍:

ସଙ୍ଗରୋଧ ରହଣୀ ସାରି ଘରକୁ ଗଲେ ୧୪୭ ପ୍ରବାସୀ ଓଡ଼ିଆ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ/ ଶ୍ରୀକାନ୍ତ ମିଶ୍ର  : ଓଡ଼ଗାଁ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କ ସଙ୍ଗରୋଧ ଗୃହରେ ଥିବା ୭ଜଣ ପ୍ରବାସୀ ସୁରଟ ଫେରନ୍ତା ସଙ୍ଗରୋଧ ରହଣୀ ସାରି ଆଜି ଘରକୁ ଫେରିଛନ୍ତି । ସ୍ଥାନୀୟ ରୋହିବାଙ୍କ ପଂଚାୟତ ନରସିଂହ ପ୍ରସାଦ ଗ୍ରାମର ୭ଜଣ ପ୍ରବାସୀ ଓଡ଼ିଆ ଗତ ତା. ୨ା୫ା୨୦୨୦ ରିଖରୁ ୨୪ଦିନ ଧରି ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କ ସଙ୍ଗରୋଧ ଗୃହରେ ରହିଥିଲେ । ଆଜି ସ୍ଥାନୀୟ ସରପଂଚ ମୂରଲୀଧର ପ୍ରଧାନ ଏଠାରୁ ଗଲାପରେ ନିଜ ଘରେ ୭ଦିନ ସଙ୍ଗରୋଧରେ ରହିବା ସହିତ ପରିଷ୍କାର ପରିଚ୍ଛନ୍ନ ରହିବା, ସାମାଜିକ ଦୁରତ୍ୱ ବଜାୟ ରଖିବା, ମାସ୍କ ବ୍ୟବହାର କରିବାକୁ ବୁଝାଇଥିଲେ । ପରେ ଡା.ରାକେଶ କୁମାର ସାହୁ, ଫାର୍ମାସିଷ୍ଟ ମିନତୀ ରାଉତ, ନୋଡାଲ ଅଧିକାରୀ ସୁବାସ ଚନ୍ଦ୍ର ପ୍ରଧାନ, ସିଆରସିସି ରଞ୍ଜନ କୁମାର ଦାଶ, ରାଧାଗୋବିନ୍ଦ ନାୟକ, ସୁରେନ୍ଦ୍ର ମୁଦୁଲି, ବିଷ୍ଣୁପ୍ରିୟା ବେହେରା ଓ କୁନି ନାୟକ ଇତ୍ୟାଦି ସଙ୍ଗରୋଧ କର୍ମକର୍ତାଙ୍କ ଉପସ୍ଥିତିରେ ସେମାନଙ୍କୁ କୋଭିଡ ୧୯ ହିରୋ ଅବ୍ୟାହତି ପ୍ରମାଣପତ୍ର ପ୍ରଦାନ କରି ତାଳିମାରି ବିଦାୟ ଦେଇଥିଲେ । ରହଣୀ ସରିନଥିବାରୁ ସେଠାରେ ଆଉ ୨୯ଜଣ ପ୍ରବାସୀ ରହିଛନ୍ତି । ସେହିପରି ଆଜି ମଶାବାରୀ ଗ୍ରାମପଂଚୟତ ପନ୍ତିଖାରୀ ସଙ୍ଗରୋଧ ଗୃହରୁ ୪ଜଣ, ଗିରିଡିପଲ୍ଲୀ ଝାଡସାହିରୁ ୯୧ଜଣ ଓ କୋମଣ୍ଡରୁ ୪୫ ଜଣ ପ୍ରବାସୀ ଘରକୁ ଫେରିଥିବାଜଣାଯାଇଛି । 

0
0
0
s2sdefault