ହେଡଲାଇନସ୍:

କାନ୍ଥରେ ଚିତ୍ର କରି  ସ୍ବେଛାସେବୀ ବାଣ୍ଟୁଛନ୍ତି କରୋନା ସଚେତନ ବାର୍ତ୍ତା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଆଠମଲ୍ଲିକ/ସନ୍ତୋଷ ମେହେର : ବର୍ତ୍ତମାନ ସାରା ବିଶ୍ଵ କରୋନା ରେ ଆକ୍ରାନ୍ତ ଏଭଳି ପରିସ୍ଥିତି ରେ ଲୋକଙ୍କୁ ସଚେତନ କରିବା ପାଇଁ ଆଠମଲ୍ଲିକ ବ୍ଲକ ର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାଁ ମାଉଳୀ ଯୁବକ ସଂଘ ବେଲାଦୁଲା ଆଉ ଏକ ପାଦ ଆଗକୁ ଆସିଚି  ଆଗକୁ ଆସିଛି । ପୂର୍ବରୁ ମାସ୍କ ବିଭିନ୍ନ ଅଂଚଳରେ ବାଣ୍ଟି ଲୋକଙ୍କୁ ସଚେତନତା କରାଇଥିଲେ । ବର୍ତମାନ କାନ୍ଥ ରେ ଲେଖି (wall painting ) ସଚେତନ କରାଉଛନ୍ତି । ଭୟ ନ କରି ସଚେତନ ରହିବା , ସରକାରୀ ନିୟମାବଳୀ ଅବଲମ୍ବନ କରିବା , ମାସ୍କ ବ୍ୟବହାର କରିବା , ସାବୁନ୍ ରେ ହାତ ଧୋଇବା , ସାମାଜିକ ଦୂରତା ବଜାୟ ରଖିବା , ଅଧିକ ସୂଚନା ପାଇଁ ୧୦୪ କୁ କଲ୍ କରନ୍ତୁ ।  ଆଦି ସଚେତନ ବାର୍ତ୍ତା ଲେଖିଛନ୍ତି । ନେହେରୁ ଯୁବ କେନ୍ଦ୍ର ଅନୁଗୋଳ ର ଜାତୀୟ ଯୁବ ସ୍ଵେଚ୍ଛାସେବୀ ତଥା ମାଁ ମାଉଳୀ ଯୁବକ ସଂଘ ର ଉପଦେଷ୍ଟା ପ୍ରତାପ ମେହେର ଓ ଅନୁଷ୍ଠାନ କରୁଣା କର ମେହେର ଗାଁ ଗାଁ ଯାଇ ବାର୍ତ୍ତା ଲେଖିଛନ୍ତି । ଆଠମଲ୍ଲିକ , ମାଧପୁର , କନ୍ଧପାଲି,କନ୍ଧପଡା , ଭୋଇପଡ଼ା ଛକ, ବେଲାଦୁଲା ଆଦି ସ୍ଥାନରେ ସଚେତନ ବାର୍ତ୍ତା ଅନୁଷ୍ଠାନ ତରଫରୁ ଦିଆଯାଇଛି   ।

0
0
0
s2sdefault