ହେଡଲାଇନସ୍:

ପରଲୋକରେ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡ଼ ଅକ୍ଷୟ ରାଉତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର: ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନଙ୍କ ବାପା ତଥା ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ଶ୍ୱଶୁର ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ତଥା ଡାକ୍ତର ଅକ୍ଷୟ କୁମାର ରାଉତଙ୍କର ପରଲୋକ ହୋଇଯାଇଛି । ତାଙ୍କୁ ୭୪ ବର୍ଷ ହୋଇଥିଲା | ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି ସନ୍ଧ୍ୟାରେ ଡ ରାଉତଙ୍କ ପରଲୋକ ହୋଇଛି | 

 କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବାଲୁରିଆରେ ଜନ୍ମିତ ଡ ରାଉତ ଏସସିବି ମେଡ଼ିକାଲ୍ କଲେଜ ହସ୍ପିଟାଲ୍ ରୁ ଡାକ୍ତରୀ ପାଠ ସାରି ଜାମସେଦପୁରରେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ଜଣେ ଶିଶୁରୋଗ ବିଶେଷଜ୍ଞ ଭାବେ ତାଙ୍କର ଭଲ ସୁନାମ ଥିଲା । ସ୍ୱର୍ଗତ ରାଉତଙ୍କର ପତ୍ନୀ ପୁଷ୍ପା ରାଉତ ଏବଂ ତିନି ଝିଅ ଅଛନ୍ତି । ଡ଼ ରାଉତଙ୍କ  ମଝିଆ ଝିଅ ସୁସ୍ମିତା ଜଣେ ଭେଟେନାରି ବିଶେଷଜ୍ଞ ହୋଇଥିବା ବେଳେ ସାନ ଝିଅ ସୁଚିତ୍ରା ଜଣେ ମ୍ୟାନେଜମେଣ୍ଟ ପ୍ରଫେସନାଲ୍ । ଡା ରାଉତଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି | 

0
0
0
s2sdefault