ହେଡଲାଇନସ୍:

ସୀମାନ୍ତରେ ପ୍ରବାସୀଙ୍କ ଭିଡ, ଲୁହୁରାଚଟିରେ ସ୍ଥିତି ଅସମ୍ଭାଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାଧ୍ୟ ହୋଇ ସଟ ଡାଉନ କଲା ପ୍ରଶାସନ 

ସୋହେଲା (ଶାସକ ପ୍ରଶାସକ):ସୀମାନ୍ତରେ ପ୍ରବାସୀଙ୍କ ଅସମ୍ଭାଳ ଭିଡ, ଦୋକାନ ବଜାର ବନ୍ଦ କଲେ ଲୋକେ । ସଟ ଡାଉନ ହେଲା ଲୁହୁରାଚଟି । ବରଗଡ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ସୀମାନ୍ତ ଲୁହୁରାଚଟିରେ ପ୍ରବାସୀଙ୍କ ଆଗମନକୁ ନେଇ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି । ସେଠାରେ ଭୋର ୩ଟାରୁ ମହାରାଷ୍ଟ୍ରରୁ ଆସିଥିବା ପଶ୍ଚିମବଙ୍ଗର ହଜାର ହଜାର ସଂଖ୍ୟାରେ ପ୍ରବାସୀ ଜମାହୋଇ ରହିଛନ୍ତି । ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ଶତାଧିକ ଗାଡ଼ିରେ ଲୋକେ ସୀମାରେ ପହଞ୍ଚିଯିବା ଫଳରେ ପ୍ରଶାସନ ସମସ୍ତଙ୍କ ପାଇଁ ବ୍ୟବସ୍ଥା କରିବା ପାଇଁ ନାକେ ଦମ ହୋଇ ଯାଇଛି । ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଯିବାକୁ ଜିଦ ଧରି କିଛି ପ୍ରବାସୀ ଜାତୀୟ ରାଜପଥରେ ବସି ପଡ଼ିଥିଲେ । ଯାନବାହନ  ଚଳାଚଳ ବ୍ୟାହତ ହୋଇଥିଲା । ଛତିଶଗଡ଼ ରାଜ୍ୟ ଭିତରକୁ ପାଖା ପାଖି ପାଂଚ କିମି ପର୍ଯ୍ୟନ୍ତ ଜାମ ଲାଗିଥିବା  ଜଣାପଡିଛି । ସକାଳେ ଅତିରିକ୍ତ ପୋଲିସ ବଳ ପହଂଚି ପରିସ୍ଥିତି ଆୟତ୍ତ କରିବାକୁ ଚେଷ୍ଟା କରୁଛି । କିନ୍ତୁ ଅନେକ ପ୍ରବାସୀ ଜାତୀୟ ରାଜପଥରେ ଚାଲି ଚାଲି ଆସୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । କିଛି ବସ ବରଗଡ଼ରୁ ଅଣାଯାଇ ଲୋକଙ୍କୁ ପଠାଇବାର ବ୍ୟବସ୍ଥା କରାଯାଉଛି । ଭିଡ଼ ଅସମ୍ଭାଳ ହେବାରୁ ରାତି ୩ଟାରୁ ପଞ୍ଜିକରଣ କାର୍ଯ୍ୟ ବନ୍ଦ ରହିଥିବାର ଜଣା ପଡୁଛି । ସୀମାନ୍ତରେ ପ୍ରବାସୀଙ୍କ ଅଣାୟତ୍ତ ଭିଡକୁ ଦେଖି ଲୁହୁରାଚାଟିରେ ସଟ ଡାଉନ ଘୋଷଣା କରାଯାଇଛି । ସେହିପରି ସୋହେଲାରେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଦୋକାନ ବଜାର ସମ୍ପୂର୍ଣ ବଂଦ କରାଯାଇଛି ।

0
0
0
s2sdefault