ଭୁବନେଶ୍ୱର(ଶାସକ ପ୍ରଶାସକ) ଦେଶରେ ଘରୋଇ ବିମାନ ସେବା ୨୫ ତାରିଖରୁ ପର୍ଯ୍ୟାୟଭିତ୍ତିକ ଭାବେ ଆରମ୍ଭ ହେଉଥିବା ବେଳେ ଆଜି ଏହି ଉଦ୍ଦେଶ୍ୟରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଜାରି କରିଛନ୍ତି ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସିଜିୟର୍ସ ଜାରି କରିଛନ୍ତି | ସବୁ ବିମାନ ବନ୍ଦରକୁ ଯାର କରିଥବା ଏହି ଏସଓପି ଅନୁଯାୟି ସବୁ ଯାତ୍ରୀଙ୍କୁ ସେମାନଙ୍କ ଫୋନରେ ଆରୋଗ୍ୟ ସେତୁ ଆପ ଡାଉନଲୋଡ଼ କରିବାପାଇଁ ବାଧ୍ୟ କରାଯାଇଛି | ୧୪ ବର୍ଷରୁ କାମ ଯାତ୍ରୀଙ୍କ ପାଇଁ ଆରୋଗ୍ୟ ସେତୁ ଆପ ବାଧ୍ୟତାମୁଲକ ନୁହେ | ପ୍ରବେଶ ପୂର୍ବରୁ ଆରୋଗ୍ୟ ସେତୁ ଆପ ସିଆଇଏସଫ/ ବିମାନ ବନ୍ଦର କର୍ମଚାରୀଙ୍କ ଦ୍ୱାରା ଯାଞ୍ଚ ହେବ | ସେଥିରେ ଯେଉଁ ବ୍ୟକ୍ତିଙ୍କ ସବୁଜ ସଂକେତ ଦେଖାଇବା ସେମାନଙ୍କୁ ପ୍ରବେଶ ଅନୁମତି ଦିଆଯିବନି | ବିମାନ ବନ୍ଦରରେ ଯାତ୍ରାରମ୍ଭ ପୂର୍ବରୁ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଙ୍ଗ ହେବ ଏକ ସ୍ୱତନ୍ତ୍ର ସ୍ଥାନରେ | | ମାସ୍କ ଓ ଗ୍ଲୋବ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି | ଯାତ୍ରୀମାନେ ଦୁଇଘଣ୍ଟା ପୂର୍ବରୁ ବିମାନବନ୍ଦର ରେ ପହଂଚିବେ | ପରବର୍ତ୍ତୀ ୪ ଘଣ୍ଟା ଭିତରେ ଯେଉଁ ଯାତ୍ରୀମାନଙ୍କ ଯାତ୍ରା ସମୟ ଧ୍ୟାର୍ଯ୍ୟ , ସେମାନଙ୍କୁ କେବଳ ବିମାନ ବନ୍ଦର ଭିତରେ ପ୍ରବେଶ ସୁଯୋଗ ଦିଆଯିବ | ସୋସିଆଲ ଡିଷ୍ଟାନସିଂକୁ ଆଧାର କରି ନିମ୍ନରେ ସିଟିଙ୍ଗ ଆରଏନଜମେଣ୍ଟ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି |
ରାଜ୍ୟ
ବିମାନ ଯାତ୍ରା ପାଇଁ ଆରୋଗ୍ୟ ସେତୁ ଆପ ବାଧ୍ୟତାମୂଳକ, ଜାରି ହେଲା ଏସଓପି
- Hits: 362