ମାନ୍ୟବର ସରକାର, କେମିତି ବଂଚିବେ ନୀଳାମ୍ବରଙ୍କ ପରିବାର
କଣ୍ଟାବାଞ୍ଜି(ଶାସକ ପ୍ରଶାସକ) : ବିଶ୍ୱ ମହାମାରୀ କୋରନା ପାଇଁ ସାରା ଦେଶରେ ଲକଡାଉନ ଜାରି ରହିଛି । ଲକଡାଉନ ଯୋଗୁଁ ବହୁ ଗରିବ ପରିବାର ନିଜନିଜର ଜୀବିକା ହରାଇଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଗରିବ ପରିବାରମାନଙ୍କୁ ସହାୟତା ପ୍ରଦାନ କରୁଛନ୍ତି । କିନ୍ତୁ ଏମିତି କେତେକ ପରିବାର ଅଛନ୍ତି ତାଙ୍କ ପାଖକୁ ସରକାରୀ ସୁବିଧା ଅପହଞ୍ଚ କହିଲେ ଚଳେ । ଏମିତି ଏକ ଘଟଣା ଘଟିଛି ତୁରିକେଲା ବ୍ଲକ ଅନ୍ତର୍ଗତ ବୁରୋମାଲ ପଞ୍ଚାୟତର କୁକୁଡାହାଡ ଗ୍ରାମରେ । ଗ୍ରାମର ନିଲାମ୍ବର ପୁଟେଲଙ୍କ ଅତ୍ୟନ୍ତ ଗରିବ ଶ୍ରେଣୀର । ତାଙ୍କୁ ମିଶାଇ ତାଙ୍କ ପରିବାରରେ 5ଜଣ ସଦସ୍ୟ ଅଛନ୍ତି । କିନ୍ତୁ ଆଜି ଯାଏଁ ତାଙ୍କୁ ବିପିଏଲ କାର୍ଡ ଖଣ୍ଡେ ମିଳିନାହିଁ । ଏହି କାରଣରୁ ସେ କୌଣସି ସରକାରୀ ସୁବିଧା ପାଇପାରୁନାହାନ୍ତି । ଲକଡାଉନରେ ଜୀବିକା ହରାଇଥିବାରୁ ନିଜର ପରିବାର ପୋଷିବା ତାଙ୍କ ପାଇଁ କାଠିକର ପାଠ ହୋଇଛି । ନିଲାମ୍ବର ନିଜର ଏହି ଦୁଃଖ ସ୍ଥାନୀୟ ସରପଞ୍ଚ ଶ୍ରୀମତି ଜମୁନା କୁଅଁରଙ୍କୁ ଜଣାଇଥିଲେ ମଧ୍ୟ ସେ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଏଣୁ ଅବିଳମ୍ବେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧି ଏ ଦିଗରେ ଦୃଷ୍ଟି ଦେଇ ଏହି ପରିବାରକୁ ବିପିଏଲ କାର୍ଡ କିମ୍ବା ରାସନ କାର୍ଡ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।