ହେଡଲାଇନସ୍:

ଦୁର୍ନୀତିର ଗନ୍ତାଘର ପାଲଟିଛି ସୁନ୍ଦରଗଡ଼ ପୂର୍ତ୍ତବିଭାଗ, ଅଫିସର ଉଡାଉଛନ୍ତି ୫ଟି ର ଧଜିଆ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କାଗଜ ପତ୍ରରେ କାମ ଆଓ ଫଲସ ବିଲ କରି ଲୁଟୁଛନ୍ତି , ଭିଜିଲାନ୍ସ ତଦନ୍ତ ହେଲେ ଧାରା ପଡିବ କେଳେଙ୍କାରୀ  ???

ସୁନ୍ଦରଗଡ଼/ଶାସକ ପ୍ରଶାସକ - ଦୁର୍ନୀତି ଓ ଅନିୟମିତତାକୁ ରୋକିବା ସହିତ ସାଧାରଣ ଜନତାଙ୍କୁ ଉପଯୁକ୍ତ ସେବା ଉପଲବ୍ଧ କରେଇବା ନିମିତ୍ତ କିଛି ମାସ ପୂର୍ବରୁ ରାଜ୍ୟ ସରକାର କରିଥିଲେ 5-ଟି ବା ମୋ ସରକାରର ପରିକଳ୍ପନା | ସେତେବେଳେ ଦମ୍ଭର ସହିତ କୁହାଯାଇଥିଲା ଯେ ଉକ୍ତ ଯୋଜନା ଦ୍ଵାରା ସମ୍ପୂର୍ଣ୍ଣ ରାଜ୍ୟ ଦୁର୍ନୀତି ମୁକ୍ତହେବ | ତାଛଡା କୌଣସି ଅଧିକାରୀଙ୍କ ଦୁର୍ନୀତି କଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ହେଲେ ସୁନ୍ଦରଗଡ଼ ପୂର୍ତ୍ତବିଭାଗରେ ବେଧଡକ ଦୁର୍ନୀତି ଓ ଅନିୟମିତତାକୁ ଦେଖିଲେ ରାଜ୍ୟ ସରକାରଙ୍କ 5-ଟି ଦୃଢୋକ୍ତି ଯେ ଏକ ପ୍ରହସନ ମାତ୍ର ଥିଲା ଏଭଳି ଭ୍ରମ ସୃଷ୍ଟି ହେବା ସୁନିଶ୍ଚିତ | ଏଠାରେ ସୂଚନାଯୋଗ୍ୟ ଯେ ସୁନ୍ଦରଗଡ଼ ରାଜ୍ୟରେ ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରୂପେ ବେଶ ପରିଚିତ ଥିବା ବେଳେ ଜିଲ୍ଲାର ଜନସଂଖ୍ୟା ପାଖାପାଖି ୨୨ ଲକ୍ଷରୁ ଉର୍ଦ୍ଧ୍ବ | ଜିଲ୍ଲାରେ ଅନେକ ଉପାନ୍ତ ଅଞ୍ଚଳ ରହିଛି ଏବଂ ଜିଲ୍ଲାର ପ୍ରାୟ ଶତକଡା ୭୦ ଭାଗ ଜନସାଧାରଣ ଗରିବ  ଶ୍ରେଣୀର | ତେଣୁ ପୂର୍ତ୍ତବିଭାଗର ଦାୟିତ୍ୱ ଏଠାରେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ | କାରଣ  ଜନସାଧାରଣଙ୍କ ଗମନାଗମନ ଠାରୁ ନେଇ ସ୍ଵାସ୍ଥ୍ୟ ବ୍ୟବସ୍ଥା କିମ୍ବା ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ସରକାରୀ ସ୍ତରରେ ରହିଥିବା ବାସଭବନ ଗୁଡିକର ନିର୍ମାଣ ଓ ମରାମତି କାର୍ଯ୍ୟ କରିଥାଏ ପୂର୍ତ୍ତବିଭାଗ | ତାଛଡା କେନ୍ଦ୍ର ସରକାରଙ୍କ ମନ୍ତ୍ରୀ, ସଚିବ କିମ୍ବା ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଅସ୍ଥାୟୀ ହେଲିପେଡ଼ ନିର୍ମାଣକାର୍ଯ୍ୟ ମଧ୍ୟ କରିଥାଏ ଏହି ବିଭାଗ | ହେଲେ ସୁନ୍ଦରଗଡ଼ ମୁଖ୍ୟାଳୟର ଏହି କାର୍ଯ୍ୟାଳୟରେ ବିଗତ ଛଅ ମାସ ପୂର୍ବରୁ ଆସିଥିବା ଜଣେ ନିର୍ବାହୀ ଅଧିକାରୀଙ୍କ ଅମଳରେ ମନ ମୁତାବକ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଥିବା ବେଳେ ନିର୍ବାହୀ ଯନ୍ତ୍ରୀଙ୍କ ଉପରକୁ କିଛି ଅଧିକାରୀ କର୍ମଚାରୀ କରିଛନ୍ତି ଆଙ୍ଗୁଳି ନିର୍ଦ୍ଦେଶ | ଏକ ପ୍ରକାର  ହିଟଲରି ଶାସନରେ ବିଭାଗର କର୍ମଚାରୀ ମାନେ ତ୍ରାହି ତ୍ରାହି ଡାକୁଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି | ଜିଲ୍ଲାରେ ହେଉଥିବା ପ୍ରତ୍ୟେକ କାର୍ଯ୍ୟ ଗୁଡ଼ିକରୁ ତାଙ୍କର ଭାଗ ଆଗରୁ ସୁନିଶ୍ଚିତ ହୋଇଯାଇଥାଏ ବୋଲି ସମ୍ପୃକ୍ତ ବିଭାଗର କର୍ମଚାରୀ ମାନେ ଟୁପୁରଟାପର ହେଉଥିବା ଶୁଣିବାକୁ ମିଳିଛି | ସମ୍ପୃକ୍ତ ବିଭାଗର କିଛି କର୍ମଚାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ପୂର୍ବର ଦୁଇଦୁଇଟି ନିର୍ବାହୀ ଯନ୍ତ୍ରୀ ଙ୍କ ସମୟରୁ ପଡିରହିଥିବା ପାଖାପାଖି 200 ରୁ ଉର୍ଦ୍ଧ ସବଡିଭିଜନ ଟେଣ୍ଡର ଗୁଡିକୁ ଭିତର ବାହାରି କରି କାଗଜପତ୍ରରେ ମିଛ ବିଲ କରି ପାସ କରିଛନ୍ତି ବୋଲି ଅଭିଯୋଗ ହେଉଛି | ଏତଦ୍ଵାରା ରାଜ୍ୟ ରାଜ୍ୟକୋଷର କୋଟି କୋଟି ଟଙ୍କା ଧୂଳିସାତ ହୋଇଥିବା ବେଳେ ସମ୍ପୃକ୍ତ ଠିକାଦାର ଏବଂ ନିର୍ବାହୀ ଅଧିକାରୀ ସମାନ ପରିମାଣରେ ଭାଗବଣ୍ଟା ହୋଇ ଲୁଟ କରିଛନ୍ତି | ତେଣୁ ଏହାର ବିଧିବଦ୍ଧ ଭାବରେ ଭିଜିଲାନ୍ସ ତଦନ୍ତ ହେଲେ ଦୁର୍ନୀତିର ପର୍ଦାଫାଶ ହୋଇପାରନ୍ତା ବୋଲି ବିଭାଗର କର୍ମଚାରୀ ମାନେ ପ୍ରକାଶ କରିଛନ୍ତି |ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଗତ ଫେବୃଆରୀ ୨ ତାରିଖରେ ମୁଖ୍ୟମନ୍ତ୍ରୀ ଏବଂ ୪ ଫେବୃଆରୀରେ ମହାମହିମ ରାଜ୍ୟପାଳ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ଉପଲକ୍ଷେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା | ହେଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମର ଭରପୁର ଫାଇଦା ଉଠାଇ ଥିଲେ ଏହି ନିର୍ବାହୀ ଅଧିକାରୀ ଜଣକ | ସୁନ୍ଦରଗଡ଼ ହସ୍ପିଟାଲ ଛକ ଦେଇ ହେମଗିରିକୁ ସଂଲଗ୍ନ କରୁଥିବା ରାସ୍ତାରେ ସରକାରୀ ମହାବିଦ୍ୟାଳୟ  ରହିଛି ବୋଲି ନିଜର ଭିଟୋ ପାୱାର ବ୍ୟବହାର କରି ଏହି ରାସ୍ତାରେ ପାଖାପାଖି ୧୦ ଟିରୁ ଉର୍ଦ୍ଧ୍ବ ( ପୋଠଲ) ପିଚୁରାସ୍ତା ମରାମତି  ଆଳରେ ହେମଗିରି ସବଡିଭିଜନ ଟେଣ୍ଡର ହିସାବରେ କାଗଜପତ୍ର କରି ପାଖାପାଖି ୬ ଟି ପାଞ୍ଚଲକ୍ଷର କାର୍ଯ୍ୟ ବିନାକାମରେ ଫ୍ଲସ କରିଥିବା ସହ ଗସ୍ତ ଆଳରେ ଅନେକ କାର୍ଯ୍ୟକୁ  ଫ୍ଲସ କରି କୋଟିକୋଟି ଟଙ୍କା ହେରଫେର କରିଥିବା ତାଙ୍କର କାର୍ଯ୍ୟାଳୟ କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି | ତାସହିତ ଏହି  ନିର୍ବାହୀ ଅଧିକାରୀଙ୍କୁ ଭିଜିଲାନ୍ସ ହିଁ ସାହା ନଚେତ ଆହୁରି କିଛିଦିନ ରହିଲେ ଜିଲ୍ଲାକୁ ବିକ୍ରି କରିଦେବ ବୋଲି ଅଭିଯୋଗ କରିଛନ୍ତି | ଯଦି ସମ୍ପୃକ୍ତ ବିଭାଗର କର୍ମଚାରିଙ୍କ ଅଭିଯୋଗ ସତ୍ୟ ହୋଇଥାଏ ତାହେଲେ ଏହା ନିଶ୍ଚିତ ଭାବରେ ଜିଲ୍ଲାପାଇଁ ଏକ ଅଶୁଭ ସଂକେତ |

  ଉକ୍ତ ଅଭିଯୋଗ ସମ୍ୱନ୍ଧରେ ସମ୍ପୃକ୍ତ ନିର୍ବାହୀ ଅଧିକାରୀଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା | ଉପରମହଲରେ ତାଙ୍କର ପହଂଚ ଭଲ ଥିବା ଯୋଗୁ ସେ ଡିଭିଜନରେ ଯାହା ଚାହୁଁଛନ୍ତି ତାହା କରୁଛନ୍ତି ବୋଲି ବିଭାଗୀୟ ଅଧିକାରୀମାନେ ନିଜ ନାମକୁ ଗୋପନ ରଖି ଅଭିଯୋଗ କରିଛନ୍ତି | କେବଳ ସେତିକି ନୁହେମ ଡିଭଜନରେ ଚାଲିଛି ଅନ୍ୟ ପ୍ରକାର କେଳେଙ୍କାରୀ | ଆଉ ସେଥିରେ କାର୍ପାଟଦାର ସାଜିଛନ୍ତି କିଛି ଅସାଧୁ ଠିକାଦାର ଓ ଯନ୍ତ୍ରୀ |  ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ଭିଜିଲାନ୍ସ ତଦନ୍ତ ହେବା ସହିତ ଦୁର୍ନୀତିର ପର୍ଦାଫାଶ ହେବା ଉଚିତ ବୋଲି ବିଭିନ୍ନ ମହଲରେ ଦାବୀ ହୋଇଛି |  ଏସବୁ ଅଭିଯୋଗ ଉପରେ ନିରପେକ୍ଷ ତଦନ୍ତ କରି ସତ୍ୟତା ଉଦ୍ଘାଟନ କରି ଦୁର୍ନୀତିଗ୍ରସ୍ତଙ୍କ ବିରିଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି |  

0
0
0
s2sdefault