ହେଡଲାଇନସ୍:

ପାଳିତ ହେଲା ସପ୍ତମ  ଆର୍ଟ ଅଫ୍‍ ଗିଭିଂ ଦିବସ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, (ଶାସକ ପ୍ରଶାସକ): ବିଶ୍ୱର ବିଭିନ୍ନ ସ୍ଥାନରେ ୭ମ ଆନ୍ତର୍ଜାତିକ ଆର୍ଟ ଅଫ୍‍ ଗିଭିଂ ଦିବସ ପାଳିତ ହୋଇଯାଇଛି । କରୋନାକୁ ଦୃଷ୍ଟିରେ ରଖି ଆର୍ଟ ଅଫ୍‍ ଗିଭିଂର ପ୍ରତିଷ୍ଠାତା  ଅଚ୍ୟୁତ  ସାମନ୍ତ ଏହି ଦିବସକୁ ବିଧିବଦ୍ଧ ଭାବେ ପାଳନ ନ କରି କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସେବାରେ ନିୟୋଜିତ ଥିବା କରୋନା ଯୋଦ୍ଧାମାନଙ୍କୁ ନମସ୍କାର ଓ ଶୁଭେଚ୍ଛା ଜଣାଇବାକୁ ଆର୍ଟ  ଅଫ୍‍ ଗିଭିଂର ଶୁଭେଚ୍ଛୁ ଓ ଅନୁଗାମୀଙ୍କୁ ଶ୍ରୀ ସାମନ୍ତ ଅନୁରୋଧ କରିଥିଲେ । ଶ୍ରୀ ସାମନ୍ତଙ୍କ ପରାମର୍ଶ କ୍ରମେ ଆଜି  ଆର୍ଟ ଅଫ୍‍ ଗିଭିଂର ସମସ୍ତ ଶୁଭେଚ୍ଛୁ  କରୋନା ଯୋଦ୍ଧାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହା ବ୍ୟତୀତ କେତେକ ସହୃଦୟ ବ୍ୟକ୍ତି ଆଜି ବିଶ୍ୱ ତଥା ଦେଶର ବିଭିନ୍ନ ସ୍ଥାନରେ ଖାଦ୍ୟ, ମାସ୍କ, ସାବୁନ୍‍, ସାନିଟାଇଜର ଓ ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟିବା ସହ କରୋନା ଯୋଦ୍ଧାମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ ।

0
0
0
s2sdefault