ହେଡଲାଇନସ୍:

ଭୀମସାରରେ ଯୋଡି ହୋଇଗଲା ଏକ କଳଙ୍କିତ ଅଧ୍ୟାୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Veer Surendra Sai Institute of Medical Sciences and Research

ଭୀମସାର ରେ ଘୋଷିତ ଗର୍ଭସ୍ଥ ମୃତ ଶିଶୁ କୁ ଘରୋଇ ଚିକିତ୍ସାଳୟରେ ଜୀଅନ୍ତା ଜନ୍ମ ଦେଲା ମାଁ

ପିଡିତା ଙ୍କୁ ଭେଟିଲା ଜିଲ୍ଲା ବିଜେପି ପ୍ରତିନିଧି ଦଳ,ଘଟଣାକୁ ନିନ୍ଦା କଲେ

ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କଲେ ରେଙ୍ଗାଲି ବିଧାୟକ 

 ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) ସାମ୍ପ୍ରତିକ କରୋନା ପରିସ୍ଥିତି ରେ କୋଭିଡଯୋଦ୍ଧା ର ଆଗଧାଡ଼ି ରେ ଛିଡା ହୋଛନ୍ତି ଦେଶର ଲକ୍ଷ ଲକ୍ଷ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମୀ । ଭାରତୀୟ ସୈନ୍ୟବାହିନୀ ର ତିନୋଟି ଯାକ ପ୍ରମୁଖ ବିଭାଗ ସ୍ଥଳ ସେନା, ନୌସେନା ଓ ବାୟୁସେନା ଭିନ୍ନ ଭିନ୍ନ ଢ଼ଙ୍ଗରେ ସମ୍ମାନିତ କରୁଛନ୍ତି ଏଇ କୋଭିଡ ଯୋଦ୍ଧାଙ୍କୁ । ଚାରିଆଡ଼େ ପ୍ରସଂଶା, ବାଃବାହି ର ସୁଅ ଛୁଟୁଛି ତାଙ୍କର ନିରନ୍ତର, ନିଃସ୍ୱାର୍ଥପର, ବଳିଦାନୀ ସେବା କାର୍ଯ୍ୟ କୁ ନେଇ । କିନ୍ତୁ, ସେଇ ମାନଙ୍କ ଭିତରେ ଏମିତି କିଛି ହାତ ଗଣତି ଅକର୍ମଣ୍ୟ ବ୍ୟକ୍ତି ଅଛନ୍ତି ଯେଉଁମାନେ କି ସେଇ ମହାନ ଈଶ୍ୱରୀୟ କାର୍ଯ୍ୟ କୁ ଅପମାନିତ ଓ ବଦନାମ କରିବାରେ ପଛଉନାହାନ୍ତି । ବିଭିନ୍ନ ସମୟରେ ଏହା ନଗ୍ନ ଓ ଘୃଣ୍ୟ ଦୃଷ୍ଟାନ୍ତ ମିଳେ ପଶ୍ଚିମାଞ୍ଚଳ ର ସ୍ୱାସ୍ଥ୍ୟସେବା ର ପ୍ରାଣ କେନ୍ଦ୍ର କୁହାଯାଉଥୁବା ବୁର୍ଲା ଭୀମସାର ରେ । 

ଗତ ୧୪ ତାରିଖ ରେ ଝାରସୁଗୁଡା ରୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆସିଥିଲେ ଗର୍ଭବତୀ ଶ୍ରୀମତୀ ଜୟନ୍ତୀ ନାଏକ । ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ ଅନ୍ତର୍ଗତ ତେଲିଡ଼ିହି ଗ୍ରାମ ର ତରୁଣ କୁଅଁର ଙ୍କର ପତ୍ନୀ ଜୟନ୍ତୀ । ଗର୍ଭବତୀ ଜୟନ୍ତୀ ଙ୍କ ପ୍ରସବ ତାରିଖ ନିକଟରେ ଥିବାରୁ ଓ ଯନ୍ତ୍ରଣା ହେବାରୁ ପ୍ରଥମେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଯାଇଥିଲେ । ପରିସ୍ଥିତି ଦେଖି ସେଠାରୁ ତାଙ୍କୁ ପଠେଇ ଦିଆଗଲା ବୁର୍ଲା ବଡ଼ ଡ଼ାକ୍ତରଖାନା ଭୀମସାର କୁ । ୧୪ ତାରିଖ ସେଠାରେ ଭର୍ତ୍ତି ହେଲା ପରେ ଦାୟିତ୍ୱରେ ଥିବା ଡାକ୍ତର କହିଲେ ଗର୍ଭସ୍ଥ ଶିଶୁ ଟି ର ମୃତ୍ୟୁ ହୋଇସାରିଛି । କିନ୍ତୁ ଗର୍ଭସ୍ଥ ଶିଶୁ ଟି ର ମାଁ ଜୟନ୍ତୀ ଅନୁଭବ କରି ପାରୁଥୁଲେ ଯେ ଶିଶୁ ଟି ଜୀବିତ ଓ ଗର୍ଭାଶୟରେ ଖେଳୁଛି । କିନ୍ତୁ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ମାନିବାକୁ ନାରାଜ । ସେଠାରୁ ସେମାନେ ଅନୁମତି ପତ୍ର ନେଇ ଚାଲିଆସିଥିଲେ ସମ୍ବଲପୁର ର ଏକ ଘେରାଉ ନର୍ସିଂହୋମ କୁ । ଗତ ୧୫  ତାରିଖ ସକାଳେ ଜନ୍ମ ନେଲେ ଏକ ସୁସ୍ଥ ଶିଶୁ କନ୍ୟା ରତ୍ନ ।

ଏଭଳି ଅଭାବନୀୟ ଘଟଣା ର ଖବର ପାଇ ଆଜି ବିଜେପି ର ଏକ ପ୍ରତିନିଧି ଦଳ ଉକ୍ତ ଘରୋଇ ନର୍ସିଂହୋମ କୁ ଯାଇ ଭେଟଥିଲେ ପିଡିତା ଓ ତାଙ୍କ ପରିବାର କୁ । ଘଟଣା ସମ୍ପର୍କରେ ପଚାରି ବୁଝିବା ସଙ୍ଗେ ସଙ୍ଗେ ଆବଶ୍ୟକ ପଡ଼ିଲେ କୌଣସି ପ୍ରକାର ସାହାଯ୍ୟ ଯୋଗେଇଦେବାର ପ୍ରତିଶ୍ରୁତି ଦେଇଥିଲେ ପ୍ରତିନିଧି ଦଳ । ଘଟଣାଟିକୁ ଗୁରୁତର ସହକାରେ ନେଇ ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରି ନାଏକ କହିଛନ୍ତି । ପଶ୍ଚିମାଞ୍ଚଳ ର ସ୍ୱସ୍ଥ୍ୟ ସେବା ର ପ୍ରାଣ କେନ୍ଦ୍ର ବୋଲାଉଥିବା ଭୀମସାର ଯାହାକି ଦେଢ଼ କୋଟି ରୁ ଉର୍ଦ୍ଧ୍ବ ଲୋକଙ୍କର ଆଶା ଭରସା, ସେଠାରେ ଏଭଳି ଅଘଟଣ ଘଟିବା ଅତି ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ । କିଛି ହାତ ଗଣତି ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ଏହି ମହତ ଓ ଈଶ୍ୱରୀୟ କାର୍ଯ୍ୟ ରେ ସାମିଲ ଥିବା ଅନ୍ୟମାନେ ବଦନାମ ହେବା ସହିତ ରାଜ୍ୟ ର ବହୁପୁରାତନ ମେଡ଼ିକାଲ କଲେଜ ଭୀମସାର ତାର ଗର୍ବ ଓ ଗାରିମା ହରାଉଛି । ଏଭଳି ଘଟଣାର ଉଚିତ ତଦନ୍ତ କରି ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବୀ କରିଛନ୍ତି । 

ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲ ଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ଦଳରେ ଅନ୍ୟ ମାନଙ୍କ ମଧ୍ୟରେ ରେଢ଼ାଖୋଲ ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର କ୍ଷେତ୍ରିୟ ପ୍ରବକ୍ତା ଓ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଅଶ୍ୱିନୀ ମାଝୀ ପ୍ରମୁଖ ସାମିଲ ଥିଲେ ।

0
0
0
s2sdefault