ହେଡଲାଇନସ୍:

ସମ୍ଭାବ୍ୟ ସାମୁଦ୍ରିକ ଝଡବାତ୍ୟା ପାଇଁ ମୁକାବିଲା ନିମିତ୍ତ ଗଜପତି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଲଘୁଚାପ ଆଗାମୀ ଦିନରେ ହୋବାକୁ ଥିବା ସମ୍ଭାବ୍ୟ ଝଡବାତ୍ୟା ଓ ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ସଜାଗ ରହିବା ଓ ଆବଶ୍ୟକ ମୁକାବିଲା କରିବା ନିମିତ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପୂର୍ବ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଥିଲା। ଏଥିରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ବୃନ୍ଦ ଯୋଗଦେଇଥିଲେ ।

ଜିଲ୍ଲାପାଳ ଅନୁପମ ସାହା ସମ୍ଭାବ୍ୟ ଝଡବାତ୍ୟା ଓ ପ୍ରବଳ ବର୍ଷା ଉପରେ ଆସିଥିବା ଭାରତୀୟ ପାଣିପାଗ ବିଭାଗର ସୂଚନାକୁ ସମସ୍ତଙ୍କୁ ଅବଗତ କରିଥିଲେ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମିତ୍ତ ସଜାଗ ହୋଇ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।  ସମସ୍ତ ବିଭାଗୀୟ ଅଧିକାରୀ ଯଥା ଜଳସେଚନ , ରାଜସ୍ବ , ପଞ୍ଚାୟତରାଜ , ବିଦ୍ୟୁତ ବିଭାଗ , ପାନୀୟଜଳ ଯୋଗାଣ ବିଭାଗ , ଦୂରସଞ୍ଚାର ବିଭାଗ , ଜିଲ୍ଲା ଚିକିତ୍ସା ବିଭାଗ , ଅଗ୍ନିଶମ ବିଭାଗ , ରାସ୍ତା ଓ କୋଠାବାଡି , ଗ୍ରାମ୍ୟ ଉନ୍ନୟନ ବିଭାଗ , ଜନସ୍ଵାସ୍ଥ୍ୟ ବିଭାଗ , ପଶୁସମ୍ପଦ ବିଭାଗ , ଜଙ୍ଗଲ ଓ  ପରିବେଶ , ଯୋଗାଣ ଇତ୍ୟାଦି ବିଭାଗକୁ ଆବଶ୍ୟକୀୟ ଉପକରଣ ଏବଂ ମାନବ ସମ୍ବଳ ସହିତ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ତତ୍ ସଙ୍ଗେ ସଙ୍ଗେ ପ୍ରତ୍ୟେକ ବିଭାଗରେ ପ୍ରସ୍ତୁତ ହୋଇ ରହିବାକୁ  ଆବଶ୍ୟକୀୟ ଉପକରଣ ଏବଂ ଆବଶ୍ୟକ ପଡୁଥିବା ଅନ୍ୟାନ୍ୟ ଉପକରଣ ସମ୍ବନ୍ଧୀୟ ବିବରଣୀ ଯଥା ଶୀଘ୍ର ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

   ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ମାନେ ନିଜ ନିଜ ଅଞ୍ଚଳରେ ଡାକବାଜି ଯନ୍ତ୍ର ଜରିଆରେ ବାତ୍ୟା ଓ ବର୍ଷା ସମ୍ୱନ୍ଧୀୟ ସତର୍କ ସୂଚନା କରିବା ସହ ବିପଦ ଶଙ୍କୁଳ ସ୍ଥାନରେ ଥିବା ସମସ୍ତ ଜନସାଧାରଣଙ୍କୁ ସ୍ଥାନାନ୍ତର କରି ସୁରକ୍ଷିତ ଜାଗାରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜଳସେଚନ ବିଭାଗୀୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଗୋଟା , ବଂଶଧାରା ଓ ହରଭଙ୍ଗୀର ଜଳ ନିଷ୍କାସନ ନିମିତ୍ତ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ସମୟ କ୍ରମେ ଜଳସ୍ତର ସମ୍ବନ୍ଧୀୟ ସୂଚନା ପ୍ରତିଦିନ ନିମିତ୍ତ ନିର୍ଦ୍ଦେଶ ଦେଇଥିଲେ।

0
0
0
s2sdefault