ହେଡଲାଇନସ୍:

ସୂଚନା ଦେଲେ ଜିଲ୍ଲାପାଳ : ଆଉ ଦୁଇ ପଜିଟିଭ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର/ ନିରୋଜ ମିଶ୍ର :  ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ କରି ଚିହ୍ନଟ ହୋଇଥିବା ସଂକ୍ରମିତ ବଲାଙ୍ଗୀରର ହୋଇଥିବା ଜଣାପଡିଛି । ଏନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୩୯କୁ ବୃଦ୍ଧି ପାଇଛି । ସେହିପରି ବଲାଙ୍ଗୀର ଜିଲ୍ଲାରେ ମଧ୍ୟ କରୋନା ପଜିଟିଭଙ୍କ ସଂଖ୍ୟା ୪ରେ ପହଁଚିଛି । ଏହି ୨ ଆକ୍ରାନ୍ତ ସୁରଟରୁ ଫେରି କ୍ୱାରେଣ୍ଟାଇନରେ ରହିଥିଲେ ।ଏବେ ରାଜ୍ୟରେ ମୋଟ ୭୩୯ କରୋନା ପଜିଟିଭଙ୍କ ମଧ୍ୟରୁ ୫୪୦ଟି ସକ୍ରିୟ କେସ୍ ରହିଥିବା ବେଳେ ୧୯୬ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୩ ଜଣ ପ୍ରାଣ ହରାଇଛନ୍ତି |

0
0
0
s2sdefault